ମହୁଆ ମୋଇତ୍ରଙ୍କ ବିରୋଧରେ CBIର ବଡ଼ କାର୍ଯ୍ୟାନୁଷ୍ଠାନ, କୋଲକାତା ସମେତ ବିଭିନ୍ନ ଠିକଣାରେ ଚଢଉ
ନୂଆଦିଲ୍ଲୀ ୨୩।୩: ତୃଣମୂଳ କଂଗ୍ରେସ (ଟିଏମସି) ନେତ୍ରୀ ତଥା ପୂର୍ବତନ ସାଂସଦ ମହୁଆ ମୋଇତ୍ରଙ୍କ ବିଭିନ୍ନ ଠିକଣାରେ ସିବିଆଇ ଶନିବାର ସକାଳେ ଚଢଉ କରିଛି। କ୍ୟାସ୍ ଫର କ୍ୱରୀ ମାମଲାରା ନିକଟରେ ସିବିଆଇ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା, ଏହା ପରେ ଏହି ଚଢଉ କରାଯାଇଛି। ମିଳୁଥିବା ସୂଚନା ଅନୁସାରେ ସିବିଆଇ ଶନିବାର କୋଲକାତା ସମେତ ମହୁଆଙ୍କ ବିଭିନ୍ନ ଠିକଣା ଉପରେ ଚଢଉ କରିଛି। ଏଥିରେ ସିବିଆଇ ଟିମ୍ କୋଲକାତା ଅଲିପୁରସ୍ଥିତ ମହୂଆଙ୍କ ପିତା ଦୀପେନ୍ଦ୍ର ଲାଲ ମୋଇତ୍ରଙ୍କ ଘରେ ମଧ୍ୟ ଚଢଉ କରିଥିଲା। ଏହି ଚଢଉ ନେଇ ସିବିଆଇ ଅଧିକାରୀମାନେ ମଧ୍ୟ ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି ଯେ ‘କ୍ୟାସ ଫର କ୍ୱରୀ’ ମାମଲାରେ ଏହି ଚଢଉ କରାଯାଇଛି। ଶନିବାର ଭୋର କୋଲକାତା ସମେତ ମହୂଆଙ୍କ ବିଭିନ୍ନ ସହରରେ ଥିବା ଘରମାନଙ୍କ ଉପରେ ଚଢଉ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) ଲୋକପାଳଙ୍କ ନିର୍ଦ୍ଦେଶରେ ଗୁରୁବାର ଟିଏମସିର ପୂର୍ବତନ ସାଂସଦଙ୍କ ବିରୋଧରେ ଏତଲା ରୁଜୁ କରିଥିଲା। ମାମଲାରେ ଲୋକପାଳ ସିବିଆଇଙ୍କୁ ୬ ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଳେଖଯୋଗ୍ୟ ଯେ ବିଜେପି ସାଂସଦ ନିଶିକାନ୍ତ ଦୁବେ ମୋଇତ୍ରଙ୍କ ବିରୋଧରେ ଆଣିଥିବା ଅଭିଯୋଗ ଆଧାରରେ କରାଯାଇଥିବା ପ୍ରାରମ୍ଭିକ ଯାଞ୍ଚର ନିଷ୍କର୍ଷରୁ ଲୋକପାଳ ସିବିଆଇକୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଲୋକସଭା ସାଂସଦ ଦୁବେ ଅଭିଯୋଗ କରିଥି
ନୂଆଦିଲ୍ଲୀ ୨୩।୩: ତୃଣମୂଳ କଂଗ୍ରେସ (ଟିଏମସି) ନେତ୍ରୀ ତଥା ପୂର୍ବତନ ସାଂସଦ ମହୁଆ ମୋଇତ୍ରଙ୍କ ବିଭିନ୍ନ ଠିକଣାରେ ସିବିଆଇ ଶନିବାର ସକାଳେ ଚଢଉ କରିଛି। କ୍ୟାସ୍ ଫର କ୍ୱରୀ ମାମଲାରା ନିକଟରେ ସିବିଆଇ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା, ଏହା ପରେ ଏହି ଚଢଉ କରାଯାଇଛି। ମିଳୁଥିବା ସୂଚନା ଅନୁସାରେ ସିବିଆଇ ଶନିବାର କୋଲକାତା ସମେତ ମହୁଆଙ୍କ ବିଭିନ୍ନ ଠିକଣା ଉପରେ ଚଢଉ କରିଛି। ଏଥିରେ ସିବିଆଇ ଟିମ୍ କୋଲକାତା ଅଲିପୁରସ୍ଥିତ ମହୂଆଙ୍କ ପିତା ଦୀପେନ୍ଦ୍ର ଲାଲ ମୋଇତ୍ରଙ୍କ ଘରେ ମଧ୍ୟ ଚଢଉ କରିଥିଲା।
ଏହି ଚଢଉ ନେଇ ସିବିଆଇ ଅଧିକାରୀମାନେ ମଧ୍ୟ ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି ଯେ ‘କ୍ୟାସ ଫର କ୍ୱରୀ’ ମାମଲାରେ ଏହି ଚଢଉ କରାଯାଇଛି। ଶନିବାର ଭୋର କୋଲକାତା ସମେତ ମହୂଆଙ୍କ ବିଭିନ୍ନ ସହରରେ ଥିବା ଘରମାନଙ୍କ ଉପରେ ଚଢଉ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) ଲୋକପାଳଙ୍କ ନିର୍ଦ୍ଦେଶରେ ଗୁରୁବାର ଟିଏମସିର ପୂର୍ବତନ ସାଂସଦଙ୍କ ବିରୋଧରେ ଏତଲା ରୁଜୁ କରିଥିଲା। ମାମଲାରେ ଲୋକପାଳ ସିବିଆଇଙ୍କୁ ୬ ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଳେଖଯୋଗ୍ୟ ଯେ ବିଜେପି ସାଂସଦ ନିଶିକାନ୍ତ ଦୁବେ ମୋଇତ୍ରଙ୍କ ବିରୋଧରେ ଆଣିଥିବା ଅଭିଯୋଗ ଆଧାରରେ କରାଯାଇଥିବା ପ୍ରାରମ୍ଭିକ ଯାଞ୍ଚର ନିଷ୍କର୍ଷରୁ ଲୋକପାଳ ସିବିଆଇକୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଲୋକସଭା ସାଂସଦ ଦୁବେ ଅଭିଯୋଗ କରିଥିଲେ ଯେ ମୋଇତ୍ର ପ୍ରଧାନମନ୍ତ୍ରୀ ମୋଦି ଓ ଉଦ୍ୟୋଗପତି ଗୌତମ ଆଦାନୀଙ୍କ ଉପରେ ସଂସଦରେ ଆକ୍ରମଣ କରିବା ପାଇଁ ଦୁବାଇସ୍ଥିତ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ନଗଦ ଓ ଗିଫ୍ଟ ନେଇଥିଲେ।
ମୋଇତ୍ରଙ୍କୁ ‘ଅନୈତିକ ଆଚରଣ’ ନିମନ୍ତେ ଗତ ଡିସେମ୍ବର ମାସରେ ଲୋକସଭାରୁ ନିଷ୍କାସନ କରାଯାଇଥିଲା। ପୂର୍ବତନ ସାଂସଦ ତାଙ୍କର ନିଷ୍କାସନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ସେ ଆଗାମୀ ଲୋକସଭା ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ଟିଏମସି ତାଙ୍କୁ କୃଷ୍ଣ ନଗର ଆସନରୁ ପ୍ରାର୍ଥୀ କରିଛି। ସେ ଏହି ନିର୍ବାଚନ ଲଢିବେ ବୋଲି କହିଛନ୍ତି।