ମହୁଆ ମୋଇତ୍ରଙ୍କ ବିରୋଧରେ ୨ କୋଟି ଟଙ୍କାର ମାନହାନୀ ମକଦ୍ଦମା କଲେ ପୂର୍ବତନ ବନ୍ଧୁ ଜୟ ଅନନ୍ତ ଦେହଦ୍ରାଇ

ନୂଆଦିଲ୍ଲୀ: ବହିଷ୍କୃତ ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ ମାନହାନୀ ମକଦ୍ଦମା କଲେ ତାଙ୍କ ବନ୍ଧୁ ତଥା ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହଦ୍ରାଇ। ଦିଲ୍ଲୀ ହାଇକୋର୍ଟରେ ମାମଲା ଦାୟର ହୋଇଥିବା ବେଳେ ଆଜି ଏହାର ଶୁଣାଣି ହେବ।ଦେହଦ୍ରାଇ ଅଭିଯୋଗ କରିଛନ୍ତି ଯେ ମହୁଆ ଟଙ୍କା ବଦଳରେ ପ୍ରଶ୍ନ ମାମଲାରେ ତାଙ୍କ ବିରୋଧରେ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ଅନେକ ଅପମାନସୂଚକ କଥା କହିଛନ୍ତି। ଦେହଦ୍ରାଇଙ୍କୁ ବେରୋଜଗାରୀ କହିବା ସହ ପ୍ରେମର ଧୋକା ଖାଇ ସେ ହତାଶ ହୋଇପଡ଼ିଛନ୍ତି ବୋଲି ମହୁଆ କହିଛନ୍ତି। ଏଥିରେ ତାଙ୍କର ୨ କୋଟି ଟଙ୍କାର କ୍ଷତି ହୋଇଛି ବୋଲି ଦେହଦ୍ରାଇ ଅଭିଯୋଗ କରିଛନ୍ତି। ଏଥିସହିତ ସୋସିଆଲ୍ ମିଡିଆରେ ଥିବା ମାନହାନୀମୂଳକ କଣ୍ଟେଟ୍‌କୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦେହଦ୍ରାଇ ହାଇକୋର୍ଟରେ ଆବେଦନ କରିଛନ୍ତି। ସପ୍ତାହେ ତଳେ ମହୁଆ ମୋଇତ୍ର ମଧ୍ୟ ଏଭଳି କିଛି ଅଭିଯୋଗ ନେଇ ଦିଲ୍ଲୀ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ପ୍ରଶ୍ନ ବଦଳରେ ଟଙ୍କା ମାମଲାରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ଦେହଦ୍ରାଇ ତାଙ୍କ ବିରୋଧରେ ନକଲି ଓ ଅପମାନ ସୂଚକ ପୋଷ୍ଟ କରିବାରୁ ରୋକିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ମହୁଆ। ହେଲେ କୋର୍ଟ ମହୁଆଙ୍କ ଆବେଦନ ଖାରଜ କରିଦେଇଥିଲେ।ମାର୍ଚ୍ଚ ୪ ତାରିଖରେ ମାମଲାରେ ଶୁଣାଣି କରି କୋର୍ଟ ଜାଣିବାକୁ ପାଇଥିଲେ ଯେ ମହୁଆ ତାଙ୍କ ଅଭିଯୋଗରେ ସମ୍ପୂର୍ଣ୍ଣ ତଥ୍ୟ ଓ ବବିରଣୀ ଦେ

ମହୁଆ ମୋଇତ୍ରଙ୍କ ବିରୋଧରେ ୨ କୋଟି ଟଙ୍କାର ମାନହାନୀ ମକଦ୍ଦମା କଲେ ପୂର୍ବତନ ବନ୍ଧୁ ଜୟ ଅନନ୍ତ ଦେହଦ୍ରାଇ

ନୂଆଦିଲ୍ଲୀ: ବହିଷ୍କୃତ ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ ମାନହାନୀ ମକଦ୍ଦମା କଲେ ତାଙ୍କ ବନ୍ଧୁ ତଥା ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହଦ୍ରାଇ। ଦିଲ୍ଲୀ ହାଇକୋର୍ଟରେ ମାମଲା ଦାୟର ହୋଇଥିବା ବେଳେ ଆଜି ଏହାର ଶୁଣାଣି ହେବ।

ଦେହଦ୍ରାଇ ଅଭିଯୋଗ କରିଛନ୍ତି ଯେ ମହୁଆ ଟଙ୍କା ବଦଳରେ ପ୍ରଶ୍ନ ମାମଲାରେ ତାଙ୍କ ବିରୋଧରେ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ଅନେକ ଅପମାନସୂଚକ କଥା କହିଛନ୍ତି। ଦେହଦ୍ରାଇଙ୍କୁ ବେରୋଜଗାରୀ କହିବା ସହ ପ୍ରେମର ଧୋକା ଖାଇ ସେ ହତାଶ ହୋଇପଡ଼ିଛନ୍ତି ବୋଲି ମହୁଆ କହିଛନ୍ତି। ଏଥିରେ ତାଙ୍କର ୨ କୋଟି ଟଙ୍କାର କ୍ଷତି ହୋଇଛି ବୋଲି ଦେହଦ୍ରାଇ ଅଭିଯୋଗ କରିଛନ୍ତି। ଏଥିସହିତ ସୋସିଆଲ୍ ମିଡିଆରେ ଥିବା ମାନହାନୀମୂଳକ କଣ୍ଟେଟ୍‌କୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦେହଦ୍ରାଇ ହାଇକୋର୍ଟରେ ଆବେଦନ କରିଛନ୍ତି। 

ସପ୍ତାହେ ତଳେ ମହୁଆ ମୋଇତ୍ର ମଧ୍ୟ ଏଭଳି କିଛି ଅଭିଯୋଗ ନେଇ ଦିଲ୍ଲୀ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ପ୍ରଶ୍ନ ବଦଳରେ ଟଙ୍କା ମାମଲାରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ଦେହଦ୍ରାଇ ତାଙ୍କ ବିରୋଧରେ ନକଲି ଓ ଅପମାନ ସୂଚକ ପୋଷ୍ଟ କରିବାରୁ ରୋକିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ମହୁଆ। ହେଲେ କୋର୍ଟ ମହୁଆଙ୍କ ଆବେଦନ ଖାରଜ କରିଦେଇଥିଲେ।

ମାର୍ଚ୍ଚ ୪ ତାରିଖରେ ମାମଲାରେ ଶୁଣାଣି କରି କୋର୍ଟ ଜାଣିବାକୁ ପାଇଥିଲେ ଯେ ମହୁଆ ତାଙ୍କ ଅଭିଯୋଗରେ ସମ୍ପୂର୍ଣ୍ଣ ତଥ୍ୟ ଓ ବବିରଣୀ ଦେଇ ନାହାନ୍ତି। ତେଣୁ କୋର୍ଟ ତାଙ୍କ ଆବେଦନ ଖାରଜ କରିଦେଇଥିଲେ।  

ସୂଚନା ଥାଉକି ଗତବର୍ଷ ଡିସେମ୍ବର ମାସରେ ମହୁଆ ମୋଇତ୍ରଙ୍କୁ ସଂସଦରୁ ବହିଷ୍କାର କରାଯାଇଥିଲା। ମହୁଆ ଅନୌତିକ କାର୍ଯ୍ୟ କରିଥିବା ସଂସଦର ଏଥିକ୍ସ କମିଟି ଜାଣିବା ପରେ ତାଙ୍କୁ ଗୃହରୁ ବହିସ୍କାର କିବା ସହ ତାଙ୍କ ବିରୋଧରେ ତଦନ୍ତ କରିବାକୁ ଦାବି କରିଥିଲା।