ମା’ କାଳୀଙ୍କୁ ମୋଦି ପିନ୍ଧାଇଥିବା ମୁକୁଟ ଚୋରି: ଚୋରଙ୍କୁ ଖୋଜୁଛି ପୋଲିସ

ଢାକା,୧୧।୧୦: ବାଂଲାଦେଶର ସାଥିରାଠାରେ ଅବସ୍ଥିତ ମା’ କାଳୀଙ୍କ ଜେଶେରେଶ୍ୱରୀ ମନ୍ଦିର ବହୁତ ପ୍ରସିଦ୍ଧ। ୨୦୨୧ରେ ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶ ଗସ୍ତ ସମୟରେ ସେହି ମନ୍ଦିରରେ ଥିବା ମା’ କାଳୀଙ୍କୁ ମୁକୁଟ ଉପହାର କରିଥିଲେ। ଏବେ ସୁନା ଲେପ ଦିଆ ରୂପା ମୁକୁଟ ଚୋରି ମନ୍ଦିରରୁ ଚୋରି ହୋଇଛି। ଏହି ପ୍ରସଙ୍ଗରେ ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି,ଆମେ ଚୋରକୁ ଚିହ୍ନିବା ପାଇଁ ମନ୍ଦିରର ସିସିଟିଭି ଫୁଟେଜ ଯାଞ୍ଚ କରୁଛୁ। ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶ ଗସ୍ତ ସମୟରେ ୨୭ ମାର୍ଚ୍ଚ […] The post ମା’ କାଳୀଙ୍କୁ ମୋଦି ପିନ୍ଧାଇଥିବା ମୁକୁଟ ଚୋରି: ଚୋରଙ୍କୁ ଖୋଜୁଛି ପୋଲିସ appeared first on Dharitri Odia News.

ମା’ କାଳୀଙ୍କୁ ମୋଦି ପିନ୍ଧାଇଥିବା ମୁକୁଟ ଚୋରି: ଚୋରଙ୍କୁ ଖୋଜୁଛି ପୋଲିସ

ଢାକା,୧୧।୧୦: ବାଂଲାଦେଶର ସାଥିରାଠାରେ ଅବସ୍ଥିତ ମା’ କାଳୀଙ୍କ ଜେଶେରେଶ୍ୱରୀ ମନ୍ଦିର ବହୁତ ପ୍ରସିଦ୍ଧ। ୨୦୨୧ରେ ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶ ଗସ୍ତ ସମୟରେ ସେହି ମନ୍ଦିରରେ ଥିବା ମା’ କାଳୀଙ୍କୁ ମୁକୁଟ ଉପହାର କରିଥିଲେ। ଏବେ ସୁନା ଲେପ ଦିଆ ରୂପା ମୁକୁଟ ଚୋରି ମନ୍ଦିରରୁ ଚୋରି ହୋଇଛି। ଏହି ପ୍ରସଙ୍ଗରେ ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି,ଆମେ ଚୋରକୁ ଚିହ୍ନିବା ପାଇଁ ମନ୍ଦିରର ସିସିଟିଭି ଫୁଟେଜ ଯାଞ୍ଚ କରୁଛୁ।

ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶ ଗସ୍ତ ସମୟରେ ୨୭ ମାର୍ଚ୍ଚ ୨୦୨୧ରେ ଜେଶେରେଶ୍ୱରୀ ମନ୍ଦିର ପରିଦର୍ଶନ କରିଥିଲେ। ସେଦିନ ସେ ଦେବୀଙ୍କ ମସ୍ତକରେ ମୁକୁଟ ପିନ୍ଧାଇଥିଲେ। ଚୋରି ହୋଇଥିବା ମୁକୁଟ ଭକ୍ତମାନଙ୍କ ପାଇଁ ସାଂସ୍କୃତିକ ଏବଂ ଧାର୍ମିକ ମହତ୍ତ୍ୱ ରଖେ। ହିନ୍ଦୁ ପୁରାଣରେ, ଜେଶେରେଶ୍ୱରୀ ମନ୍ଦିର ଭାରତ ଏବଂ ପଡୋଶୀ ଦେଶରେ ବ୍ୟାପିଥିବା ୫୧ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ।

The post ମା’ କାଳୀଙ୍କୁ ମୋଦି ପିନ୍ଧାଇଥିବା ମୁକୁଟ ଚୋରି: ଚୋରଙ୍କୁ ଖୋଜୁଛି ପୋଲିସ appeared first on Dharitri Odia News.