ମା’ କ୍ଷୀର ବିକ୍ରି ଉପରେ କଟକଣା, ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୭।୫: ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଏଫଏସଏସଏଆଇ) ଅଧିନିୟମ, ୨୦୦୬ ଅନୁଯାୟୀ ମା’ କ୍ଷୀରର ପ୍ରକ୍ରିୟାକରଣ ଏବଂ ବିକ୍ରୟ ପାଇଁ ଅନୁମତି ଦେବାକୁ ମନା କରିଦେଇଛି। ତେଣୁ ଏହାର ବ୍ୟବସାୟ ଲାଗି ହେଉଥିବା ସବୁ ପ୍ରକାର କାର୍ଯ୍ୟକଳାପ ବନ୍ଦ କରିବାକୁ ଏଫ୍ସ୍ଏସ୍ଏସ୍ଏଆଇ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶନାମାର ଉଲଂଘନ କଲେ ଖାଦ୍ୟ ବ୍ୟବସାୟ କରୁଥିବା ସଂସ୍ଥାମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜାତୀୟ ଗାଇଡ୍‌ଲାଇନ୍ ଅନୁସାରେ ଦାନ କରାଯାଇଥିବା ମା’ କ୍ଷୀରକୁ […] The post ମା’ କ୍ଷୀର ବିକ୍ରି ଉପରେ କଟକଣା, ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.

ମା’ କ୍ଷୀର ବିକ୍ରି ଉପରେ କଟକଣା, ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୭।୫: ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଏଫଏସଏସଏଆଇ) ଅଧିନିୟମ, ୨୦୦୬ ଅନୁଯାୟୀ ମା’ କ୍ଷୀରର ପ୍ରକ୍ରିୟାକରଣ ଏବଂ ବିକ୍ରୟ ପାଇଁ ଅନୁମତି ଦେବାକୁ ମନା କରିଦେଇଛି। ତେଣୁ ଏହାର ବ୍ୟବସାୟ ଲାଗି ହେଉଥିବା ସବୁ ପ୍ରକାର କାର୍ଯ୍ୟକଳାପ ବନ୍ଦ କରିବାକୁ ଏଫ୍ସ୍ଏସ୍ଏସ୍ଏଆଇ ନିର୍ଦ୍ଦେଶ ଦେଇଛି।

ଏହି ନିର୍ଦ୍ଦେଶନାମାର ଉଲଂଘନ କଲେ ଖାଦ୍ୟ ବ୍ୟବସାୟ କରୁଥିବା ସଂସ୍ଥାମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜାତୀୟ ଗାଇଡ୍‌ଲାଇନ୍ ଅନୁସାରେ ଦାନ କରାଯାଇଥିବା ମା’ କ୍ଷୀରକୁ ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ। କେବଳ ହସ୍ପିଟାଲ୍‌ରେ ଭର୍ତ୍ତି ଥିବା ନବଜାତକ କିମ୍ବା ଶିଶୁଙ୍କୁ ତାହା ଦିଆଯାଇପାରିବ। ମା’ କ୍ଷୀରକୁ କେବଳ ସ୍ଵେଚ୍ଛାକୃତ ଭାବେ ଏବଂ ମାଗଣାରେ ଦାନ କରାଯାଇପାରିବା କେହି ସେଥିପାଇଁ ଅର୍ଥ ନେଇପାରିବେ ନାହିଁ।

The post ମା’ କ୍ଷୀର ବିକ୍ରି ଉପରେ କଟକଣା, ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.