ମା’ ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୈଶୋର ମେଳା
ସମ୍ବଲପୁର: ଆଜି ମା’ ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପତଙ୍ଗ ଅନୁଷ୍ଠାନ ଓ ବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ କୈଶୋର ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଛାତ୍ରଛାତ୍ରୀଙ୍କ ମଧ୍ଯରେ ଲିଙ୍ଗଗତ ସାମ୍ୟତା, ଦେଶପ୍ରେମ ଓ ନେତୃତ୍ବ ମନୋବୃତ୍ତି ବିକାଶ ନିମନ୍ତେ ଅନେକ ପ୍ରତିଯୋଗିତା ଓ କାର୍ଯକ୍ରମମାନ ଆୟୋଜିତ ହୋଇଥିଲା। ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତ ମେଳା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଳେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବନୋଜ କୁମାର ସାହୁ କାର୍ଯ୍ୟକ୍ରମ […] The post ମା’ ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୈଶୋର ମେଳା appeared first on Odisha.News.

ସମ୍ବଲପୁର: ଆଜି ମା’ ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପତଙ୍ଗ ଅନୁଷ୍ଠାନ ଓ ବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ କୈଶୋର ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଛାତ୍ରଛାତ୍ରୀଙ୍କ ମଧ୍ଯରେ ଲିଙ୍ଗଗତ ସାମ୍ୟତା, ଦେଶପ୍ରେମ ଓ ନେତୃତ୍ବ ମନୋବୃତ୍ତି ବିକାଶ ନିମନ୍ତେ ଅନେକ ପ୍ରତିଯୋଗିତା ଓ କାର୍ଯକ୍ରମମାନ ଆୟୋଜିତ ହୋଇଥିଲା। ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତ ମେଳା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଳେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବନୋଜ କୁମାର ସାହୁ କାର୍ଯ୍ୟକ୍ରମ ଗୁଡିକୁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନଙ୍କ ସହ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅତି ଆଗ୍ରହର ସହ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ପତଙ୍ଗ ଅନୁଷ୍ଠାନର ବୈଶାଳୀ ପ୍ରଧାନ, ରଞ୍ଜିତା କାଲୋ, ସ୍ୱାଗତ ବିଶ୍ୱାଳ ଏବଂ ବିଦ୍ୟାଳୟର ରବିନ୍ଦ୍ରନାରାୟଣ ଠାକୁର, ଦୀପ୍ତିରେଖା ପଣ୍ଡା, ଆନନ୍ଦିନୀ ପଣ୍ଡା, ପଣ୍ଡିତ ବ୍ୟାସଦେବ ପଣ୍ଡା,ମୌସୁମୀ ଷଢଙ୍ଗୀ,ସ୍ୱାତି ପତି,ଚୈତନ୍ଯ ସେନାପତି,ଜୀବର୍ଦ୍ଧନ ସେଠ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ସହଯୋଗ କରିଥିଲେ।
The post ମା’ ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୈଶୋର ମେଳା appeared first on Odisha.News.