ମା ତାରିଣୀଙ୍କୁ ୫୦ଲକ୍ଷ ଟଙ୍କାର ସୁନା ମୁକୁଟ ଅର୍ପଣ କଲେ ଭକ୍ତ

କେନ୍ଦୁଝର: ଘଟଗାଁ ମାଆ ତାରିଣୀଙ୍କ ଚଇତି ପର୍ବ ଆରମ୍ଭ ହୋଇଛି। ମାଆଙ୍କ ଦର୍ଶନ ଲାଗି ପ୍ରତିଦିନ ବିଭିନ୍ନ ଜିଲ୍ଲାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟୁଛି। ଭକ୍ତଙ୍କର ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚଳିତବର୍ଷ ଚଇତି ପର୍ବର ସୁପରିଚାଳନା ଲାଗି ଘନ ଘନ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସେପଟେ ଗତକାଲି ଜଣେ ଭକ୍ତ ମାଆଙ୍କୁ ୫୦ ଲକ୍ଷ ଟଙ୍କା ର ସୁନା ମୁକୁଟ ଅର୍ପଣ କରିଛନ୍ତି […]

ମା ତାରିଣୀଙ୍କୁ ୫୦ଲକ୍ଷ ଟଙ୍କାର ସୁନା ମୁକୁଟ ଅର୍ପଣ କଲେ ଭକ୍ତ

କେନ୍ଦୁଝର: ଘଟଗାଁ ମାଆ ତାରିଣୀଙ୍କ ଚଇତି ପର୍ବ ଆରମ୍ଭ ହୋଇଛି। ମାଆଙ୍କ ଦର୍ଶନ ଲାଗି ପ୍ରତିଦିନ ବିଭିନ୍ନ ଜିଲ୍ଲାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟୁଛି। ଭକ୍ତଙ୍କର ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚଳିତବର୍ଷ ଚଇତି ପର୍ବର ସୁପରିଚାଳନା ଲାଗି ଘନ ଘନ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସେପଟେ ଗତକାଲି ଜଣେ ଭକ୍ତ ମାଆଙ୍କୁ ୫୦ ଲକ୍ଷ ଟଙ୍କା ର ସୁନା ମୁକୁଟ ଅର୍ପଣ କରିଛନ୍ତି । ମାଆଙ୍କ ଆଖି ପତା, ନୋଥ, ଏବଂ ଟିକିଲି ମଧ୍ୟ ଅର୍ପଣ କରିଛନ୍ତି। ମୁକୁଟର ଓଜନ ୪୪୫ ଗ୍ରାମ ୪୭୦ ମିଲିଗ୍ରାମ ରହିଛି। ମୁକୁଟ ଅର୍ପଣ କରିଥିବା ଭକ୍ତ ଜଣକ ସୁନ୍ଦରଗଡ ଜିଲ୍ଲାର ବଜରଙ୍ଗ ଅଗ୍ରଓ୍ବାଲ୍ ବୋଲି ଜଣାପଡିଛି। ପୂର୍ବରୁ ମାଆଙ୍କ ନିକଟରେ ମାନସିକ ରଖିଥିଲେ ବଜରଙ୍ଗ । ଚଇତି ପର୍ବର ପ୍ରଥମ ଦିନରେ ମାଆ ତାରିଣୀଙ୍କୁ ଏହି ସ୍ଵର୍ଣ୍ଣ ମୁକୁଟ ପିନ୍ଧାଇବା ଲାଗି ଅନୁରୋଧ କରିଛନ୍ତି ଶ୍ରୀ ଅଗ୍ରଓ୍ବାଲ।