ମା’ ହାତୀ ମୃତ୍ୟୁର ତିନିଦିନ ପରେ ଛୁଆ ଉଦ୍ଧାର

ଭବାନୀପାଟଣା/ନର୍ଲା,୧୬ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡିମାଲ ନିକଟ ଜଙ୍ଗଲ ପାର୍ଶ୍ୱରୁ ଗତ ଶୁକ୍ରବାର ଏକ ମାଈ ହାତୀର ମୃତଦେହ ସ୍ଥାନୀୟ ବନ ବିଭାଗ ଉଦ୍ଧାର କରିଥିଲା। ଏହାର ତିନିଦିନ ପରେ ସୋମବାର ବନ ବିଭାଗ ଏକ ଛୁଆ ହାତୀକୁ ନିକଟସ୍ଥ ଗାଡିଆଯୋର କ୍ଷୁଦ୍ର ଜଳସେଚନ ପ୍ରକଳ୍ପଠାରୁ ଉଦ୍ଧାର କରିଛି। ଉଦ୍ଧାର ହାତୀ ମୃତ ମାଈହାତୀର ଛୁଆ ବୋଲି ସନ୍ଦେହ କରାଯାଉଛି। ଉକ୍ତ ଅଞ୍ଚଳରେ ଛୁଆହାତୀ ବୁଲୁଥିବା […] The post ମା’ ହାତୀ ମୃତ୍ୟୁର ତିନିଦିନ ପରେ ଛୁଆ ଉଦ୍ଧାର appeared first on Dharitri Odia News.

ମା’ ହାତୀ ମୃତ୍ୟୁର ତିନିଦିନ ପରେ ଛୁଆ ଉଦ୍ଧାର

ଭବାନୀପାଟଣା/ନର୍ଲା,୧୬ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡିମାଲ ନିକଟ ଜଙ୍ଗଲ ପାର୍ଶ୍ୱରୁ ଗତ ଶୁକ୍ରବାର ଏକ ମାଈ ହାତୀର ମୃତଦେହ ସ୍ଥାନୀୟ ବନ ବିଭାଗ ଉଦ୍ଧାର କରିଥିଲା। ଏହାର ତିନିଦିନ ପରେ ସୋମବାର ବନ ବିଭାଗ ଏକ ଛୁଆ ହାତୀକୁ ନିକଟସ୍ଥ ଗାଡିଆଯୋର କ୍ଷୁଦ୍ର ଜଳସେଚନ ପ୍ରକଳ୍ପଠାରୁ ଉଦ୍ଧାର କରିଛି। ଉଦ୍ଧାର ହାତୀ ମୃତ ମାଈହାତୀର ଛୁଆ ବୋଲି ସନ୍ଦେହ କରାଯାଉଛି। ଉକ୍ତ ଅଞ୍ଚଳରେ ଛୁଆହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା। ବନ ବିଭାଗ ଟିମ୍‌ ରାତି ଅନିଦ୍ରା ରହି ଏହାର ଗତିବିଧି ଉପରେ ନଜର ରଖିଥିଲା। ଶେଷରେ ଟ୍ରାଙ୍କୁଲାଇଜ କରି ଟିମ୍‌ ସଦସ୍ୟ ଛୁଆ ହାତୀକୁ ଧରିବାରେ ସକ୍ଷମ ହୋଇଥିଲେ। ଏହାର ବୟସ ୧ ବର୍ଷ ହେବ। ଉଦ୍ଧାର ପରେ ତାକୁ ଛିପୁଲ ଜଙ୍ଗଲରେ ଥିବା ନର୍ସରୀରେ କଡା ସୁରକ୍ଷା ଭିତରେ ରଖାଯାଇଛି। ବର୍ତ୍ତମାନ ତା’ର ଚିକିତ୍ସା ଚାଲିଛି, ସମ୍ପୂର୍ଣ୍ଣ ସୁସ୍ଥ ହେଲା ପରେ ନନ୍ଦନକାନନ ନିଆଯିବ ବୋଲି ଉତ୍ତର ବନଖଣ୍ଡ ଅଧିକାରୀ ଅନୁରାଗ ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, କେଉଁ କାରଣରୁ ମାଈ ହାତୀର ମୃତ୍ୟୁ ହୋଇଛି ତା’ର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

The post ମା’ ହାତୀ ମୃତ୍ୟୁର ତିନିଦିନ ପରେ ଛୁଆ ଉଦ୍ଧାର appeared first on Dharitri Odia News.