ମାଁ ପାଇଁ ଗଛ ଟିଏ:ପଡିଆବାହାଲ ସାପ୍ତାହିକ ହାଟରେ ଲାଗିଲା ଶହେ ଗଛ
ସମ୍ବଲପୁର:ଆଜି ପଡିଆବାଲ ସାପ୍ତାହିକ ହାଟରେ ବନମହୋତ୍ସବ ପାଳିତ ହୋଇଯାଇଛି। ‘ମା ପାଇଁ ଗଛଟିଏ’-ବିଷୟକୁ ନେଇ ଆଜି ହାଟ ପରିସରରେ ବାହାମ ସରପଞ୍ଚ ସରସ୍ବତୀ ଭୋସାଗରଙ୍କ ପୌରୋହିତ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ପଣ୍ଡା ମୁଖ୍ୟଅତିଥି ଭାବରେ ଯୋଗଦେଇ ପୂଜାର୍ଚନା କରି ନାରୀକେଳ ଭାଙ୍ଗି ଏହାକୁ ଉଦଘାଟନ କରିଥିଲେ। ବାହାମ ଗ୍ରାମ ପଞ୍ଚାୟତ ଓ ଦୁର୍ଗା ପୂଜା କମିଟି ଆୟୋଜନରେ ଅନୁଷ୍ଠିତ ଏହି ବନତ୍ସୋବ କାର୍ଯ୍ୟକ୍ରମରେ ତଥା ସମ୍ମାନିତ ଅତିଥି ଭାବରେ ଦୁର୍ଗା ପୂଜା କମିଟିର […] The post ମାଁ ପାଇଁ ଗଛ ଟିଏ:ପଡିଆବାହାଲ ସାପ୍ତାହିକ ହାଟରେ ଲାଗିଲା ଶହେ ଗଛ appeared first on Odisha.News.

ସମ୍ବଲପୁର:ଆଜି ପଡିଆବାଲ ସାପ୍ତାହିକ ହାଟରେ ବନମହୋତ୍ସବ ପାଳିତ ହୋଇଯାଇଛି। ‘ମା ପାଇଁ ଗଛଟିଏ’-ବିଷୟକୁ ନେଇ ଆଜି ହାଟ ପରିସରରେ ବାହାମ ସରପଞ୍ଚ ସରସ୍ବତୀ ଭୋସାଗରଙ୍କ ପୌରୋହିତ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ପଣ୍ଡା ମୁଖ୍ୟଅତିଥି ଭାବରେ ଯୋଗଦେଇ ପୂଜାର୍ଚନା କରି ନାରୀକେଳ ଭାଙ୍ଗି ଏହାକୁ ଉଦଘାଟନ କରିଥିଲେ।
ବାହାମ ଗ୍ରାମ ପଞ୍ଚାୟତ ଓ ଦୁର୍ଗା ପୂଜା କମିଟି ଆୟୋଜନରେ ଅନୁଷ୍ଠିତ ଏହି ବନତ୍ସୋବ କାର୍ଯ୍ୟକ୍ରମରେ ତଥା ସମ୍ମାନିତ ଅତିଥି ଭାବରେ ଦୁର୍ଗା ପୂଜା କମିଟିର ସଭାପତି ସୁବୋଧ କୁମାର ବେହେରା,ଉପଦେଷ୍ଟା ବିଜୟ କୁମାର ନାୟକ,ପଡିଆବାହାଲ ରେଞ୍ଜର ସୁନୀଲ ଖିଲାରୀ,ଅଶୋକ କୁମାର ପୁରୋହିତ, ଆଶୁତୋଷ ପଣ୍ଡା,ଡା.ରାଜାରାମ ଷଡଙ୍ଗୀ , ମୃତ୍ୟୁଞ୍ଜୟ ପାଣିଗ୍ରାହୀ,ବିନୋଦ ମେହେର, ବାଦଲ ମହାପାତ୍ର,ମନୋଜ ସାହୁ ପ୍ରମୁଖ ଯୋଗଦେଇ ଅଞ୍ଚଳବାସୀଙ୍କ ସହ ମିଶି ବୃକ୍ଷରୋପଣ କରିବା ସହିତ ତଥା ବୃକ୍ଷରୋପଣ କାରିଙ୍କୁ ଉତ୍ସାହିତ କରିଥିଲେ। ପ୍ରକାଶ ଥାଉକି ଗତ ଜୁଲାଇ ୮ ତାରିଖର ନିଷ୍ପତ୍ତି କ୍ରମେ ପଞ୍ଚାୟତ ଓ ଦୁର୍ଗା ପୂଜା କମିଟି ପକ୍ଷରୁ ଏହି ବୃକ୍ଷରୋପଣ କରାଯାଇ ହାଟ ମଧ୍ୟରେ ଶହେଟି ବୃକ୍ଷ ଅତିଥି ପଞ୍ଚାୟତର ସମସ୍ତ ସିଆରପି, ଏମବିକେ,ସାମାଜିକ କର୍ମୀ ମାନଙ୍କଦ୍ବାରା ବୃକ୍ଷ ରୋପଣ କରାଯାଇଥିଲା।କାର୍ଯ୍ୟକ୍ରମର ସଫଳତା ପାଇଁ ଦେବାନନ୍ଦ ଭୋସାଗର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବନ ବିଭାଗ,ପଞ୍ଚାୟତର ସମସ୍ତ କର୍ମଚାରୀ ମାନଙ୍କ ସହିତ ସ୍ୱୟଂ ସହାୟକ ଦଳ ଓ ଅଞ୍ଚଳବାସୀ ସହଯୋଗ କରିଥିଲେ।
The post ମାଁ ପାଇଁ ଗଛ ଟିଏ:ପଡିଆବାହାଲ ସାପ୍ତାହିକ ହାଟରେ ଲାଗିଲା ଶହେ ଗଛ appeared first on Odisha.News.