ମାଁ ସମଲେଇ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଆମନ୍ତ୍ରଣରେ ବି ପାତର ଅନ୍ତର !

ସମ୍ବଲପୁର:ପଶ୍ଚିମ ଓଡିଶା ର ଅଧିଷ୍ଠାତ୍ରୀ ଦେବୀ ତଥା କୋଟି କୋଟି ଶ୍ରଦ୍ଧାଳୁ ଙ୍କର ଆସ୍ଥା ର ଦେବୀ ମାଁ ସମଲେଇ ଙ୍କର ମନ୍ଦିର ର ସୌନ୍ଦର୍ଜୀକରଣ କରାଯିବା ସ୍ୱାଗତ ଯୋଗ୍ୟ ବିଷୟ l ଏହି ମାଁ ସମଲେଇ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ଯେମିତି ବି ହେଉ କରାଯିବା ସମ୍ବଲପୁରବାସୀ ପାଇଁ ଖୁସି ର ବିଷୟ ବୋଲି ସକ୍ଷମ ର ଆବାହକ ତଥା ନାଟନାଟୁଆ ର ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ଏକ ପ୍ରେସ ବିବୃତି ରେ […] The post ମାଁ ସମଲେଇ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଆମନ୍ତ୍ରଣରେ ବି ପାତର ଅନ୍ତର ! appeared first on Odisha.News.

ମାଁ ସମଲେଇ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଆମନ୍ତ୍ରଣରେ ବି ପାତର ଅନ୍ତର !

ସମ୍ବଲପୁର:ପଶ୍ଚିମ ଓଡିଶା ର ଅଧିଷ୍ଠାତ୍ରୀ ଦେବୀ ତଥା କୋଟି କୋଟି ଶ୍ରଦ୍ଧାଳୁ ଙ୍କର ଆସ୍ଥା ର ଦେବୀ ମାଁ ସମଲେଇ ଙ୍କର ମନ୍ଦିର ର ସୌନ୍ଦର୍ଜୀକରଣ କରାଯିବା ସ୍ୱାଗତ ଯୋଗ୍ୟ ବିଷୟ l ଏହି ମାଁ ସମଲେଇ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ଯେମିତି ବି ହେଉ କରାଯିବା ସମ୍ବଲପୁରବାସୀ ପାଇଁ ଖୁସି ର ବିଷୟ ବୋଲି ସକ୍ଷମ ର ଆବାହକ ତଥା ନାଟନାଟୁଆ ର ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ଏକ ପ୍ରେସ ବିବୃତି ରେ ପ୍ରକାଶ କରିଛନ୍ତି l ହେଲେ ଏହି ମାଁ ସମଲେଇ ପ୍ରକଳ୍ପ ର ଲୋକାର୍ପଣ ଉତ୍ସବ ରେ ଅତିଥି ନିମନ୍ତ୍ରଣ ରେ ଜିଲ୍ଲା ପ୍ରଶାସନ, ମହାନଗର ନିଗମ ଓ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ବାଛବିଚାର ନୀତି ଅତ୍ୟନ୍ତ ଦୁର୍ଭାଗ୍ୟ ର ବିଷୟ ବୋଲି ଶ୍ରୀ ପାଣିଗ୍ରାହୀ ଉଦବେଗ ପ୍ରକାଶ କରିଛନ୍ତି l
ଏହି କାର୍ଯ୍ୟକ୍ରମ ରେ ଦାୟିତ୍ୱ ରେ ଥିବା ଟ୍ରଷ୍ଟ ବୋର୍ଡ ତଥା ସରକାରୀ ବାବୁ ମାନେ ମନଇଛା ନିଜ ପାଖ ଲୋକଙ୍କୁ ନିମନ୍ତ୍ରଣ ଓ ଏଣ୍ଟ୍ରି ପାସ ବିତରଣ କରିଥିବା ବେଳେ ଅନେକ ବିଶିଷ୍ଟ ବ୍ୟକ୍ତି ଓ ନେତୃସ୍ଥାନୀୟ ବ୍ୟକ୍ତି ଙ୍କୁ ତାଲିକାଭୁକ୍ତ କରିନାହାନ୍ତି l କେବଳ ସେତିକି ନୁହେଁ ଏମିତି ବିଶେଷ ଆୟୋଜନ ବା ଉତ୍ସବ କୁ ପ୍ରଚାର ପ୍ରସାର ରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବିଭିନ୍ନ ପତ୍ର ପତ୍ରିକା ତଥା ଇଲେକ୍ଟ୍ରୋନିକ ମିଡ଼ିଆ ପ୍ରତିନିଧି ମାନଙ୍କ ମଧ୍ୟରୁ ସୀମିତି ବ୍ୟକ୍ତିଙ୍କୁ ପାସ ବିତରଣ କରାଯାଇଥିବା ଦୁଃଖର ବିଷୟ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି l
ଏଇମିତି ଏକ ଆଧ୍ୟାତ୍ମିକ ସମାରୋହ ରେ ଅତିଥି ନିମନ୍ତ୍ରଣ ପ୍ରକ୍ରିୟା ରେ ପାତର ଅନ୍ତର କାହିଁକି ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି l

The post ମାଁ ସମଲେଇ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଆମନ୍ତ୍ରଣରେ ବି ପାତର ଅନ୍ତର ! appeared first on Odisha.News.