ମାଆ ହୋଇପାରିବେନି ସେଲେନା ଗୋମେଜ, ଯନ୍ତ୍ରଣା ବଖାଣିଲେ ୩୨ ବର୍ଷିୟା ଗାୟିକା

ମୁମ୍ଵାଇ ୧୧।୦୯: ହଲିଉଡ୍‌ କଣ୍ଠଶିଳ୍ପୀ ସେଲେନା ଗୋମେଜ। ସେ ତାଙ୍କ ପର୍ସନାଲ ଲାଇଫ୍‌କୁ ଖୁବ୍‌ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ଅଭିନେତ୍ରୀ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ଯାହା ଖୁବ୍‌ ଆଲୋଚନାକୁ ଆସିଛି । ସେଲେନା ଗୋମେଜ କହିଛନ୍ତି ଯେ ସେ କେବେ ମା ହୋଇପାରିବେ ନାହିଁ। ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସେଲେନା କହିଛନ୍ତି, ‘୩୨ ବର୍ଷ ବୟସ୍କା ସେଲିନା ଗୋମେଜଙ୍କର ଏକ ଚିକିତ୍ସା ସମସ୍ୟା ରହିଛି। ଯେଉଁଥିପାଇଁ ସେ କେବେ ପିଲା ଜନ୍ମ କରିପାରିବେ ନାହିଁ । ଯଦି ସେ ଏହା କରନ୍ତି, କେବଳ ତାଙ୍କ ଜୀବନ ନୁହେଁ ତାଙ୍କ ପିଲାର ଜୀବନ ମଧ୍ୟ ବିପଦରେ ପଡିପାରେ । ଯେତେବେଳେ ଗାୟକ ତାଙ୍କ ଅବସ୍ଥା ବିଷୟରେ ଜାଣିଲେ, ସେତେବେଳେ ସେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲେ । ଏନେଇ ଡାକ୍ତର ସ୍ପଷ୍ଟ ଭାବେ କହି ଦେଇଛନ୍ତି। ମୁଁ ଯେତେ ଔଷଧ ଓ ଇନଜେକସନ ନେଲେ ବି କେବେ ମା’ ହୋଇ ପାରିବି ନାହିଁ। ମୁଁ ଏକଥା କାହାକୁ ଜଣାଇ ନଥିଲି। କିନ୍ତୁ ଯେବେ ଠାରୁ ମୁଁ ଏକଥା ଜାଣିଛି ଖୁବ ଦୁଃଖରେ ରହୁଛି। ଯେତେ କାମ ବ୍ୟସ୍ତରେ ରହିଲେ ଡାକ୍ତରଙ୍କ ଏହି କେହି ମୋ ମନରେ ସବୁବେଳେ ଉଙ୍କି ମାରୁଛି। ଭଗବାନଙ୍କୁ ମୋର ଏତିକି ଅନୁରୋଧ ନାରୀଟିକୁ  ଯଦି ଜନ୍ମ ଦେଇଛନ୍ତି ‌ତେବେ ତାକୁ ମା’ ହେବାର ସୁଖରୁ ବଞ୍ଚିତ କରନ୍ତୁ ନାହିଁ। ସେଲେନା ଏବେ ସରୋଗେସି ଉପାୟରେ ମା’ ହେବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି।ସେଲେନାଙ୍କ ଠାରୁ ଏଭଳି

ମାଆ ହୋଇପାରିବେନି ସେଲେନା ଗୋମେଜ, ଯନ୍ତ୍ରଣା ବଖାଣିଲେ ୩୨ ବର୍ଷିୟା ଗାୟିକା

ମୁମ୍ଵାଇ ୧୧।୦୯: ହଲିଉଡ୍‌ କଣ୍ଠଶିଳ୍ପୀ ସେଲେନା ଗୋମେଜ। ସେ ତାଙ୍କ ପର୍ସନାଲ ଲାଇଫ୍‌କୁ ଖୁବ୍‌ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ଅଭିନେତ୍ରୀ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ଯାହା ଖୁବ୍‌ ଆଲୋଚନାକୁ ଆସିଛି । ସେଲେନା ଗୋମେଜ କହିଛନ୍ତି ଯେ ସେ କେବେ ମା ହୋଇପାରିବେ ନାହିଁ। ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସେଲେନା କହିଛନ୍ତି, ‘୩୨ ବର୍ଷ ବୟସ୍କା ସେଲିନା ଗୋମେଜଙ୍କର ଏକ ଚିକିତ୍ସା ସମସ୍ୟା ରହିଛି। ଯେଉଁଥିପାଇଁ ସେ କେବେ ପିଲା ଜନ୍ମ କରିପାରିବେ ନାହିଁ । ଯଦି ସେ ଏହା କରନ୍ତି, କେବଳ ତାଙ୍କ ଜୀବନ ନୁହେଁ ତାଙ୍କ ପିଲାର ଜୀବନ ମଧ୍ୟ ବିପଦରେ ପଡିପାରେ । ଯେତେବେଳେ ଗାୟକ ତାଙ୍କ ଅବସ୍ଥା ବିଷୟରେ ଜାଣିଲେ, 

ସେତେବେଳେ ସେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲେ । ଏନେଇ ଡାକ୍ତର ସ୍ପଷ୍ଟ ଭାବେ କହି ଦେଇଛନ୍ତି। ମୁଁ ଯେତେ ଔଷଧ ଓ ଇନଜେକସନ ନେଲେ ବି କେବେ ମା’ ହୋଇ ପାରିବି ନାହିଁ। ମୁଁ ଏକଥା କାହାକୁ ଜଣାଇ ନଥିଲି। କିନ୍ତୁ ଯେବେ ଠାରୁ ମୁଁ ଏକଥା ଜାଣିଛି ଖୁବ ଦୁଃଖରେ ରହୁଛି। ଯେତେ କାମ ବ୍ୟସ୍ତରେ ରହିଲେ ଡାକ୍ତରଙ୍କ ଏହି କେହି ମୋ ମନରେ ସବୁବେଳେ ଉଙ୍କି ମାରୁଛି। ଭଗବାନଙ୍କୁ ମୋର ଏତିକି ଅନୁରୋଧ ନାରୀଟିକୁ  ଯଦି ଜନ୍ମ ଦେଇଛନ୍ତି ‌ତେବେ ତାକୁ ମା’ ହେବାର ସୁଖରୁ ବଞ୍ଚିତ କରନ୍ତୁ ନାହିଁ। ସେଲେନା ଏବେ ସରୋଗେସି ଉପାୟରେ ମା’ ହେବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି।

ସେଲେନାଙ୍କ ଠାରୁ ଏଭଳି ଖବର ପାଇବା ପରେ ତାଙ୍କ ଫ୍ୟାନମାନେ ଦୁଃଖୀ ହୋଇଯାଇଛନ୍ତି। କିନ୍ତୁ ଅଭିନେତ୍ରୀ ଗର୍ଭଧାରଣ କରି ନପାରିବାର କାରଣ ବିଷୟରେ ସ୍ପଷ୍ଟ ଭାବେ କିଛି କହି ନାହାନ୍ତି। କିନ୍ତୁ ୨୦୧୫ରେ ସେ ଲ୍ୟୁପସର ଶିକାର ହୋଇଥିବା ସାଧାରଣରେ କହିଥିଲେ।  ଲ୍ୟୁପସ ଏମିତି ଏକ ରୋଗ ଯେଉଁଥିରେ ଇମ୍ୟୁନ ସିଷ୍ଟମ ନିଜର ଟିସୁ ଓ ଅର୍ଗାନ୍ସ ଉପରେ ଆକ୍ରମଣ କରିଥାଏ। ଏହି ରୋଗରେ ଶିକାର ହେବାପରେ ସେଲେନା ଡିପ୍ରେସନକୁ ଚାଲି ଯାଇଥି‌ଲେ। ଏଥିପାଇଁ ତାଙ୍କୁ ଔଷଧ ‌ସେବନ କରିବାକୁ ପଡ଼ିଥିଲା। ୨୦୧୭ରେ ତାଙ୍କର କିଡନି ପ୍ରତିରୋପଣ ହୋଇଥିଲ