ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତା କଡକୁ ଓଲଟିଲା ବସ୍ ; ବର୍ତ୍ତିଲେ ଯାତ୍ରୀ, ଡ୍ରାଇଭର ଆହତ
ଆଠଗଡ ୨୫।୭: ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତା କଡକୁ ଓଲଟିଲା ଏକ ଘରୋଇ ଯାତ୍ରୀବାହୀ ବସ୍ । କଟକ ଜିଲ୍ଲା ୬୫ ନମ୍ବର ରାଜ୍ୟ ରାଜପଥ ଖୁଣ୍ଟୁଣୀ-ନରସିଂହପୁର ମୁଖ୍ୟ ରାସ୍ତା ଆଠଗଡ଼ ଥାନା ଦୋରଡ ଛକ ଠାରେ ଘଟିଛି ଦୁର୍ଘଟଣା ।ସୂଚନାଯୋଗ୍ୟ ଯେ, କଟକରୁ ବଡ଼ମ୍ବା ଯାଉଥିବା ଏକ ଯାତ୍ରୀବାହୀ ବସ୍ ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ବେଳେ ୬୫ ନମ୍ବର ରାଜ୍ୟ ରାଜପଥର ଦୋରୋଡ ଛକ ଠାରେ ହଠାତ ବସ୍ ସାମ୍ନାକୁ ଏକ ସାଇକେଲ ଆସିଯାଇଥିଲା । ବସ୍ ଡ୍ରାଇଭର ସାଇକେଲ ଆରୋହୀଙ୍କୁ ବଞ୍ଚାଇବା ପାଇଁ ରାସ୍ତା କଡକୁ କାଟିବା ସମୟରେ ରାସ୍ତା କଡକୁ ଓଲଟି ପଡ଼ିଥିଲା । ଏଥିରେ ଥିବା ୩୫ଜଣ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।You Can Read:ବର୍ଷାରେ ବେହାଲ ସାହୁପଡା-ଖଜାପଦର ରାସ୍ତା, ମରାମତି ପାଇଁ ଗ୍ରାମବାସୀଙ୍କ ଦାବି
ଆଠଗଡ ୨୫।୭: ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତା କଡକୁ ଓଲଟିଲା ଏକ ଘରୋଇ ଯାତ୍ରୀବାହୀ ବସ୍ । କଟକ ଜିଲ୍ଲା ୬୫ ନମ୍ବର ରାଜ୍ୟ ରାଜପଥ ଖୁଣ୍ଟୁଣୀ-ନରସିଂହପୁର ମୁଖ୍ୟ ରାସ୍ତା ଆଠଗଡ଼ ଥାନା ଦୋରଡ ଛକ ଠାରେ ଘଟିଛି ଦୁର୍ଘଟଣା ।
ସୂଚନାଯୋଗ୍ୟ ଯେ, କଟକରୁ ବଡ଼ମ୍ବା ଯାଉଥିବା ଏକ ଯାତ୍ରୀବାହୀ ବସ୍ ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ବେଳେ ୬୫ ନମ୍ବର ରାଜ୍ୟ ରାଜପଥର ଦୋରୋଡ ଛକ ଠାରେ ହଠାତ ବସ୍ ସାମ୍ନାକୁ ଏକ ସାଇକେଲ ଆସିଯାଇଥିଲା । ବସ୍ ଡ୍ରାଇଭର ସାଇକେଲ ଆରୋହୀଙ୍କୁ ବଞ୍ଚାଇବା ପାଇଁ ରାସ୍ତା କଡକୁ କାଟିବା ସମୟରେ ରାସ୍ତା କଡକୁ ଓଲଟି ପଡ଼ିଥିଲା । ଏଥିରେ ଥିବା ୩୫ଜଣ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
You Can Read:
ବର୍ଷାରେ ବେହାଲ ସାହୁପଡା-ଖଜାପଦର ରାସ୍ତା, ମରାମତି ପାଇଁ ଗ୍ରାମବାସୀଙ୍କ ଦାବି