ମାଆଙ୍କ ଘର ନା ଶାଶୁଘର… କେଉଁଠୁ ନିର୍ବାଚନ ଲଢିବେ ଭିନେଶ? ନିଜେ ଦେଲେ ଜବାବ
ନୂଆଦିଲ୍ଲୀ,୬।୯: ରେସଲର ଭିନେଶ ଫୋଗାଟ ଶୁକ୍ରବାର କଂଗ୍ରେସରେ ଯୋଗ ଦେଇଥିଲେ। ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ତାଙ୍କ ଜନ୍ମସ୍ଥାନ ବା ମାଆଙ୍କ ଘର ଆସନରୁ ନା ଶାଶୁଙ୍କ ଘର ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ, ସେ ଉତ୍ତର ଦେଇଛନ୍ତି ଯେ ଉଭୟ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ଜନ୍ମଭୂମି ଏବଂ ଗୋଟିଏ କର୍ମଭୂମୀ ଅଛି ବୋଲି ଭିନେଶ କହିଛନ୍ତି। ସୂଚନାଯୋଗ୍ୟ, ଭିନେଶ ଫୋଗାଟଙ୍କ ଶାଶୁ ଘର ବଖତା ଖେଡା ଗ୍ରାମରେ ଅଛି । ବଖତା […] The post ମାଆଙ୍କ ଘର ନା ଶାଶୁଘର… କେଉଁଠୁ ନିର୍ବାଚନ ଲଢିବେ ଭିନେଶ? ନିଜେ ଦେଲେ ଜବାବ appeared first on Dharitri Odia News.
ନୂଆଦିଲ୍ଲୀ,୬।୯: ରେସଲର ଭିନେଶ ଫୋଗାଟ ଶୁକ୍ରବାର କଂଗ୍ରେସରେ ଯୋଗ ଦେଇଥିଲେ। ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ତାଙ୍କ ଜନ୍ମସ୍ଥାନ ବା ମାଆଙ୍କ ଘର ଆସନରୁ ନା ଶାଶୁଙ୍କ ଘର ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ, ସେ ଉତ୍ତର ଦେଇଛନ୍ତି ଯେ ଉଭୟ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ଜନ୍ମଭୂମି ଏବଂ ଗୋଟିଏ କର୍ମଭୂମୀ ଅଛି ବୋଲି ଭିନେଶ କହିଛନ୍ତି।
ସୂଚନାଯୋଗ୍ୟ, ଭିନେଶ ଫୋଗାଟଙ୍କ ଶାଶୁ ଘର ବଖତା ଖେଡା ଗ୍ରାମରେ ଅଛି । ବଖତା ଖେଡା ଗାଁ ଜୁଲାନା ବିଧାନସଭା ଆସନ ଅଧୀନରେ ଆସେ। ଏହାକୁ ଏକ ଜାଟ ପ୍ରାଧାନ୍ୟ ସିଟ ଭାବରେ ବିବେଚନା କରାଯାଏ। ଭିନେଶଙ୍କ ମାଆଙ୍କ ଘର ବଲାଲି ଗାଁ ଚରଖି-ଦାଦରି ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆସିଛି। ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ନିଶ୍ଚିତ ହୋଇଛି। କଂଗ୍ରେସ ତାଙ୍କୁ ଏହି ଦୁଇଟି ଆସନ ମଧ୍ୟରୁ ଯେକୌଣସି ସ୍ଥାନରୁ ପ୍ରାର୍ଥୀ କରିପାରେ।
କଂଗ୍ରେସରେ ଯୋଗଦେବା ପରେ ଭିନେଶ ଫୋଗାଟ କହିଛନ୍ତି, ସର୍ବପ୍ରଥମେ ମୋତେ କୁସ୍ତିରେ ସମର୍ଥନ କରିଥିବାରୁ ଦେଶବାସୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ମୁଁ ଆଶା କରୁଛି ଯେ ମୁଁ ଆପଣଙ୍କର ଆଶା ପୂରଣ କରିବି। ମୁଁ କଂଗ୍ରେସ ପାର୍ଟିକୁ ବହୁତ ଧନ୍ୟବାଦ ଦେଉଛି। ଖରାପ ସମୟରେ, ଯେତେବେଳେ ଆମକୁ ରାସ୍ତାରେ ଟାଣି ଟାଣି ନିଆଯାଉଥିଲା, ଦେଶର ସମସ୍ତ ଦଳ ଆମ ସହିତ ଥିଲେ।
The post ମାଆଙ୍କ ଘର ନା ଶାଶୁଘର… କେଉଁଠୁ ନିର୍ବାଚନ ଲଢିବେ ଭିନେଶ? ନିଜେ ଦେଲେ ଜବାବ appeared first on Dharitri Odia News.