ମାଇଁଷିଙ୍କୁ ଗାଧୋଉଥିବାବେଳେ ଅଘଟଣ, କେନାଲରେ ବୁଡ଼ି ଯୁବକ ମୃତ

ଭୁବନେଶ୍ବର: ମାଇଁଷିଙ୍କୁ ଗାଧୋଉ ଥିବାବେଳେ ଅଘଟଣ। ଗଙ୍ଗୁଆ କେନାଲରେ ବୁଡ଼ି ଯୁବକଙ୍କ ମୃତ୍ୟୁ। ଘଟଣା ଘଟିଛି ଭୁବନେଶ୍ବର ମଞ୍ଚେଶ୍ବର ଚକେଇସିହାଣୀରେ। ମୃତକ ହେଉଛନ୍ତି ଚକେଇସିହାଣୀ ପଥରବନ୍ଧ ବେହେରା ସାହିର ଦୀପୁନା ବେହେରା। ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଦୀପୁନା ତାଙ୍କର ମଇଁଷିପଲଙ୍କୁ କେନାଲକୁ ଗାଧୋଇବାକୁ ନେଇଥିଲେ। ଆଉ ମଇଁଷିଙ୍କୁ ଗାଧୋଇବା ସମୟରେ ହିଁ କୌଣସି କାରଣରୁ କେନାଲରେ ଭାସିଯାଇଥିଲେ।ତେବେ ଖବର ପାଇ ଘଟଣା ସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ କରିଥିଲା । ଶେଷରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଦୀପୁନାଙ୍କ ମୃତ ଦେହ ଉଦ୍ଧାର କରିଥିଲେ।  ତେବେ ଯୁବକ ଜଣକ ଦିବ୍ୟାଙ୍ଗ ହୋଇଥିବା ଜଣାପଡ଼ିଛି। ସେ କଥା କହିପାରନ୍ତିନି କିମ୍ବା ଶୁଣିପାରନ୍ତିନି।

ମାଇଁଷିଙ୍କୁ ଗାଧୋଉଥିବାବେଳେ ଅଘଟଣ, କେନାଲରେ ବୁଡ଼ି ଯୁବକ ମୃତ

ଭୁବନେଶ୍ବର: ମାଇଁଷିଙ୍କୁ ଗାଧୋଉ ଥିବାବେଳେ ଅଘଟଣ। ଗଙ୍ଗୁଆ କେନାଲରେ ବୁଡ଼ି ଯୁବକଙ୍କ ମୃତ୍ୟୁ। ଘଟଣା ଘଟିଛି ଭୁବନେଶ୍ବର ମଞ୍ଚେଶ୍ବର ଚକେଇସିହାଣୀରେ। ମୃତକ ହେଉଛନ୍ତି ଚକେଇସିହାଣୀ ପଥରବନ୍ଧ ବେହେରା ସାହିର ଦୀପୁନା ବେହେରା। 

ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଦୀପୁନା ତାଙ୍କର ମଇଁଷିପଲଙ୍କୁ କେନାଲକୁ ଗାଧୋଇବାକୁ ନେଇଥିଲେ। ଆଉ ମଇଁଷିଙ୍କୁ ଗାଧୋଇବା ସମୟରେ ହିଁ କୌଣସି କାରଣରୁ କେନାଲରେ ଭାସିଯାଇଥିଲେ।

ତେବେ ଖବର ପାଇ ଘଟଣା ସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ କରିଥିଲା । ଶେଷରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଦୀପୁନାଙ୍କ ମୃତ ଦେହ ଉଦ୍ଧାର କରିଥିଲେ।  ତେବେ ଯୁବକ ଜଣକ ଦିବ୍ୟାଙ୍ଗ ହୋଇଥିବା ଜଣାପଡ଼ିଛି। ସେ କଥା କହିପାରନ୍ତିନି କିମ୍ବା ଶୁଣିପାରନ୍ତିନି।