ମାଓ ସଂଗଠନକୁ ବଡ଼ ଝଟକା, ଆତ୍ମସମର୍ପଣ କଲେ 24 ମାଓବାଦୀ

ମାଲକାନଗିରି : ମାଓ ସଂଗଠନକୁ ବଡ଼ ଝଟକା। ଛତିଶଗଡ଼ ବିଜାପୁର ଏସପିଙ୍କ ନିକଟରେ 24 ମାଓବାଦୀଙ୍କ ଆତ୍ମସମର୍ପଣ । PLGA ଡେପୁଟି କମାଣ୍ଡରଙ୍କ ସମେତ 24 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ 20 ଜଣଙ୍କ ନାମରେ 88 ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ତେବେ ଏହି 24 ମାଓବାଦୀଙ୍କ ମଧ୍ୟରୁ 7 ଜଣ ମହିଳା ମାଓବାଦୀ ରହିଛନ୍ତି। ମାଓ ବିରୋଧୀ ଅପରେସନ ପରେ ଧିରେ ଧିରେ ଏବେ ଭୁଷୁଡିବାରେ ଲାଗିଛି ମାଓ ସଂଗଠନ […]

ମାଓ ସଂଗଠନକୁ ବଡ଼ ଝଟକା, ଆତ୍ମସମର୍ପଣ କଲେ 24 ମାଓବାଦୀ

ମାଲକାନଗିରି : ମାଓ ସଂଗଠନକୁ ବଡ଼ ଝଟକା। ଛତିଶଗଡ଼ ବିଜାପୁର ଏସପିଙ୍କ ନିକଟରେ 24 ମାଓବାଦୀଙ୍କ ଆତ୍ମସମର୍ପଣ । PLGA ଡେପୁଟି କମାଣ୍ଡରଙ୍କ ସମେତ 24 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ 20 ଜଣଙ୍କ ନାମରେ 88 ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ତେବେ ଏହି 24 ମାଓବାଦୀଙ୍କ ମଧ୍ୟରୁ 7 ଜଣ ମହିଳା ମାଓବାଦୀ ରହିଛନ୍ତି।

ମାଓ ବିରୋଧୀ ଅପରେସନ ପରେ ଧିରେ ଧିରେ ଏବେ ଭୁଷୁଡିବାରେ ଲାଗିଛି ମାଓ ସଂଗଠନ । ଅନେକ ଟପ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି । ସରକାରଙ୍କ ତରଫରୁ ନୂତନ ଆତ୍ମସମର୍ପଣ ନିୟମ ଅନୁଯାୟୀ ପ୍ରତ୍ୟେକଙ୍କୁ 50 ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତଙ୍କୁ ସ୍ୱାବଲମ୍ବୀ କରାଯିବ ବୋଲି ବିଜାପୁର SP କହିଛନ୍ତି ।

ଚଳିତ ବର୍ଷ ବିଜାପୁର ଜିଲ୍ଲାରେ 277 ଜଣ ନକ୍ସଲ ଆତ୍ମସମର୍ପଣ କଲେଣି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 2026 ମାର୍ଚ୍ଚ ସୁଦ୍ଧା ଦେଶକୁ ମାଓମୁକ୍ତ କରିବାର ଯେଉଁ ଟାର୍ଗେଟ ଧାର୍ଯ୍ୟ କରିଛନ୍ତି, ତାହା ନିଶ୍ଚିତ ସଫଳ ହେବ ବୋଲି ଆଶା କରାଯାଉଛି।