ମାଓବାଦୀ କ୍ୟାମ୍ପ ଧ୍ୱଂସ: ଖସିଗଲେ ଟପ ମାଓନେତା

ବଣାଇଁ, ୧୭।୪(ପ୍ରଦୀପ ତ୍ରିପାଠୀ): ନିର୍ବାଚନ ପୁର୍ବରୁ ସୀମାନ୍ତରେ ମାଓବାଦୀ କ୍ୟାମ୍ପ ଠାବ ହୋଇଥିବା ଜଣାପଡିଛି। ଓଡିଶା-ଝାଡଖଣ୍ଡ ସୀମାନ୍ତ ଗୋଏଲକେରା ଥାନା ଟେଣ୍ଟୋ ଜଙ୍ଗଲରେ କମ୍ବିଂ ଅପରେଶନ ସମୟରେ ଠାବ ହୋଇଛି ଏହି ମାଓବାଦୀ କ୍ୟାମ୍ପ। ମାଓବାଦୀ କ୍ୟାମ୍ପ ଧ୍ୱଂସ କରିବା ସହ ଏହା ଜବତ ହୋଇଛି ବିଷାକ୍ତ ଲେପ ଥିବା ୨୧ଟି ତାର, ଅଢେଇ କିଲୋର ଗନ ପାଉଡର, ପାଞ୍ଚ କିଲୋ ଆମୋନିଆ ନାଇଟ୍ରେଟ ପାଉଡର, ଗୋଟିଏ କିଲୋ ସଲଫର ପାଉଡର ସହ ଅନେକ ମାଓବାଦୀ ସାମଗ୍ରୀ। […] The post ମାଓବାଦୀ କ୍ୟାମ୍ପ ଧ୍ୱଂସ: ଖସିଗଲେ ଟପ ମାଓନେତା appeared first on Dharitri Odia News.

ମାଓବାଦୀ କ୍ୟାମ୍ପ ଧ୍ୱଂସ: ଖସିଗଲେ ଟପ ମାଓନେତା

ବଣାଇଁ, ୧୭।୪(ପ୍ରଦୀପ ତ୍ରିପାଠୀ): ନିର୍ବାଚନ ପୁର୍ବରୁ ସୀମାନ୍ତରେ ମାଓବାଦୀ କ୍ୟାମ୍ପ ଠାବ ହୋଇଥିବା ଜଣାପଡିଛି। ଓଡିଶା-ଝାଡଖଣ୍ଡ ସୀମାନ୍ତ ଗୋଏଲକେରା ଥାନା ଟେଣ୍ଟୋ ଜଙ୍ଗଲରେ କମ୍ବିଂ ଅପରେଶନ ସମୟରେ ଠାବ ହୋଇଛି ଏହି ମାଓବାଦୀ କ୍ୟାମ୍ପ। ମାଓବାଦୀ କ୍ୟାମ୍ପ ଧ୍ୱଂସ କରିବା ସହ ଏହା ଜବତ ହୋଇଛି ବିଷାକ୍ତ ଲେପ ଥିବା ୨୧ଟି ତାର, ଅଢେଇ କିଲୋର ଗନ ପାଉଡର, ପାଞ୍ଚ କିଲୋ ଆମୋନିଆ ନାଇଟ୍ରେଟ ପାଉଡର, ଗୋଟିଏ କିଲୋ ସଲଫର ପାଉଡର ସହ ଅନେକ ମାଓବାଦୀ ସାମଗ୍ରୀ।
ବିଶେଷ ସୁତ୍ରରୁ ଖବର ମିଳିଥିଲା ଯେ, ଏହି କ୍ୟାମ୍ପରେ ଟପ ମାଓନେତା ମିଶିର ବେଶ୍ରା ସହିତ ତାଙ୍କ ସହଯୋଗୀ ମନଚୁ , ଚମନ, ଅଜୟ, ସାଗେନ ଅଙ୍ଗରିଆ କ୍ୟାମ୍ପରେ ରହି କିଛି ଅଘଟଣ ଘଟାଇବାକୁ ଯୋଜନା କରୁଛନ୍ତି। ଖବାରପାଇ ସୁରକ୍ଷାକର୍ମୀ କମ୍ବିଂ ଅପରେଶନ କରିଥିଲେ। ହେଲେ ମାଓନେତା ଛତ୍ରଭଙ୍ଗ ଦେଇଥିଲେ। ନିର୍ବାଚନ ସମୟରେ ମାଓବାଦୀ କିଛି ଅଘଟଣ ଘଟାଇପାରନ୍ତି, ଯାହାକୁ ନଜର ରଖି ସୀମାବର୍ତ୍ତୀ ଅଞ୍ଚଳରେ ଉଭୟ ଝାଡଖଣ୍ଡ ଓ ଓଡିଶା ପୋଲିସରେ ହାଇଆଲର୍ଟ ଜାରି କରାଯାଇଛି l

The post ମାଓବାଦୀ କ୍ୟାମ୍ପ ଧ୍ୱଂସ: ଖସିଗଲେ ଟପ ମାଓନେତା appeared first on Dharitri Odia News.