ମାଓବାଦୀ କ୍ୟାମ୍ପ୍ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ
ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ ଗୋଟିଏ ମାଓବାଦୀ କ୍ୟାମ୍ପକୁ ଧ୍ୱଂସ କରିବା ସହ ବିପୁଳ ସାମଗ୍ରୀ ଜବତ କରିଛନ୍ତି। ସୂଚନାନୁଯାୟୀ, ସୁରକ୍ଷା ବାହିନୀର ଏହି ମିଳିତ ଦଳ ଓରଛାର ବଦରାୟଣ ଗ୍ରାମ ନିକଟ ଜଙ୍ଗଲରେ ତଲାସି ବେଳେ ଲୁଚିଥିବା ମାଓବାଦୀମାନେ କ୍ୟାମ୍ପରୁ ପଳାଇ ଯାଇଥିଲେ। ତେବେ ଯବାନମାନେ ଜଙ୍ଗଲ ମଧ୍ୟରେ ଥିବା କ୍ୟାମ୍ପକୁ ଠାବ କରି […] The post ମାଓବାଦୀ କ୍ୟାମ୍ପ୍ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ appeared first on Dharitri Odia News.
ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ ଗୋଟିଏ ମାଓବାଦୀ କ୍ୟାମ୍ପକୁ ଧ୍ୱଂସ କରିବା ସହ ବିପୁଳ ସାମଗ୍ରୀ ଜବତ କରିଛନ୍ତି।
ସୂଚନାନୁଯାୟୀ, ସୁରକ୍ଷା ବାହିନୀର ଏହି ମିଳିତ ଦଳ ଓରଛାର ବଦରାୟଣ ଗ୍ରାମ ନିକଟ ଜଙ୍ଗଲରେ ତଲାସି ବେଳେ ଲୁଚିଥିବା ମାଓବାଦୀମାନେ କ୍ୟାମ୍ପରୁ ପଳାଇ ଯାଇଥିଲେ। ତେବେ ଯବାନମାନେ ଜଙ୍ଗଲ ମଧ୍ୟରେ ଥିବା କ୍ୟାମ୍ପକୁ ଠାବ କରି ସେଠାରୁ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ, ପ୍ରେସର କୁକର, ବ୍ୟାଟେରି, ତାର, ବ୍ୟାନର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ତାକୁ ଧ୍ୱଂସ କରିଥିଲେ। ତେବେ ଖବର ଲେଖିବା ସୁଦ୍ଧା ମାଓବାଦୀଙ୍କୁ କାବୁ କରିବା ପାଇଁ ଯବାନମାନେ ସେଠାରେ ତଲାସି ଜାରି ରଖିଛନ୍ତି।
The post ମାଓବାଦୀ କ୍ୟାମ୍ପ୍ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ appeared first on Dharitri Odia News.