ମାଓବାଦୀଙ୍କ ହାତରେ ୪ ଟନ ବିସ୍ଫୋରକ
ମାଓବାଦୀଙ୍କ_ହାତରେ_୪_ଟନ୍_ବିସ୍ଫୋରକ ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା। ଝାଡ଼ଖଣ୍ଡ-ଓଡ଼ିଶା ସୀମା ବାଙ୍କୋ ଖଣି ଅଞ୍ଚଳରୁ ମାଓବାଦୀ ହିଁ ଲୁଟିଛନ୍ତି 4 ଟନର ବିସ୍ଫୋରକ। ଖବର ସ୍ପଷ୍ଟ ହେବା ପରେ ମାଓବାଦୀଙ୍କ ବ୍ୟବହାରରେ ଲାଗିବା ପୂର୍ବରୁ ଲୁଟ୍ ବିପୁଳ ବିସ୍ଫୋରକ ଜବତ୍ ପାଇଁ ବଡ଼ ଧରଣର କମ୍ବିଂ ଅପରେସନ୍ ଚାଲିଛି। ଏନ୍ଆଇଏ ଟିମ୍ ମଧ୍ୟ ପହଞ୍ଚି ତନାଘନା ଆରମ୍ଭ କରିଛି। ହେଲେ ଲୁଟର ତିନିଦିନ ପରେ ବି ସଫଳତା ହାତରେ ଲାଗି ନଥିବାରୁ ଚିନ୍ତା ବଢ଼ିଛି। ଏପଟେ କେଉଁ ପରିସ୍ଥିତିରେ ମାଓବାଦୀ ଏତେ ସହଜରେ ଏତେବଡ଼ କାଣ୍ଡ ଘଟାଇଲେ, ଏସ୍ଓପି ପାଳନକୁ ନେଇ ବି ଉଠିଛି ବଡ଼ ପ୍ରଶ୍ନ।