ମାଛ ମାରିବାକୁ ଯାଇ ଆଉ ଫେରିଲେନି ବୃଦ୍ଧ
କୋକସରା,୧୧।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମାଛ ମାରିବାକୁ ଯାଇ ପାଣିରେ ପଡି ବୃଦ୍ଧଙ୍କ ମୃତ୍ୟୁ। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ କୋକସରା ଗ୍ରାମରେ। ଗ୍ରାମର ଘନଶ୍ୟାମ ପରାଭୋଇ (୬୦)ଙ୍କ ଚାଷଜମିରେ ପଡି ମୃତ୍ୟୁ ଘଟିଛି। ସୂଚନାନୁସାରେ, ଘନଶ୍ୟାମ ଘରୁ ନିଜ ଚାଷଜମିକୁ ମାଛ ଧରିବାକୁ ଏକ ଜାଲ ନେଇ ଜାଇଥିଲେ। ପାଣିଗାଁ ଝରିଆଗୁଡା ରାସ୍ତାରେ ଥିବା ପାଣିନାଳ ଦେଇ ପାର ହେଉଥିବା ବେଳେ ଅସାବଧାନତା ଯୋଗୁ ଚାଷ ଜମିର ପାଣିରେ ମୁହଁମାଡ଼ି ପଡ଼ିଯାଇଥିଲେ। […] The post ମାଛ ମାରିବାକୁ ଯାଇ ଆଉ ଫେରିଲେନି ବୃଦ୍ଧ appeared first on Dharitri Odia News.
କୋକସରା,୧୧।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମାଛ ମାରିବାକୁ ଯାଇ ପାଣିରେ ପଡି ବୃଦ୍ଧଙ୍କ ମୃତ୍ୟୁ। ଏଭଳି ଘଟଣା ଘଟିଛି
କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ କୋକସରା ଗ୍ରାମରେ। ଗ୍ରାମର ଘନଶ୍ୟାମ ପରାଭୋଇ (୬୦)ଙ୍କ ଚାଷଜମିରେ ପଡି ମୃତ୍ୟୁ ଘଟିଛି।
ସୂଚନାନୁସାରେ, ଘନଶ୍ୟାମ ଘରୁ ନିଜ ଚାଷଜମିକୁ ମାଛ ଧରିବାକୁ ଏକ ଜାଲ ନେଇ ଜାଇଥିଲେ। ପାଣିଗାଁ ଝରିଆଗୁଡା ରାସ୍ତାରେ ଥିବା ପାଣିନାଳ ଦେଇ ପାର ହେଉଥିବା ବେଳେ ଅସାବଧାନତା ଯୋଗୁ ଚାଷ ଜମିର ପାଣିରେ ମୁହଁମାଡ଼ି ପଡ଼ିଯାଇଥିଲେ। ପରେ ଆଉ ବାହାରକୁ ଆସି ନ ପାରି ପାଣିରେ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ପରିବାର ଲୋକେ ଏ ନେଇ କୋକସରା ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ ସହ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏକ ଅପମୃତ୍ୟୁ ମାମଲା ୨୦/୨୪ ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।
The post ମାଛ ମାରିବାକୁ ଯାଇ ଆଉ ଫେରିଲେନି ବୃଦ୍ଧ appeared first on Dharitri Odia News.