ମାଟି ତଳୁ ଉଦ୍ଧାର ହେଲା ନିଖୋଜ ଥିବା ବୃଦ୍ଧଙ୍କ ଶବ
ବଲାଙ୍ଗୀର : ମାଟି ତଳୁ ନିଖୋଜ ଥିବା ବୃଦ୍ଧଙ୍କ ଶବ ଉଦ୍ଧାର କଲା କଣ୍ଟାବାଞ୍ଜି ପୋଲିସ। ବୃଦ୍ଧ ଜଣକ ହେଲେ କଣ୍ଟାବାଞ୍ଜି ଥାନା ରଜାମରା ଗାଁର ଧୁବଳେ ରଣା। ଗତ ୨୧ ତାରିଖ ବୃଦ୍ଧ ନିଖୋଜ ଥିବା ପରିବାର ଲୋକ କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଥିଲେ। ଏତଲା ପାଇବା ପରେ କଣ୍ଟାବାଞ୍ଜି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ମୁରିବାହାଲ ଥାନା ସାହାଜପାଣି ଗାଁରେ ଏକ ମାଟି କାମ ହେଉଥିବା ମହାବନ୍ଦ ପାଖ ଗାର୍ଡ଼ୱାଲ […]

ବଲାଙ୍ଗୀର : ମାଟି ତଳୁ ନିଖୋଜ ଥିବା ବୃଦ୍ଧଙ୍କ ଶବ ଉଦ୍ଧାର କଲା କଣ୍ଟାବାଞ୍ଜି ପୋଲିସ। ବୃଦ୍ଧ ଜଣକ ହେଲେ କଣ୍ଟାବାଞ୍ଜି ଥାନା ରଜାମରା ଗାଁର ଧୁବଳେ ରଣା। ଗତ ୨୧ ତାରିଖ ବୃଦ୍ଧ ନିଖୋଜ ଥିବା ପରିବାର ଲୋକ କଣ୍ଟାବାଞ୍ଜି ଥାନାରେ ଏତଲା ଦେଇଥିଲେ। ଏତଲା ପାଇବା ପରେ କଣ୍ଟାବାଞ୍ଜି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ମୁରିବାହାଲ ଥାନା ସାହାଜପାଣି ଗାଁରେ ଏକ ମାଟି କାମ ହେଉଥିବା ମହାବନ୍ଦ ପାଖ ଗାର୍ଡ଼ୱାଲ ମାଟି ତଳୁ ଅଖାରେ ଭର୍ତି ହୋଇଥିବା ଏକ ଶବ ପୋଲିସ ଉଦ୍ଧାର କରିଥିଲା। ଯାହାକି ନିଖୋଜ ବୃଦ୍ଧଙ୍କ ବୋଲି ଜଣାପଡିଥିଲା।
ତେବେ ତାଙ୍କୁ କିଏ ହତ୍ୟା କଲା ! କିଏ ଏହିଭଳି ଭାବେ ଅମାନୁଷିକ ଭାବେ ଆଣି ଅଖାରେ ଭର୍ତ୍ତି କରି ଫିଙ୍ଗିଲା ତାକୁ ନେଇ ଅଧିକ ଛାନଭିନ କରିବା ପରେ ଏହି ହତ୍ୟା ମାମଲାରେ ସମ୍ପୃକ୍ତ ସନ୍ଦେହରେ ସେହି ଗାଁର ପରମେଶ୍ଵର ମାହାକୁଡଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରିବା ପରେ ଗିରଫ କରିଥିବା ଜଣାପଡିଛି। ବଲାଙ୍ଗିର ସାଇନ୍ଟିଫିକ ଦଳ ଅଧିକ ଟିଡ଼ିଏନଟି କରିବା ସହ କିଛି ନମୁନା ସଂଗ୍ରହ କରିଥିବା ବେଳେ ମାଜିଷ୍ଟେଟ ଦାୟିତ୍ଵରେ କଣ୍ଟାବାଞ୍ଜି ତହସିଲଦାର ଉପସ୍ଥିତ ଥିଲେ। ତେବେ ପୂର୍ବ ଶତ୍ରୁତା ଏବଂ ଜମିବାଡି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ମୃତକଙ୍କ ପରିବାର କହିଛନ୍ତି।