ମାଟି ତଳେ ଖାଦ୍ୟ ଲୁଚାଇଥିଲେ ମାଓବାଦୀ, ସର୍ଚ୍ଚ ଅପରେସନରେ ଜବତ କଲେ ସୁରକ୍ଷାକର୍ମୀ

ମାଲକାନଗିରି ୨୮/୬: ଆଗରୁ ମାଟି ତଳେ ମାଓବାଦୀମାନେ ବୋମା, ଗୋଳା ବାରୁଦ, ଅସ୍ତ୍ରଶସ୍ତ୍ର ଲୁଚାଇ ରଖୁଥିଲେ । ଯାହାକୁ ଅନେକ ସମୟରେ କମ୍ବିଂ ଅପରେସନ କରି ଜବତ କରିଛି ପୋଲିସ । ହେଲେ ଏବେ ମାଟି ତଳେ ପଲିଥିନରେ ବନ୍ଧା ଅବସ୍ଥାରେ ଖାଦ୍ୟ ପୁଡିଆ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଛତିଶଗଡ ଧମତରୀ ଜିଲ୍ଲା ଇକାଭାରୀ ଜଙ୍ଗଲରୁ ମାଓବାଦୀଙ୍କ ଏକ ବଡ ଡମ୍ପ ଜବତ ହୋଇଛି । DRG ଓ CRPF ବାହିନୀ ମିଳିତ ଭାବେ ନକ୍ସଲ ବିରୋଧୀ ଅପରେସନକୁ ଯାଇଥିବା ବେଳେ ମାଓବାଦୀଙ୍କ ଏହି ଡମ୍ପକୁ ଠାବ କରିଥିଲେ ।ଆଦିବାସୀ ଲୋକଙ୍କୁ ଭୟଭୀତ କରିବା ସହ ଖାଦ୍ୟ ସାମଗ୍ରୀ ଆଦାୟ କରି ବିଭିନ୍ନ ସ୍ଥାନରେ ପୋତିଥିଲେ ଲାଲବାହିନୀ । ଏହି ପୁଡିଆରେ ରାସନ ସାମଗ୍ରୀ, ବିଦ୍ୟୁତ ଉପକରଣ ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି । ଏହା ସହ  ଗତ କିଛି ଦିନ ତଳେ ଟେକାଲଗୁଡାମ ନିକଟରେ ନକ୍ସଲ ମାନେ IED ବିସ୍ଫୋରଣ କରିଥିବା ଘଟଣାରେ ୬ ଜଣ ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ସୁରକ୍ଷା କର୍ମୀ । ପୋଲିସର କମ୍ବିଂ ଅପରେସନ ଯୋଗୁ ବାହାରକୁ ଆସିପାରୁନାହାନ୍ତି ମାଓବାଦୀ । ଆଉ ନିଜର ଜୀବନ ବଞ୍ଚାଇବାକୁ ସ୍ଥାନୀୟ ଲୋକଙ୍କୁ ଧମକଚମକ ଦେଇ ମାଟି ତଳେ ଖାଦ୍ୟ ସଂଗ୍ରହ କରି ରଖୁଛନ୍ତି । ମାଓବାଦୀଙ୍କର ଏପରି କୌଶଳକୁ ନେଇ ଚର୍ଚ୍ଚା ହେଉଛି । ମାଓବାଦୀମାନେ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଇ ସର୍ଚ୍ଚ ଅପରେସନ ଜୋରଦାର କରୁଛନ୍ତି ସୁରକ୍ଷା କର୍ମୀ । You Can Read:କ୍ୟାମ୍ପସ୍‌କୁ ଫ

ମାଟି ତଳେ ଖାଦ୍ୟ ଲୁଚାଇଥିଲେ ମାଓବାଦୀ, ସର୍ଚ୍ଚ ଅପରେସନରେ ଜବତ କଲେ ସୁରକ୍ଷାକର୍ମୀ

ମାଲକାନଗିରି ୨୮/୬: ଆଗରୁ ମାଟି ତଳେ ମାଓବାଦୀମାନେ ବୋମା, ଗୋଳା ବାରୁଦ, ଅସ୍ତ୍ରଶସ୍ତ୍ର ଲୁଚାଇ ରଖୁଥିଲେ । ଯାହାକୁ ଅନେକ ସମୟରେ କମ୍ବିଂ ଅପରେସନ କରି ଜବତ କରିଛି ପୋଲିସ । ହେଲେ ଏବେ ମାଟି ତଳେ ପଲିଥିନରେ ବନ୍ଧା ଅବସ୍ଥାରେ ଖାଦ୍ୟ ପୁଡିଆ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଛତିଶଗଡ ଧମତରୀ ଜିଲ୍ଲା ଇକାଭାରୀ ଜଙ୍ଗଲରୁ ମାଓବାଦୀଙ୍କ ଏକ ବଡ ଡମ୍ପ ଜବତ ହୋଇଛି । DRG ଓ CRPF ବାହିନୀ ମିଳିତ ଭାବେ ନକ୍ସଲ ବିରୋଧୀ ଅପରେସନକୁ ଯାଇଥିବା ବେଳେ ମାଓବାଦୀଙ୍କ ଏହି ଡମ୍ପକୁ ଠାବ କରିଥିଲେ ।

ଆଦିବାସୀ ଲୋକଙ୍କୁ ଭୟଭୀତ କରିବା ସହ ଖାଦ୍ୟ ସାମଗ୍ରୀ ଆଦାୟ କରି ବିଭିନ୍ନ ସ୍ଥାନରେ ପୋତିଥିଲେ ଲାଲବାହିନୀ । ଏହି ପୁଡିଆରେ ରାସନ ସାମଗ୍ରୀ, ବିଦ୍ୟୁତ ଉପକରଣ ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି । ଏହା ସହ  ଗତ କିଛି ଦିନ ତଳେ ଟେକାଲଗୁଡାମ ନିକଟରେ ନକ୍ସଲ ମାନେ IED ବିସ୍ଫୋରଣ କରିଥିବା ଘଟଣାରେ ୬ ଜଣ ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ସୁରକ୍ଷା କର୍ମୀ । 

ପୋଲିସର କମ୍ବିଂ ଅପରେସନ ଯୋଗୁ ବାହାରକୁ ଆସିପାରୁନାହାନ୍ତି ମାଓବାଦୀ । ଆଉ ନିଜର ଜୀବନ ବଞ୍ଚାଇବାକୁ ସ୍ଥାନୀୟ ଲୋକଙ୍କୁ ଧମକଚମକ ଦେଇ ମାଟି ତଳେ ଖାଦ୍ୟ ସଂଗ୍ରହ କରି ରଖୁଛନ୍ତି । ମାଓବାଦୀଙ୍କର ଏପରି କୌଶଳକୁ ନେଇ ଚର୍ଚ୍ଚା ହେଉଛି । ମାଓବାଦୀମାନେ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଇ ସର୍ଚ୍ଚ ଅପରେସନ ଜୋରଦାର କରୁଛନ୍ତି ସୁରକ୍ଷା କର୍ମୀ । 

You Can Read:

କ୍ୟାମ୍ପସ୍‌କୁ ଫେରିବ ଭୋଟ୍, ଶୁଭିବ ହ୍ୱାଇ ଆଇ ଷ୍ଟାଣ୍ଡ ଫର୍