ମାଟି ତଳେ ପୋତା ଛୁଆକୁ ଜଗିଛି ମା’ ହାତୀ
ଯୋଡ଼ା(ମାନସ ମହାନ୍ତି)/କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ),୬ା୨:ଜଙ୍ଗଲରୁ ଜନପଦ, ସ୍ନେହରେ ବନ୍ଧା ଏ ଜଗତ। ମଣିଷ ହେଉ ବା ବନ୍ୟପ୍ରାଣୀ ନିଜ ସନ୍ତାନ ପ୍ରତି ସ୍ନେହ ସମସ୍ତଙ୍କର ରହିଛି। ମା’ର ମମତା ଆଗରେ ସବୁ ଯେପରି ତୁଚ୍ଛ। ସନ୍ତାନ ହରାଇବାର ବେଦନା ସମସ୍ତଙ୍କର ରହିଥାଏ। ହେଲେ ନିଜ ଛୁଆକୁ ହରାଇ ଏକ ହାତୀ ଦୁଃଖରେ ମ୍ରିୟମାଣ ହୋଇ ମୃତ ଛୁଆହାତୀର ଚାରି ପାଖରେ ରାତିସାରା ପଇଁତରା ମାରିବା ଓ ମୃତଦେହ ପୋତା ଯାଇଥିବା ସ୍ଥାନକୁ ଆସି ନିଜ ଛୁଆକୁ ଖୋଜି […] The post ମାଟି ତଳେ ପୋତା ଛୁଆକୁ ଜଗିଛି ମା’ ହାତୀ appeared first on Dharitri Odia News.
ଯୋଡ଼ା(ମାନସ ମହାନ୍ତି)/କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ),୬ା୨:ଜଙ୍ଗଲରୁ ଜନପଦ, ସ୍ନେହରେ ବନ୍ଧା ଏ ଜଗତ। ମଣିଷ ହେଉ ବା ବନ୍ୟପ୍ରାଣୀ ନିଜ ସନ୍ତାନ ପ୍ରତି ସ୍ନେହ ସମସ୍ତଙ୍କର ରହିଛି। ମା’ର ମମତା ଆଗରେ ସବୁ ଯେପରି ତୁଚ୍ଛ। ସନ୍ତାନ ହରାଇବାର ବେଦନା ସମସ୍ତଙ୍କର ରହିଥାଏ। ହେଲେ ନିଜ ଛୁଆକୁ ହରାଇ ଏକ ହାତୀ ଦୁଃଖରେ ମ୍ରିୟମାଣ ହୋଇ ମୃତ ଛୁଆହାତୀର ଚାରି ପାଖରେ ରାତିସାରା ପଇଁତରା ମାରିବା ଓ ମୃତଦେହ ପୋତା ଯାଇଥିବା ସ୍ଥାନକୁ ଆସି ନିଜ ଛୁଆକୁ ଖୋଜି ବୁଲିବା ଭାବବିହ୍ବଳ ପରିବେଶ ସୃଷ୍ଟି କରିଛି। କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଛୁଆହାତୀ ପୋତା ଯାଇଥିବା ସ୍ଥାନରେ ମା’ହାତୀ ପହଞ୍ଚତ୍ବା ଫଟୋ କେନ୍ଦୁଝର ବନ ବିଭାଗ ଜାରି କରିବା ପରେ ଅନେକଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିଛି। ମା’ ଓ ହାତୀ ଛୁଆ ମଧ୍ୟରେ ଥିବା ଅନାବିଳ ସ୍ନେହ ମମତା ପ୍ରାଣୀପ୍ରେମୀମାନଙ୍କୁ ଆନ୍ଦୋଳିତ କରିଛି।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ବୈତରଣୀ-ବି ସଂରକ୍ଷିତ ଜଙ୍ଗଲରେ ଏକ ୧୨ ଟିକିଆ ହାତୀପଲ ଶନିବାରଠାରୁ ଡେରା ପକାଇଛନ୍ତି। ଉକ୍ତ ଦଳର ଏକ ମାଈ ହାତୀ ରବିବାର ରାତି ପ୍ରାୟ ୮ଟା ବେଳେ ଡଡୁଆଁ ଗ୍ରାମ ନିକଟ ବିଲ ମଧ୍ୟରେ ରବିବାର ରାତିରେ ଛୁଆ ଜନ୍ମ ଦେଇଥିଲା। ପରେ ଉକ୍ତ ହାତୀ ଛୁଆର କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ଦଳର ଅନ୍ୟ ହାତୀ ବୈତରଣୀ ନଦୀ ଅପରପାଶର୍ବ ଜଙ୍ଗଲକୁ ଚାଲିଯାଇଥିବା ବେଳେ ମା’ ଓ ଅନ୍ୟ ଏକ ଛୁଆହାତୀ ମୃତ ହାତୀଛୁଆର ଚାରି ପାଖରେ ରାତିସାରା ଜଗି ରହିଥିଲେ। ଖବର ପାଇ କେନ୍ଦୁଝର ଆଇଏଫ୍ଏସ୍ ଅଜିତ୍ ଖାନ, କେନ୍ଦୁଝର ଏସିଏଫ୍ ଅଶୋକ କୁମାର ଦାସ, ଚମ୍ପୁଆ ଏସିଏଫ୍ ଅକ୍ଷୟ କୁମାର ଛତ୍ରିଆ ଓ ବିଲେଇପଦା ଫାଣ୍ଡି ଅଧିକାରୀ ସୁରେଶ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। କେନ୍ଦୁଝରରୁ ଆସିଥିବା ଡାକ୍ତରୀ ଟିମ୍ ମୃତ ହାତୀଛୁଆର ବ୍ୟବଚ୍ଛେଦ କରିବା ପରେ ବନ ବିଭାଗ ଉକ୍ତ ସ୍ଥାନରେ ମୃତଦେହ ପୋତି ଦେବା ସହ ଫୁଲ ଓ ଧୂପ ଜାଳିଥିଲେ। କିଛି ସମୟ ପରେ ସେହି ସ୍ଥାନରେ ମା’ ହାତୀ ପହଞ୍ଚତ୍ ଲୁହ ଛଳ ଛଳ ଆଖିରେ ନିଜ ଛୁଆକୁ ଖୋଜି ବୁଲିଥିଲା। ଅନେକ ସମୟ ଧରି ସେଠାରେ ଛିଡ଼ା ହୋଇ ରହିଥିଲା। ସତେ ଯେପରି ସନ୍ତାନର ବିଚ୍ଛେଦକୁ ଭୁଲି ପାରୁନାହିଁ ଏବଂ ଅପେକ୍ଷା କରି ଲୋତକ ଚକ୍ଷୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲାଭଳି ମନେ ହେଉଥିଲା। ବନ ବିଭାଗ ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ମିଳିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କେନ୍ଦୁଝର ଏସି୍ଏଫ୍ କହିଛନ୍ତି।
The post ମାଟି ତଳେ ପୋତା ଛୁଆକୁ ଜଗିଛି ମା’ ହାତୀ appeared first on Dharitri Odia News.