ମାଟ୍ରିକ ପରୀକ୍ଷାରେ ଚମକିଲେ ଦିବ୍ୟ ପ୍ରସାଦ
ପାଟଣା,୨୬।୫(ବୀର କିଶୋର ଦାଶ): ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ପରିଷଦ କଟକ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ବାମ ଶାସନର ଛାତ୍ର ଦିବ୍ୟ ପ୍ରସାଦ ତ୍ରିପାଠୀ ମୋଟ ୫୫୨ ନମ୍ବର ୯୨ ପ୍ରତିଶତ ନମ୍ବର ରଖିଛନ୍ତି। ସେ ଲକ୍ଷ୍ମୀ ନାରାୟଣ ଉଚ୍ଚବିଦ୍ୟାଳୟ ଗୋବାରା ବେଡ଼ାରେ ଅଧ୍ୟୟନ କରୁଥିଲେ। ଦିବ୍ୟ ହେଉଛନ୍ତି ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସ୍ବାମ ଗ୍ରାମର ସ୍ବର୍ଗତ ଅଶ୍ୱିନୀ କୁମାର ତ୍ରିପାଠୀ ଓ […] The post ମାଟ୍ରିକ ପରୀକ୍ଷାରେ ଚମକିଲେ ଦିବ୍ୟ ପ୍ରସାଦ appeared first on Dharitri Odia News.
ପାଟଣା,୨୬।୫(ବୀର କିଶୋର ଦାଶ): ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ପରିଷଦ କଟକ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ବାମ ଶାସନର ଛାତ୍ର ଦିବ୍ୟ ପ୍ରସାଦ ତ୍ରିପାଠୀ ମୋଟ ୫୫୨ ନମ୍ବର ୯୨ ପ୍ରତିଶତ ନମ୍ବର ରଖିଛନ୍ତି। ସେ ଲକ୍ଷ୍ମୀ ନାରାୟଣ ଉଚ୍ଚବିଦ୍ୟାଳୟ ଗୋବାରା ବେଡ଼ାରେ ଅଧ୍ୟୟନ କରୁଥିଲେ। ଦିବ୍ୟ ହେଉଛନ୍ତି ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସ୍ବାମ ଗ୍ରାମର ସ୍ବର୍ଗତ ଅଶ୍ୱିନୀ କୁମାର ତ୍ରିପାଠୀ ଓ ଜୟନ୍ତୀ ତ୍ରିପାଠୀଙ୍କ ପୁତ୍ର ସେହିଭଳି ସାନଜାମୁପଶି ବୁଟା ସିଂ ହାଇସ୍କୁଲର ଛାତ୍ରୀ ମନିଷା ମଞ୍ଜରୀ ମହାନ୍ତ ୫୪୯(୯୧.୫୦) ନମ୍ବର ରଖିଛନ୍ତି। ତୁରୁମୁଙ୍ଗାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଦୀପାଞ୍ଜଳି ସାହୁ ୫୪୩ ନମ୍ବର (୯୦.୫) ପ୍ରତିଶତ ନମ୍ବର ରଖିଛନ୍ତି।
The post ମାଟ୍ରିକ ପରୀକ୍ଷାରେ ଚମକିଲେ ଦିବ୍ୟ ପ୍ରସାଦ appeared first on Dharitri Odia News.