ମାଟ୍ରିକ ରେଜଲ୍ଟ ନେଇ ବୋର୍ଡ ସଭାପତିଙ୍କ ପ୍ରେସ୍‌ମିଟ୍‌ : ରେଜଲ୍ଟ ପ୍ରକାଶର ୭ ଦିନ ଭିତରେ….

କଟକ,୧୬ା୩ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏକ ଯୁଗୋପଯୋଗୀ ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶର ୭ ଦିନ ମଧ୍ୟରେ ପରୀକ୍ଷାର୍ଥୀମାନଙ୍କୁ ଅରିଜିନାଲ ସାର୍ଟିଫିକେଟ ଅନ୍‌ଲାଇନ୍‌ ଜରିଆରେ ଯୋଗାଇ ଦିଆଯିବ। ଏହାବାଦ୍‌ ସମସ୍ତ ସାର୍ଟିଫିକେଟର ପ୍ରିଣ୍ଟେଡ୍‌ କପି ପୂର୍ବବର୍ଷ ଭଳି ହାଇସ୍କୁଲର ମୁଖ୍ୟମାନଙ୍କ ଜରିଆରେ ଫଳ ପ୍ରକାଶର ୧ ମାସ ମଧ୍ୟରେ ପ୍ରଦାନ କରାଯିବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଓ […] The post ମାଟ୍ରିକ ରେଜଲ୍ଟ ନେଇ ବୋର୍ଡ ସଭାପତିଙ୍କ ପ୍ରେସ୍‌ମିଟ୍‌ : ରେଜଲ୍ଟ ପ୍ରକାଶର ୭ ଦିନ ଭିତରେ…. appeared first on Dharitri Odia News.

ମାଟ୍ରିକ ରେଜଲ୍ଟ ନେଇ ବୋର୍ଡ ସଭାପତିଙ୍କ ପ୍ରେସ୍‌ମିଟ୍‌ : ରେଜଲ୍ଟ ପ୍ରକାଶର ୭ ଦିନ ଭିତରେ….

କଟକ,୧୬ା୩ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏକ ଯୁଗୋପଯୋଗୀ ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶର ୭ ଦିନ ମଧ୍ୟରେ ପରୀକ୍ଷାର୍ଥୀମାନଙ୍କୁ ଅରିଜିନାଲ ସାର୍ଟିଫିକେଟ ଅନ୍‌ଲାଇନ୍‌ ଜରିଆରେ ଯୋଗାଇ ଦିଆଯିବ। ଏହାବାଦ୍‌ ସମସ୍ତ ସାର୍ଟିଫିକେଟର ପ୍ରିଣ୍ଟେଡ୍‌ କପି ପୂର୍ବବର୍ଷ ଭଳି ହାଇସ୍କୁଲର ମୁଖ୍ୟମାନଙ୍କ ଜରିଆରେ ଫଳ ପ୍ରକାଶର ୧ ମାସ ମଧ୍ୟରେ ପ୍ରଦାନ କରାଯିବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଓ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ଶନିବାର ବୋର୍ଡ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ସବ୍‌ଜେକ୍ଟିଭ ଖାତା ମୂଲ୍ୟାୟନ କାର୍ଯ୍ୟ ମାର୍ଚ୍ଚ ୧୫ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ବୋର୍ଡ ଦ୍ୱାରା ନିୟୋଜିତ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ପରୀକ୍ଷକ ସମଗ୍ର ରାଜ୍ୟର ମୋଟ୍‌ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖୁଛନ୍ତି। ମୂଲ୍ୟାୟନ କେନ୍ଦ୍ରରୁ ପରୀକ୍ଷାର୍ଥୀମାନଙ୍କର ପ୍ରତ୍ୟେକ ବିଷୟରେ ପ୍ରାପ୍ତାଙ୍କ ସିଧାସଳଖ ପ୍ରସେସିଂ ସର୍ଭରରେ ଅନ୍‌ଲାଇନ୍‌ ଯୋଗେ ଅପଲୋଡ୍‌ କରାଯାଉଛି। ବୋର୍ଡର କଟକସ୍ଥିତ ମୁଖ୍ୟାଳୟରୁ ୧୦ ଜଣ ଅନ୍‌ଲାଇନ୍‌ ସୁପରଭାଇଜର ସମ୍ପୂର୍ଣ୍ଣ ମୂଲ୍ୟାୟନ କାର୍ଯ୍ୟକୁ ତଦାରଖ କରୁଛନ୍ତି। ସମସ୍ତ ମୂଲ୍ୟାୟନ କେନ୍ଦ୍ରକୁ ୨୪ ଘଣ୍ଟିଆ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଖାତାଦେଖା ଶେଷ ହୋଇ ଉତ୍ତରଖାତା ଅଣାଯିବା ପର୍ଯ୍ୟନ୍ତ ଏହି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଭାବେ ବଳବତ୍ତର ରହିବ। ମୂଲ୍ୟାୟନ କାର୍ଯ୍ୟ ଆରମ୍ଭର ୧୫ ଦିନ ମଧ୍ୟରେ ଖାତାଦେଖା ଶେଷ ହେବ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ୫ ଲକ୍ଷ ୫୧ ହଜାର ୬୧୧ ଜଣ ମାଟ୍ରିକ, ୭୮୩୧ ଜଣ ମୁକ୍ତ ବିଦ୍ୟାଳୟ ଓ ୩୦୩୭ ଜଣ ମଧ୍ୟମା ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ। ସାରା ରାଜ୍ୟରେ ମୋଟ୍‌ ୩,୦୪୭ଟି ପରୀକ୍ଷା କେନ୍ଦ୍ର ଓ ପ୍ରଶ୍ନପତ୍ର ଗଚ୍ଛିତ ପାଇଁ ୩୧୩ଟି ନୋଡାଲ କେନ୍ଦ୍ର କରାଯାଇଥିଲା।

The post ମାଟ୍ରିକ ରେଜଲ୍ଟ ନେଇ ବୋର୍ଡ ସଭାପତିଙ୍କ ପ୍ରେସ୍‌ମିଟ୍‌ : ରେଜଲ୍ଟ ପ୍ରକାଶର ୭ ଦିନ ଭିତରେ…. appeared first on Dharitri Odia News.