ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ବଢୁଛି
ଛେନାପଦି,୪ା୧୦(ନିରାକାର ପରିଡ଼ା): ରାଜ୍ୟ ସରକାରଙ୍କ ପକ୍ଷରୁ ମାଣ୍ଡିଆ ଚାଷର ଅଗ୍ରଗତି ନେଇ ପ୍ରୟାସ କରାଯାଉଛି। ମିଲେଟ୍ ମିଶନ ଜରିଆରେ ମାଣ୍ଡିଆ ଜାତୀୟ ଖାଦ୍ୟ ବିକ୍ରି ପାଇଁ ଅନେକ ଷ୍ଟୋର ଖୋଲାଯାଉଥିବା ବେଳେ ପ୍ରଚାର ପ୍ରସାର ପାଇଁ ଅର୍ଥ ବରାଦ ହେଉଛି। ଚାଷୀଙ୍କୁ ଆର୍ଥିକ ସହାୟତା ସହ ବିହନ, ଚାଷ ଉପକରଣ ଯୋଗାଇ ଦିଆଯାଉଛି। ଫଳରେ ଲୋକେ ଧାନ ଓ ଅନ୍ୟାନ୍ୟ ଫସଲ ପରି ଏବେ ମାଣ୍ଡିଆ ଚାଷ କରୁଛନ୍ତି। ବିଶେଷ କରି କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍ […] The post ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ବଢୁଛି appeared first on Dharitri Odia News.
ଛେନାପଦି,୪ା୧୦(ନିରାକାର ପରିଡ଼ା): ରାଜ୍ୟ ସରକାରଙ୍କ ପକ୍ଷରୁ ମାଣ୍ଡିଆ ଚାଷର ଅଗ୍ରଗତି ନେଇ ପ୍ରୟାସ କରାଯାଉଛି। ମିଲେଟ୍ ମିଶନ ଜରିଆରେ ମାଣ୍ଡିଆ ଜାତୀୟ ଖାଦ୍ୟ ବିକ୍ରି ପାଇଁ ଅନେକ ଷ୍ଟୋର ଖୋଲାଯାଉଥିବା ବେଳେ ପ୍ରଚାର ପ୍ରସାର ପାଇଁ ଅର୍ଥ ବରାଦ ହେଉଛି। ଚାଷୀଙ୍କୁ ଆର୍ଥିକ ସହାୟତା ସହ ବିହନ, ଚାଷ ଉପକରଣ ଯୋଗାଇ ଦିଆଯାଉଛି। ଫଳରେ ଲୋକେ ଧାନ ଓ ଅନ୍ୟାନ୍ୟ ଫସଲ ପରି ଏବେ ମାଣ୍ଡିଆ ଚାଷ କରୁଛନ୍ତି। ବିଶେଷ କରି କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍ ଅଞ୍ଚଳରେ ଏବେ ମାଣ୍ଡିଆ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢ଼ିଥିବା ଦେଖାଯାଇଛି। ମାଣ୍ଡିଆ ଚାଷ କ୍ଷୁଦ୍ର ପୃଷ୍ଟିଯୁକ୍ତ ଏବଂ ଲାଭକାରୀ ଫସଲ ଭାବେ ଧୀରେ ଧୀରେ ଚାଷୀଙ୍କ ମଧ୍ୟରେ ଆଦୃତ ହେବାରେ ଲାଗିଛି।
ସୂଚନା ଅନୁଯାୟୀ, ଗତ ୨ବର୍ଷ ଅପେକ୍ଷା ଚଳିତବର୍ଷ ବ୍ଲକ୍ରେ ଚାଷ ବୃଦ୍ଧି ପାଇଛି। ଚଳିତ ବର୍ଷ ୧୮ ପଞ୍ଚାୟତ ପାଇଁ ୧୧ଶହ ୧୦ହେକ୍ଟର ଜମିରେ ମାଣ୍ଡିଆ ଚାଷ ପାଇଁ ନିର୍ଦ୍ଦେଶ ବୋର୍ଡରୁ ପ୍ରସ୍ତାବ ଆସିଥିଲା। ଏବେ ସୁଦ୍ଧା ପାଖାପାଖି ୧୪୦୦ରୁ ଊର୍ଦ୍ଧ୍ୱ ଚାଷୀ ପାଖାପାଖି ୬୬୮ହେକ୍ଟର ଜମିରେ ମାଣ୍ଡିଆ ଚାଷ କରିଥିବା ଶ୍ରୀଅନ୍ନ ଯୋଜନା(ମିଲେଟ ମିଶନ)ବିଭାଗ ପକ୍ଷରୁ ସୂଚନା ମିଳିଛି। ବିଭାଗ ପକ୍ଷରୁ ଠିକ୍ ସମୟରେ ଚାଷୀଙ୍କୁ ବିଭିନ୍ନ ପ୍ରୋତ୍ସାହନ ମାଧ୍ୟମରେ ମଞ୍ଜି, ଘାସବାଛିବା ପାଇଁ ଯନ୍ତ୍ର, ଅମଳ ପାଇଁ ପାଲ, ଶୁଖାଇବା ପାଇଁ ସ୍ପ୍ରେ-ମେଶିନ ଆଦି ଯୋଗାଇ ଦିଆଯାଉଛି। ଫଳରେ ଚାଷୀ ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ମାଣ୍ଡିଆ ଚାଷରୁ ମଧ୍ୟ ବେଶ୍ ଦି’ପଇସା ମୁନଫା କରୁଥିବା ପ୍ରୋଜେକ୍ଟ କୋଅର୍ଡିନେଟର ପଙ୍କଜ ସାହୁ କହିଛନ୍ତି। ହାଟଡ଼ିହୀ ଅଞ୍ଚଳରେ ମାଣ୍ଡିଆ ଚାଷ ୨ପ୍ରକାର ପ୍ରଣାଳୀରେ ହୋଇଥାଏ। ଏସ୍ଏମ୍ଆଇ (ସାଧାରଣ ରୁଆ)ପ୍ରଣାଳୀର ଚାଷୀଙ୍କୁ ଏକର ପ୍ରତି ୬ କୁଇଣ୍ଟାଲ ବିହନ ଯୋଗାଇ ଦିଆଯାଉଛି। ଏଲଟି(ଧାଡ଼ି ରୁଆ) ପ୍ରଣାଳୀରେ ଚାଷ କରୁଥିବା ଚାଷୀଙ୍କୁ ଏକର ପ୍ରତି ୪ କୁଇଣ୍ଟାଲ ବିହନ ଯୋଗାଇ ଦିଆଯାଇଥାଏ। ଠିକ ପ୍ରଣାଳୀରେ ମାଣ୍ଡିଆ ଚାଷ କଲେ ପ୍ରତି ହେକ୍ଟର ପିଛା ଚାଷୀ ୭ ରୁ ୮ କୁଇଣ୍ଟାଲ ମାଣ୍ଡିଆ ଅମଳ କରିପାରିବେ। ୨୦୨୩-୨୪ରେ କୁଇଣ୍ଟାଲ ପ୍ରତି ବିକ୍ରୟ ମୂଲ୍ୟ ୩ ହଜାର ୮ଶହ ୪୬ ଟଙ୍କା ରହିଥିଲା। ଚଳିତବର୍ଷ ତଥା ୨୦୨୪-୨୫ବର୍ଷର ଦରଦାମ ଅନୁସାରେ କୁଇଣ୍ଟାଲ ପ୍ରତି ୪୨୯୦ଟଙ୍କା ଧାର୍ଯ୍ୟ କରାଯାଇଛି। ଚାଷୀ ସୁନାରାମ ମୁର୍ମୁ, ଘାସିରାମ ଟୁଡ଼ୁ, ହୃଷିକେଶ ପଢ଼ୁରିଆ, ଅବନ୍ତୀ ନାୟିକ, ବେଶରା ତନ୍ତୀ ପ୍ରମୁଖ କହିଛନ୍ତି, ମାଣ୍ଡିଆ ଚାଷରେ ବହୁତ ଉପକୃତ ହୋଇପାରିଛନ୍ତି। ମାଣ୍ଡିଆ ଅମଳ ପରେ ବିକ୍ରିର ଅସୁବିଧା ହେଉନାହିଁ। କୃଷି ବିଭାଗ ସିଧାସଳଖ ଭାବେ ଚାଷୀଙ୍କ ନିକଟରୁ କ୍ରୟ କରୁଛି।
The post ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ବଢୁଛି appeared first on Dharitri Odia News.