ମାତିଛନ୍ତି ଲୁଟେରା: ଲୁଟ୍‌ ପରେ ଘର ଜାଳିଦେଲେ ଦୁର୍ବୃତ୍ତ, କାନ୍ଥରେ ଲେଖିଲେ ଅଶ୍ଲିଳ ଭାଷା

ବାଲୁଗାଁ: ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ଖୋର୍ଦ୍ଧା ବାଲୁଗାଁରେ ମାତିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ବେଲପଡ଼ା ଅଞ୍ଚଳର ପ୍ରଦୀପ ସେଠୀଙ୍କ ଘରୁ ଲୁଟ୍‌ ହୋଇଛି । ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଛନ୍ତି ଲୁଟେରା । ଲୁଟ୍‌ ସହ ଘର ଜାଳିଦେଲେ ଦୁର୍ବୃତ୍ତ । ସୂଚନା ଅନୁସାରେ ଗତକାଲି ରାତିରେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପରିବାର ଲୋକ ଯାଇଥିବା ବେଳେ ଏଭଳି ଲୁଟ୍‌ ହୋଇଛି । ଘରେ ପଶି ଲକ୍ଷାଧିକ […] The post ମାତିଛନ୍ତି ଲୁଟେରା: ଲୁଟ୍‌ ପରେ ଘର ଜାଳିଦେଲେ ଦୁର୍ବୃତ୍ତ, କାନ୍ଥରେ ଲେଖିଲେ ଅଶ୍ଲିଳ ଭାଷା appeared first on KNews Odisha.

ମାତିଛନ୍ତି ଲୁଟେରା: ଲୁଟ୍‌ ପରେ ଘର ଜାଳିଦେଲେ ଦୁର୍ବୃତ୍ତ, କାନ୍ଥରେ ଲେଖିଲେ ଅଶ୍ଲିଳ ଭାଷା
LOOT 3

ବାଲୁଗାଁ: ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ଖୋର୍ଦ୍ଧା ବାଲୁଗାଁରେ ମାତିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ବେଲପଡ଼ା ଅଞ୍ଚଳର ପ୍ରଦୀପ ସେଠୀଙ୍କ ଘରୁ ଲୁଟ୍‌ ହୋଇଛି । ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଛନ୍ତି ଲୁଟେରା । ଲୁଟ୍‌ ସହ ଘର ଜାଳିଦେଲେ ଦୁର୍ବୃତ୍ତ ।

ସୂଚନା ଅନୁସାରେ ଗତକାଲି ରାତିରେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପରିବାର ଲୋକ ଯାଇଥିବା ବେଳେ ଏଭଳି ଲୁଟ୍‌ ହୋଇଛି । ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ସହିତ ନଗଦ 50 ହଜାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଲୁଟ ପରେ ଘରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି । ନିଆଁ ଲାଗିବା ପରେ ଖଟ ସହ ବହୁ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଏପରିକି ଦୁର୍ବୃତ୍ତ ମାନେ କାନ୍ଥରେ ଅଶ୍ଳୀଳ ଭାଷା ମଧ୍ୟ ଲେଖିଛନ୍ତି । ଏନେଇ ଥାନାରେ ଏତଲା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ : ବନ୍ଧୁକ ମୁନରେ ଲୁଟ୍, ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ

The post ମାତିଛନ୍ତି ଲୁଟେରା: ଲୁଟ୍‌ ପରେ ଘର ଜାଳିଦେଲେ ଦୁର୍ବୃତ୍ତ, କାନ୍ଥରେ ଲେଖିଲେ ଅଶ୍ଲିଳ ଭାଷା appeared first on KNews Odisha.