ମାତ୍ର ୧୪ଦିନ ପରେ ପ୍ୟାରିସ ଅଲିମ୍ପିକ୍ସ ରେକର୍ଡ ଭାଙ୍ଗିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୨୩।୮: ନୀରଜ ଚୋପ୍ରା ପୁଣି ଥରେ କମାଲ କରିଦେଇଛନ୍ତି। ସେ ମାତ୍ର ୧୪ଦିନ ପରେ ପ୍ୟାରିସ ଅଲିମ୍ପିକ୍ସ ରେକର୍ଡ ଭାଙ୍ଗିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ୮୯.୪୫ମିଟର ଥ୍ରୋ କରିଥିଲେ। ବର୍ତ୍ତମାନ ଲୁସାନେ ଡାଇମଣ୍ଡ ଲିଗରେ ସେ ଜାଭେଲିନରେ ୮୯. ୪୯ ମିଟର ଫିଙ୍ଗି ନିଜର ରେକର୍ଡ ଭାଙ୍ଗିଛନ୍ତି। ଲୁସାନେ ଡାଇମଣ୍ଡ ଲିଗରେ ନୀରଜ ସିଜିନ୍‌ର ଶ୍ରେଷ୍ଠ ଥ୍ରୋ କରିଛନ୍ତି। ତେବେ ତାଙ୍କର ସର୍ବୋତ୍ତମ ଥ୍ରୋ ସହିତ ନୀରଜ ଲିଗରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଗ୍ରେନାଡାର ଆଣ୍ଡରସନ ପିଟର୍ସ […] The post ମାତ୍ର ୧୪ଦିନ ପରେ ପ୍ୟାରିସ ଅଲିମ୍ପିକ୍ସ ରେକର୍ଡ ଭାଙ୍ଗିଲେ ନୀରଜ ଚୋପ୍ରା appeared first on Dharitri Odia News.

ମାତ୍ର ୧୪ଦିନ ପରେ ପ୍ୟାରିସ ଅଲିମ୍ପିକ୍ସ ରେକର୍ଡ ଭାଙ୍ଗିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୨୩।୮: ନୀରଜ ଚୋପ୍ରା ପୁଣି ଥରେ କମାଲ କରିଦେଇଛନ୍ତି। ସେ ମାତ୍ର ୧୪ଦିନ ପରେ ପ୍ୟାରିସ ଅଲିମ୍ପିକ୍ସ ରେକର୍ଡ ଭାଙ୍ଗିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ୮୯.୪୫ମିଟର ଥ୍ରୋ କରିଥିଲେ। ବର୍ତ୍ତମାନ ଲୁସାନେ ଡାଇମଣ୍ଡ ଲିଗରେ ସେ ଜାଭେଲିନରେ ୮୯. ୪୯ ମିଟର ଫିଙ୍ଗି ନିଜର ରେକର୍ଡ ଭାଙ୍ଗିଛନ୍ତି। ଲୁସାନେ ଡାଇମଣ୍ଡ ଲିଗରେ ନୀରଜ ସିଜିନ୍‌ର ଶ୍ରେଷ୍ଠ ଥ୍ରୋ କରିଛନ୍ତି। ତେବେ ତାଙ୍କର ସର୍ବୋତ୍ତମ ଥ୍ରୋ ସହିତ ନୀରଜ ଲିଗରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଗ୍ରେନାଡାର ଆଣ୍ଡରସନ ପିଟର୍ସ ପ୍ରଥମ ସ୍ଥାନରେ ରହିଥିଲେ, ସେ ୯୦.୬୧ମିଟର ଥ୍ରୋ କରିଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ଆଣ୍ଡରସନ ପିଟର୍ସ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଥିବାବେଳେ ନୀରଜ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଜିତିଥିଲେ।

ଲୁସାନେ ଡାଇମଣ୍ଡ ଲିଗର ଶେଷ ଥ୍ରୋରେ ନୀରଜ ନିଜର ଶ୍ରେଷ୍ଠତା ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପ୍ରଥମ ଥ୍ରୋରେ ନିରଜ ୮୨.୧୦ ମିଟର ପକାଇଥିଲେ। ଏହା ପରେ, ଦ୍ୱିତୀୟ ଥ୍ରୋରେ ୮୩.୨୧ ମିଟର, ତୃତୀୟ ଥ୍ରୋରେ ୮୩.୧୩ ମିଟର, ଚତୁର୍ଥ ଥ୍ରୋରେ ୮୨.୩୪ ମିଟର, ପଞ୍ଚମ ଥ୍ରୋରେ ୮୫.୫୮ମିଟର, ଷଷ୍ଠ ତଥା ଶେଷ ଥ୍ରୋରେ ନୀରଜ ୮୯.୪୯ ମିଟର ଦୂରତା ଜାଭେଲିନ ଫିଙ୍ଗି ସିଜିନରେ ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି।

The post ମାତ୍ର ୧୪ଦିନ ପରେ ପ୍ୟାରିସ ଅଲିମ୍ପିକ୍ସ ରେକର୍ଡ ଭାଙ୍ଗିଲେ ନୀରଜ ଚୋପ୍ରା appeared first on Dharitri Odia News.