ଏଇ ସପ୍ତାହରେ ସୁନା ମୂଲ୍ୟରେ ୧୮୫୦ ଟଙ୍କା ବୃଦ୍ଧି: ରୁପା ମୂଲ୍ୟରେ ବଡ଼ ହ୍ରାସ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ପାଲଟା ଶୁଳ୍କ ଘୋଷଣା ପରେ ଯଦିଓ ସୁନା ମୂଲ୍ୟରେ ସାମାନ୍ୟ ହ୍ରାସ ହୋଇଛି। ତେବେ ଏହି ସପ୍ତାହରେ ସୁନା ମୂଲ୍ୟରେ ଯତେଷ୍ଟ ବୃଦ୍ଧି ଦେଖିବାକୁ ମିଳିଛି। ତେବେ ରୁପା ଦାମରେ ବଡ଼ ହ୍ରାସ ହୋଇଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ର ୱେବସାଇଟ୍ ଅନୁଯାୟୀ, ଗତ ଶନିବାର ଅର୍ଥାତ୍ ୨୯ ମାର୍ଚ୍ଚରେ ସୁନାର ମୂଲ୍ୟ ୮୯,୧୬୪ ଟଙ୍କା ଥିଲା, ଯାହା ଏବେ (୫ ଏପ୍ରିଲରେ) ପ୍ରତି ୧୦ ଗ୍ରାମ ୯୧,୦୧୪ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଏହି ସପ୍ତାହରେ ଏହାର ମୂଲ୍ୟ ୧,୮୫୦ ଟଙ୍କା ବୃଦ୍ଧି ପାଇଛି।ସେହିପରି, ଯଦି ଆମେ ରୁପା ମୂଲ୍ୟ ଦେଖିବା, ତେବେ ଗତ ଶନିବାର ଏହା କେଜି ପ୍ରତି ୧,୦୦,୮୯୨ ଟଙ୍କା ଥିଲା, ଯାହା ଏବେ କେଜି ୯୨,୯୧୦ ଟଙ୍କାକୁ ହ୍ରାସ ପାଇଛି। ଏହି ସପ୍ତାହରେ ରୁପା ମୂଲ୍ୟ ୭,୯୮୨ ଟଙ୍କା ହ୍ରାସ ପାଇଛି। କିନ୍ତୁ ମାର୍ଚ୍ଚ ୨୮ ତାରିଖରେ ରୁପା ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ୧,୦୦,୯୩୪ ଟଙ୍କାରେ ପହଞ୍ଚିଥିଲା। ସେହିପରି ଏପ୍ରିଲ ୩ ତାରିଖରେ ସୁନା ୯୧,୨୦୫ ଟଙ୍କାର ଅଲ ଟାଇମ୍ ହାଇରେ ପହଞ୍ଚିଥିଲା। ଭୁବନେଶ୍ୱରରେ ସୁନା ମୂଲ୍ୟ ରବିବାର(ଏପ୍ରିଲ ୫) ଭୁବନେଶ୍ୱରରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦାମ ୮୩,୧୦୦ ଟଙ୍କା ରହିଛି। ଗତକାଲି ଏହା ୮୪,୦୦୦ ଟଙ୍କା ଥିଲା। ଆଜି ସୁନା ମୂଲ୍ୟରେ ୯୦୦ ଟଙ୍କା ହ୍ରାସ ପାଇଛି। ସେହିପରି ବର୍ତ୍ତମାନ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୯୦୬୬୦ ଟଙ୍କା ରହିଛି। ଗତକ

ଏଇ ସପ୍ତାହରେ ସୁନା ମୂଲ୍ୟରେ ୧୮୫୦ ଟଙ୍କା ବୃଦ୍ଧି: ରୁପା ମୂଲ୍ୟରେ ବଡ଼ ହ୍ରାସ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ପାଲଟା ଶୁଳ୍କ ଘୋଷଣା ପରେ ଯଦିଓ ସୁନା ମୂଲ୍ୟରେ ସାମାନ୍ୟ ହ୍ରାସ ହୋଇଛି। ତେବେ ଏହି ସପ୍ତାହରେ ସୁନା ମୂଲ୍ୟରେ ଯତେଷ୍ଟ ବୃଦ୍ଧି ଦେଖିବାକୁ ମିଳିଛି। ତେବେ ରୁପା ଦାମରେ ବଡ଼ ହ୍ରାସ ହୋଇଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ର ୱେବସାଇଟ୍ ଅନୁଯାୟୀ, ଗତ ଶନିବାର ଅର୍ଥାତ୍ ୨୯ ମାର୍ଚ୍ଚରେ ସୁନାର ମୂଲ୍ୟ ୮୯,୧୬୪ ଟଙ୍କା ଥିଲା, ଯାହା ଏବେ (୫ ଏପ୍ରିଲରେ) ପ୍ରତି ୧୦ ଗ୍ରାମ ୯୧,୦୧୪ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଏହି ସପ୍ତାହରେ ଏହାର ମୂଲ୍ୟ ୧,୮୫୦ ଟଙ୍କା ବୃଦ୍ଧି ପାଇଛି।

ସେହିପରି, ଯଦି ଆମେ ରୁପା ମୂଲ୍ୟ ଦେଖିବା, ତେବେ ଗତ ଶନିବାର ଏହା କେଜି ପ୍ରତି ୧,୦୦,୮୯୨ ଟଙ୍କା ଥିଲା, ଯାହା ଏବେ କେଜି ୯୨,୯୧୦ ଟଙ୍କାକୁ ହ୍ରାସ ପାଇଛି। ଏହି ସପ୍ତାହରେ ରୁପା ମୂଲ୍ୟ ୭,୯୮୨ ଟଙ୍କା ହ୍ରାସ ପାଇଛି। କିନ୍ତୁ ମାର୍ଚ୍ଚ ୨୮ ତାରିଖରେ ରୁପା ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ୧,୦୦,୯୩୪ ଟଙ୍କାରେ ପହଞ୍ଚିଥିଲା। ସେହିପରି ଏପ୍ରିଲ ୩ ତାରିଖରେ ସୁନା ୯୧,୨୦୫ ଟଙ୍କାର ଅଲ ଟାଇମ୍ ହାଇରେ ପହଞ୍ଚିଥିଲା। 

ଭୁବନେଶ୍ୱରରେ ସୁନା ମୂଲ୍ୟ 

ରବିବାର(ଏପ୍ରିଲ ୫) ଭୁବନେଶ୍ୱରରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦାମ ୮୩,୧୦୦ ଟଙ୍କା ରହିଛି। ଗତକାଲି ଏହା ୮୪,୦୦୦ ଟଙ୍କା ଥିଲା। ଆଜି ସୁନା ମୂଲ୍ୟରେ ୯୦୦ ଟଙ୍କା ହ୍ରାସ ପାଇଛି। ସେହିପରି ବର୍ତ୍ତମାନ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୯୦୬୬୦ ଟଙ୍କା ରହିଛି। ଗତକାଲି ୯୧୬୪୦ ଟଙ୍କା ରହିଥିଲା। ଏଥିରେ ମଧ୍ୟ ୯୮୦ ଟହ୍କା ହ୍ରାସ ପାଇଛି।

ପଢନ୍ତୁ- ଏକ ଲକ୍ଷ ଟଙ୍କା ଛାଡ଼ନ୍ତୁ, ୫୫ ହଜାରକୁ ଖସିବ ସୁନା ଦର !

ଚଳିତ ବର୍ଷ ସୁନା ଏପର୍ଯ୍ୟନ୍ତ ୧୪,୮୫୨ ଟଙ୍କା ମହଙ୍ଗା ହୋଇଛି

ଚଳିତ ବର୍ଷ, ଜାନୁଆରୀ ୧ ରୁ ଏପର୍ଯ୍ୟନ୍ତ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୧୪,୮୫୨ ଟଙ୍କା ବୃଦ୍ଧି ପାଇ ୭୬,୧୬୨ ଟଙ୍କାରୁ ୯୧,୦୧୪ ଟଙ୍କା ହୋଇଛି। ସେହିପରି ରୁପା ମଧ୍ୟ  କେଜି ୮୬,୦୧୭ ଟଙ୍କାରୁ ୬,୮୯୫ ଟଙ୍କା ବୃଦ୍ଧି ପାଇ ୯୨,୯୧୦ ଟଙ୍କା ହୋଇଛି। ଗତ ବର୍ଷ ଅର୍ଥାତ୍ ୨୦୨୪ରେ ସୁନା ଏହି ସମୟରେ ୧୨,୮୧୦ ଟଙ୍କା ମହଙ୍ଗା ହୋଇଥିଲା। କିନ୍ତୁ ୨୦୨୫ ବର୍ଷ ନ ପୂରୁଣ ସୁନା ଦର ରକେଟ ବେଗରେ ବଢ଼ୁଛି। 

ସୁନା ଦାମ ବୃଦ୍ଧି ଯୋଗୁ ଠକାମୀ ବଢ଼ୁଛି। କେମିତି ଜାଣିବେ ଅରଜିନାଲ ସୁନା?
ସର୍ବଦା ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍ (BIS) ଦ୍ୱାରା ପ୍ରମାଣିତ ହଲମାର୍କ ହୋଇଥିବା ସୁନା କିଣନ୍ତୁ। ସୁନାରେ ଏକ 6 ଅଙ୍କ ବିଶିଷ୍ଟ ହଲମାର୍କ କୋଡ୍ ରହିଛି। ଏହାକୁ ହଲମାର୍କ ୟୁନିକ୍ ଆଇଡେଣ୍ଟିଫିକେସନ୍ ନମ୍ବର ଅର୍ଥାତ୍ HUID କୁହାଯାଏ। ଏହି ନମ୍ବର ଆଲ୍‌ଫାନ୍ୟୁମେରିକ ଅର୍ଥାତ୍ ଏହିପରି AZ4524 କିଛି ଲେଖା ହୋଇଥାଏ। ଏହି ହଲମାର୍କିଂ ମାଧ୍ୟମରେ ଆପଣ କିଣିଥିବା ସୁନା କେତେ କ୍ୟାରେଟ୍ ତାହା ଜାଣିବା ସମ୍ଭବ ହୋଇଥାଏ। ତେଣୁ ସର୍ବଦା ହଲ୍‌ମାର୍କ ଓ ଆଲ୍‌ଫାନ୍ୟୁମେରିକ ନମ୍ବର ଥିବା ସୁନା କିଣନ୍ତୁ।