ମାନସିକ ନିର୍ଯାତନା ଦେଉଛନ୍ତି IAS ପତ୍ନୀ, ପୋଲିସର ଦ୍ୱାରସ୍ଥ ହେଲେ ମହାଭାରତର ‘କୃଷ୍ଣ’

ଭୋପାଲ ୧୪।୨: ବିଆର ଚୋପ୍ରାଙ୍କ ମେଗା ଧାରାବାହିକ ‘ମହାଭାରତ’ର ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରି ଅଗଣିତ ଫ୍ୟାନସ୍‌ଙ୍କ ହୃଦୟ ଜିତିଥିବା ନିତିଶ ଭରଦ୍ୱାଜ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖବରକୁ ଆସିଯାଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅଭିନେତା ତାଙ୍କ ଆଇଏଏସ ପତ୍ନୀ ସସ୍ମିତା ଭରଦ୍ୱାଜଙ୍କ ବିରୋଧରେ ଭୋପାଲ ଥାନାରେ ଅଭିଯୋଗ ରୁଜୁ କରିଛନ୍ତି। ଏଥିରେ ତାଙ୍କୁ ପତ୍ନୀ ମାନସିକ ନିର୍ଯାତନା ଦେଉଥିବାର ସେ ଅଭିଯୋଗ କରିଛନ୍ତି। ଏହି ମାମଲାରେ ଭୋପାଲ ପୋଲିସ କମିଶନର ଆଡିସନାଲ ଡିସିପି ଶାଲିନୀ ଦିକ୍ଷୀତଙ୍କୁ ତଦନ୍ତଭାର ନ୍ୟସ୍ତ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ନିତିଶ ଭରଦ୍ୱାଜଙ୍କ ପତ୍ନୀ ସ୍ମିତା ଭରଦ୍ୱାଜ ମଧ୍ୟପ୍ରଦେଶ ମାନବ ଅଧିକାର ଆୟୋଗରେ  ଅବସ୍ଥାପିତ ଅଛନ୍ତି।  ନିତିଶ ଭରଦ୍ୱାଜଙ୍କର ଏହା ଦ୍ୱିତୀୟ ବିବାହ। ସେ ୧୪ ମାର୍ଚ୍ଚ ୨୦୦୯ ମସିହାରେ ମଧ୍ୟପ୍ରଦେଶ କ୍ୟାଡର ଆଇଏଏସ୍ ଅଫିସର ସ୍ମିତା ଭରଦ୍ୱାଜଙ୍କୁ ବିବାହ କରିଥିଲେ। ସେମାନଙ୍କର ଜାଆଁଳା ଝିଅ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ନିତିଶ ଭରଦ୍ୱାଜ ଗତ କିଛି ସମୟ ହେଲା ତାଙ୍କ ପତ୍ନୀଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ଥିଲେ। ଅନେକ ଚେଷ୍ଟା ସତ୍ତ୍ୱେ ସେମାନଙ୍କ ବୈବାହିକ ଜୀବନ ସୁଧୁରି ପାରୁ ନାହିଁ ବରଂ ଏବେ ଭାଙ୍ଗିବା ପରିସ୍ଥିତିକୁ ଆସି ପହଞ୍ଚି ଯାଇଛି। ନିତିଶ ଭରଦ୍ୱାଜ ଓ ତାଙ୍କ ପତ୍ନୀ ସ୍ମିତା ଭରଦ୍ୱାଜଙ୍କ କେସ୍ ମୁମ୍ବାଇର ଏକ କୋର୍ଟରେ ଚାଲିଛି। ରି

ମାନସିକ ନିର୍ଯାତନା ଦେଉଛନ୍ତି IAS ପତ୍ନୀ, ପୋଲିସର ଦ୍ୱାରସ୍ଥ ହେଲେ ମହାଭାରତର ‘କୃଷ୍ଣ’

ଭୋପାଲ ୧୪।୨: ବିଆର ଚୋପ୍ରାଙ୍କ ମେଗା ଧାରାବାହିକ ‘ମହାଭାରତ’ର ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରି ଅଗଣିତ ଫ୍ୟାନସ୍‌ଙ୍କ ହୃଦୟ ଜିତିଥିବା ନିତିଶ ଭରଦ୍ୱାଜ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖବରକୁ ଆସିଯାଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅଭିନେତା ତାଙ୍କ ଆଇଏଏସ ପତ୍ନୀ ସସ୍ମିତା ଭରଦ୍ୱାଜଙ୍କ ବିରୋଧରେ ଭୋପାଲ ଥାନାରେ ଅଭିଯୋଗ ରୁଜୁ କରିଛନ୍ତି। ଏଥିରେ ତାଙ୍କୁ ପତ୍ନୀ ମାନସିକ ନିର୍ଯାତନା ଦେଉଥିବାର ସେ ଅଭିଯୋଗ କରିଛନ୍ତି।

ଏହି ମାମଲାରେ ଭୋପାଲ ପୋଲିସ କମିଶନର ଆଡିସନାଲ ଡିସିପି ଶାଲିନୀ ଦିକ୍ଷୀତଙ୍କୁ ତଦନ୍ତଭାର ନ୍ୟସ୍ତ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ନିତିଶ ଭରଦ୍ୱାଜଙ୍କ ପତ୍ନୀ ସ୍ମିତା ଭରଦ୍ୱାଜ ମଧ୍ୟପ୍ରଦେଶ ମାନବ ଅଧିକାର ଆୟୋଗରେ  ଅବସ୍ଥାପିତ ଅଛନ୍ତି।  ନିତିଶ ଭରଦ୍ୱାଜଙ୍କର ଏହା ଦ୍ୱିତୀୟ ବିବାହ। ସେ ୧୪ ମାର୍ଚ୍ଚ ୨୦୦୯ ମସିହାରେ ମଧ୍ୟପ୍ରଦେଶ କ୍ୟାଡର ଆଇଏଏସ୍ ଅଫିସର ସ୍ମିତା ଭରଦ୍ୱାଜଙ୍କୁ ବିବାହ କରିଥିଲେ। ସେମାନଙ୍କର ଜାଆଁଳା ଝିଅ ଅଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ନିତିଶ ଭରଦ୍ୱାଜ ଗତ କିଛି ସମୟ ହେଲା ତାଙ୍କ ପତ୍ନୀଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ଥିଲେ। ଅନେକ ଚେଷ୍ଟା ସତ୍ତ୍ୱେ ସେମାନଙ୍କ ବୈବାହିକ ଜୀବନ ସୁଧୁରି ପାରୁ ନାହିଁ ବରଂ ଏବେ ଭାଙ୍ଗିବା ପରିସ୍ଥିତିକୁ ଆସି ପହଞ୍ଚି ଯାଇଛି। ନିତିଶ ଭରଦ୍ୱାଜ ଓ ତାଙ୍କ ପତ୍ନୀ ସ୍ମିତା ଭରଦ୍ୱାଜଙ୍କ କେସ୍ ମୁମ୍ବାଇର ଏକ କୋର୍ଟରେ ଚାଲିଛି। ରିପୋର୍ଟ ଅନୁସାରେ ଅଭିନେତା ତାଙ୍କ ପତ୍ନୀଙ୍କ ବ୍ୟବହାରରେ ଉଭୟ ମାନସିକ ଓ ଶାରୀରିକ ପ୍ରତାଡିତ ହେଉଛନ୍ତି। ତାଙ୍କ ପତ୍ନୀ ଏବେ ଅଭିନେତାଙ୍କୁ ତାଙ୍କ ଦୁଇ ଝିଅଙ୍କ ସହ ମଧ୍ୟ ମିଶାଇ ଦେଉ ନାହାନ୍ତି।

ନିତିଶ ଯେପରି ତାଙ୍କ ଝିଅମାନଙ୍କୁ ଭେଟି ନ ପାରନ୍ତି ସେଥି ପାଇଁ ପତ୍ନୀ ସେମାନଙ୍କ ସ୍କୁଲ ବଦଳାଇ ଦେଉଛନ୍ତି। ଝିଅମାନଙ୍କୁ ଭେଟି ପାରୁନଥିବାରୁ ତଥା ପତ୍ନୀଙ୍କ କ୍ରୁର ବ୍ୟବହାରରେ ଅତିଷ୍ଠ ନିତିଶ ଶେଷରେ ଭୋପାଲ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଅଭିନେତାଙ୍କ ଅଭିଯୋଗକୁ ପୋଲିସ କମିଶନର ଗୁରୁତ୍ୱର ସହ ଗ୍ରହଣ କରିଥିବା ବେଳେ ନିତିଶଙ୍କୁ ଉଚିତ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି ଏହା ସହ ଆଡିସନାଲ ଡିସିପି ଶାଲିନୀ ଦିକ୍ଷୀତଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି।  

The post ମାନସିକ ନିର୍ଯାତନା ଦେଉଛନ୍ତି IAS ପତ୍ନୀ, ପୋଲିସର ଦ୍ୱାରସ୍ଥ ହେଲେ ମହାଭାରତର ‘କୃଷ୍ଣ’ appeared first on Prameya News7.