ମାମଲାର ଜରୁରୀ ଶୁଣାଣି ପାଇଁ ମୌଖିକ ଉପସ୍ଥାପନାକୁ ସିଜେଆଇଙ୍କ ନା
ନୂଆଦିଲ୍ଲୀ,୧୩ା୧୧: କୌଣସି ମାମଲାର ଜରୁରୀ ଶୁଣାଣି କିମ୍ବା ତାଲିକାଭୁକ୍ତ କରିବା ପାଇଁ ମୌଖିକ ଉପସ୍ଥାପନାକୁ ଅନୁମତି ଦିଆଯିବ ନାହିଁ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖାନ୍ନା ମଙ୍ଗଳବାର ଘୋଷଣା କରିଛନ୍ତି। ଏଭଳି ମାମଲାରେ ଆଇନଜୀବୀମାନଙ୍କୁ ଏଣିକି ଇମେଲ୍ ଯୋଗେ କିମ୍ବା ଲିଖିତ ପତ୍ର ଦ୍ୱାରା ଆବେଦନ ଦାଖଲ କରିବାକୁ ହେବ। ପାରମ୍ପରିକ ଭାବେ ଆଇନଜୀବୀମାନେ ସିଜେଆଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଗରେ ଦୈନିକ ଶୁଣାଣି ଆରମ୍ଭ ପୂର୍ବରୁ ଜରୁରୀ ଦର୍ଶାଇ କେତେକ ମାମଲାକୁ ତାଲିକାଭୁକ୍ତ କରିବା […] The post ମାମଲାର ଜରୁରୀ ଶୁଣାଣି ପାଇଁ ମୌଖିକ ଉପସ୍ଥାପନାକୁ ସିଜେଆଇଙ୍କ ନା appeared first on Dharitri Odia News.
ନୂଆଦିଲ୍ଲୀ,୧୩ା୧୧: କୌଣସି ମାମଲାର ଜରୁରୀ ଶୁଣାଣି କିମ୍ବା ତାଲିକାଭୁକ୍ତ କରିବା ପାଇଁ ମୌଖିକ ଉପସ୍ଥାପନାକୁ ଅନୁମତି ଦିଆଯିବ ନାହିଁ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖାନ୍ନା ମଙ୍ଗଳବାର ଘୋଷଣା କରିଛନ୍ତି। ଏଭଳି ମାମଲାରେ ଆଇନଜୀବୀମାନଙ୍କୁ ଏଣିକି ଇମେଲ୍ ଯୋଗେ କିମ୍ବା ଲିଖିତ ପତ୍ର ଦ୍ୱାରା ଆବେଦନ ଦାଖଲ କରିବାକୁ ହେବ। ପାରମ୍ପରିକ ଭାବେ ଆଇନଜୀବୀମାନେ ସିଜେଆଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଗରେ ଦୈନିକ ଶୁଣାଣି ଆରମ୍ଭ ପୂର୍ବରୁ ଜରୁରୀ ଦର୍ଶାଇ କେତେକ ମାମଲାକୁ ତାଲିକାଭୁକ୍ତ କରିବା ଏବଂ ଶୁଣାଣି କରିବା ପାଇଁ ଉପସ୍ଥାପନ କରୁଥିଲେ। ତେବେ ଲିଖିତ କିମ୍ବା ମୌଖିକ ଭାବେ ଏଭଳି ଅନୁରୋଧ କରାଯାଇପାରିବ ନାହିଁ। କେବଳ ଇମେଲ୍ କିମ୍ବା ଲିଖିତ ସ୍ଲିପ୍ ବା ପତ୍ରକୁ ଗ୍ରହଣ କରାଯିବ। କେବଳ ଜରୁରୀର କାରଣ ଦର୍ଶାଇବାକୁ ହେବ ବୋଲି ସିଜେଆଇ କହିଛନ୍ତି।
The post ମାମଲାର ଜରୁରୀ ଶୁଣାଣି ପାଇଁ ମୌଖିକ ଉପସ୍ଥାପନାକୁ ସିଜେଆଇଙ୍କ ନା appeared first on Dharitri Odia News.