ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉକ୍ତ ବୁଝାମଣା ଅନୁଯାୟୀ ବ୍ରାଣ୍ଡ୍‌ର ଉଚ୍ଚ ଗୁଣାତ୍ମକ ବ୍ୟକ୍ତିଗତ ଯତ୍ନ ଉପତ୍ାଦକୁ ଅନୁପ୍ରବେଶକାରୀ ଅଞ୍ଚଳ ସହ ଉଦୀୟମାନ ଅଞ୍ଚଳରେ ଅଧିକ ଉପଲବ୍ଧ କରାଇବା ଲାଗି ସ୍ଥିର ହୋଇଛି। ସେହିଭଳି ଇ-ବାଣିଜ୍ୟ ପାଇଁ ଟାୟାର-୩ ଓ ବାହାର ବଜାରଗୁଡ଼ିକରେ ମଧ୍ୟ ପ୍ରମୁଖ ପ୍ଲାଟ୍‌ଫର୍ମ ଭାବେ ଉଭା ମିଶୋ ହୋଇଥିବାରୁ ମାମାଆର୍ଥର […] The post ମାମାଆର୍ଥ ସହ ମିଶୋର ବୁଝାମଣା appeared first on Dharitri Odia News.

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉକ୍ତ ବୁଝାମଣା ଅନୁଯାୟୀ ବ୍ରାଣ୍ଡ୍‌ର ଉଚ୍ଚ ଗୁଣାତ୍ମକ ବ୍ୟକ୍ତିଗତ ଯତ୍ନ ଉପତ୍ାଦକୁ ଅନୁପ୍ରବେଶକାରୀ ଅଞ୍ଚଳ ସହ ଉଦୀୟମାନ ଅଞ୍ଚଳରେ ଅଧିକ ଉପଲବ୍ଧ କରାଇବା ଲାଗି ସ୍ଥିର ହୋଇଛି। ସେହିଭଳି ଇ-ବାଣିଜ୍ୟ ପାଇଁ ଟାୟାର-୩ ଓ ବାହାର ବଜାରଗୁଡ଼ିକରେ ମଧ୍ୟ ପ୍ରମୁଖ ପ୍ଲାଟ୍‌ଫର୍ମ ଭାବେ ଉଭା ମିଶୋ ହୋଇଥିବାରୁ ମାମାଆର୍ଥର ପ୍ରିମିୟମ, ପ୍ରାକୃତିକ ଓ ବ୍ୟକ୍ତିଗତ ଯତ୍ନ ଉପତ୍ାଦର ବଢୁଥିବା ଚାହିଦା ପୂରଣ ଲାଗି ବ୍ରାଣ୍ଡ ମିଶୋ ସହ ସହଭାଗିତା କରିଥିଲାବେଳେ ମିଶୋର ବିସ୍ତୃତ ନେଟ୍‌ୱର୍କ ଜରିଆରେ ବ୍ରାଣ୍ଡ ବିଶେଷକରି ଛୋଟ ଛୋଟ ସହରକୁ ଟାର୍ଗେଟ କରିବାକୁ ଲକ୍ଷ୍ୟ ରଖିଛି। ଏପରିକି ମିଶୋ ବିକ୍ରୟ ଅବଧି ମଧ୍ୟରେ ଏହି ବ୍ରାଣ୍ଡ ୫ ଗୁଣା ଅଭିବୃଦ୍ଧି ହାସଲ କରିଛି। ଆସନ୍ତା ୧୨ମାସରେ ମାମାଆର୍ଥ ମିଶୋରେ ପ୍ରାୟ ୧୦୦ କୋଟି ଟଙ୍କାର ଏଆର୍‌ଆର୍‌ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି।
ଏ ସମ୍ପର୍କରେ ହୋନାସା କଞ୍ଜ୍ୟୁମର ଲିମିଟେଡ୍‌ର ସହ-ପ୍ରତିଷ୍ଠାତା ତଥା ସିଇଓ ବରୁଣ ଆଲାଗ କହିଛନ୍ତି, ମାମାଆର୍ଥରେ ଆମେ ସର୍ବଦା ଉପସ୍ଥିତି ରହିବାକୁ ଚେଷ୍ଟା କରିଛୁ, ଯେଉଁଠାରେ ଆମ ଗ୍ରାହକମାନେ ଆମକୁ ଅଧିକ ଆବଶ୍ୟକ କରିଥାନ୍ତି। ଆମେ ଗୁଣବତ୍ତାଯୁକ୍ତ ଉପତ୍ାଦକୁ ମିଶୋ ସହିତ ସହଭାଗୀ ହୋଇ ବିସ୍ତାର କରିବାକୁ ପ୍ରୟାସ କରୁଛୁ। ନୂଆ ନୂଆ ଅଞ୍ଚଳରେ ଆମର ଉପସ୍ଥିତି ସହ ୧୦୦ କୋଟି ଟଙ୍କାର ଏଆର୍‌ଆର୍‌ ହାସଲ କରିବା ଲକ୍ଷ୍ୟରେ ଆମେ କାର୍ଯ୍ୟ ଜାରି ରଖିଛୁ।

The post ମାମାଆର୍ଥ ସହ ମିଶୋର ବୁଝାମଣା appeared first on Dharitri Odia News.