ମାରପିଟ ମାମଲାରେ ଆଲୋଚନା ପାଇଁ ‘ଇଣ୍ଡିଆ’ ମେଣ୍ଟ ନେତାଙ୍କୁ ଶ୍ୱାତୀ ମାଲିୱାଲଙ୍କ ଗୁହାରୀ

ନୂଆଦିଲ୍ଲୀ ୧୮।୬: ଆମ ଆଦମୀ ପାର୍ଟି (ଆପ) ରାଜ୍ୟସଭା ସାଂସଦ ଶ୍ୱାତୀ ମାଲିୱାଲ ମଙ୍ଗଳବାର ବିଭବ କୁମାରଙ୍କ ଦ୍ୱାରା ତାଙ୍କ ପ୍ରତି କଥିତ ମାରପିଟ ମାଲାରେ ଆଲୋଚନା ନିମନ୍ତେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସହଯୋଗୀ ଦଳ ନେତାଙ୍କୁ ସମୟ ମାଗିଛନ୍ତି। ବିରୋଧୀ ମେଣ୍ଟର ରାହୁଲ ଗାନ୍ଧି ଓ ଶରଦ ପାୱାରଙ୍କ ଭଳି ନେତାଙ୍କୁ ଲେଖିଥିବା ପତ୍ରରେ ଆପ ସଦସ୍ୟା ଦୁର୍ବ୍ୟବହାର ବିରୋଧରେ ମୁହଁ ଖୋଲିବାରୁ ତାଙ୍କୁ ‘ନିନ୍ଦିତ ଓ ତାଙ୍କ ଚରିତ୍ର ହନନ’ କରାଗଲା ବୋଲି ଅଭିଯୋଗ କରିଛନ୍ତି। ଶ୍ୱାତି ମାଲିୱାଲ ଲେଖିଛନ୍ତି ଯେ ସମର୍ଥନ କରିବା ବଦଳେ ମୋ ଚରିତ୍ରକୁ ନେଇ ଲଗାତାର ପ୍ରଶ୍ନ କରାଗଲା ମୋ ନିଜ ପାର୍ଟିର ନେତା ଓ ସ୍ୱୟଂସେବୀ ମୋତେ ପ୍ରତାଡିତ କଲେ। ମାଲିୱାଲ ପତ୍ରରେ କହିଛନ୍ତି ଯେ ନ୍ୟାୟ ପାଇଁ ସଂଘର୍ଷ କରୁଥିବା ଜଣେ ପୀଡ଼ିତାଙ୍କୁ କେଉଁ ଭଳି ପୀଡ଼ା ଓ ନିଃସଙ୍ଗତା ଅନୁଭବ କରିବାକୁ ପଡେ ତାହା ମୁଁ ଗତ ଏକମାସରେ ଜାଣିଗଲାଣି। ଏଣୁ ଏହି ପ୍ରସଙ୍ଗରେ କଥାବାର୍ତ୍ତା ପାଇଁ ମୁଁ ଆପଣଙ୍କୁ ସମୟ ଭିକ୍ଷା କରୁଛି। पिछले 18 सालों से मैंने ज़मीन पे काम किया है और 9 सालों में महिला आयोग में 1.7 लाख केस में सुनवाई करी है। बिना किसी से डरे और किसी के आगे झुके, महिला आयोग को एक बहुत ऊँचे मक़ाम पे खड़ा करा है। पर बहुत दुख की बात है कि पहले मुझे मुख्यमंत्री के घर पे बुरी तरह पीटा गया, फिर मेरा…

ମାରପିଟ ମାମଲାରେ ଆଲୋଚନା ପାଇଁ  ‘ଇଣ୍ଡିଆ’ ମେଣ୍ଟ  ନେତାଙ୍କୁ ଶ୍ୱାତୀ ମାଲିୱାଲଙ୍କ ଗୁହାରୀ

ନୂଆଦିଲ୍ଲୀ ୧୮।୬: ଆମ ଆଦମୀ ପାର୍ଟି (ଆପ) ରାଜ୍ୟସଭା ସାଂସଦ ଶ୍ୱାତୀ ମାଲିୱାଲ ମଙ୍ଗଳବାର ବିଭବ କୁମାରଙ୍କ ଦ୍ୱାରା ତାଙ୍କ ପ୍ରତି କଥିତ ମାରପିଟ ମାଲାରେ ଆଲୋଚନା ନିମନ୍ତେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସହଯୋଗୀ ଦଳ ନେତାଙ୍କୁ ସମୟ ମାଗିଛନ୍ତି। ବିରୋଧୀ ମେଣ୍ଟର ରାହୁଲ ଗାନ୍ଧି ଓ ଶରଦ ପାୱାରଙ୍କ ଭଳି ନେତାଙ୍କୁ ଲେଖିଥିବା ପତ୍ରରେ ଆପ ସଦସ୍ୟା ଦୁର୍ବ୍ୟବହାର ବିରୋଧରେ ମୁହଁ ଖୋଲିବାରୁ ତାଙ୍କୁ ‘ନିନ୍ଦିତ ଓ ତାଙ୍କ ଚରିତ୍ର ହନନ’ କରାଗଲା ବୋଲି ଅଭିଯୋଗ କରିଛନ୍ତି। 

ଶ୍ୱାତି ମାଲିୱାଲ ଲେଖିଛନ୍ତି ଯେ ସମର୍ଥନ କରିବା ବଦଳେ ମୋ ଚରିତ୍ରକୁ ନେଇ ଲଗାତାର ପ୍ରଶ୍ନ କରାଗଲା ମୋ ନିଜ ପାର୍ଟିର ନେତା ଓ ସ୍ୱୟଂସେବୀ ମୋତେ ପ୍ରତାଡିତ କଲେ। ମାଲିୱାଲ ପତ୍ରରେ କହିଛନ୍ତି ଯେ ନ୍ୟାୟ ପାଇଁ ସଂଘର୍ଷ କରୁଥିବା ଜଣେ ପୀଡ଼ିତାଙ୍କୁ କେଉଁ ଭଳି ପୀଡ଼ା ଓ ନିଃସଙ୍ଗତା ଅନୁଭବ କରିବାକୁ ପଡେ ତାହା ମୁଁ ଗତ ଏକମାସରେ ଜାଣିଗଲାଣି। ଏଣୁ ଏହି ପ୍ରସଙ୍ଗରେ କଥାବାର୍ତ୍ତା ପାଇଁ ମୁଁ ଆପଣଙ୍କୁ ସମୟ ଭିକ୍ଷା କରୁଛି। 


ମାଲିୱାଲ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଏନସିପି(ଏସପି) ନେତା ଶରଦ ପାୱାରଙ୍କୁ ଲେଖିଥିବା ପତ୍ର ସୋସିଆଲ ମିଡିଆ ମଞ୍ଚ ଏକ୍ସ ରେ ସେୟାର କରିଛନ୍ତି। ସେ ପତ୍ରରେ ଲେଖିଛନ୍ତି ଗତ ୧୮ ବର୍ଷ ହେଲା ମୁଁ ତୃଣମୂଳ ସ୍ତରରେ କାମ କରିଛି ଓ ୯ ବର୍ଷ ଧରି ମହିଳା ଆୟୋଗରେ ୧.୭ ଲକ୍ଷ ମାମଲାର ଶୁଣାଣି କରିଛି। ମୁଁ ମହିଳା ଆୟୋଗକୁ ଏକ ଉଚ୍ଚତା ପ୍ରଦାନ କରିବାକୁ କାମ କରିଛି। ତେବେ ଦୁଃଖର କଥା ହେଉଛି ମୋତେ ମୁଖ୍ୟମନ୍ତ୍ରୀଙ୍କ ଘରେ ମାରପିଟ କରାଗଲା ଓ ମୋ ଚରିତ୍ର ହନନ କରାଗଲା। ସେ ଲେଖିଛନ୍ତି ଯେ ଆଜି ଏହି ପ୍ରସଙ୍ଗରେ ଇଣ୍ଡିଆ ମେଣ୍ଟର ସବୁ ବଡ଼ ନେତାଙ୍କୁ ପତ୍ର ଲେଖିଛି ଓ ସମସ୍ତଙ୍କୁ ଭେଟିବାକୁ ସମୟ ମାଗିଛି।