ମାର୍ଚ୍ଚ ୧୧ ତାରିଖ, ସୋମବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
ମେଷ- ଶୁକ୍ଳ ପକ୍ଷ ଦ୍ଵାଦଶ ଚନ୍ଦ୍ର ହେତୁ ଆପଣ ନିରୁତ୍ସାହିତ ହେବେ । ରୋଗରେ ଖର୍ଚ୍ଚ ବୃଦ୍ଧି ପାଇବ, ସଞ୍ଚୟ ମଧ୍ୟ ଶେଷ ହେବ । ନୂତନ ଚାକିରି ପାଇଁ ଆବେଦନ କରିପାରିବେ । ମାନସିକ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ । କୌଣସି ନୂତନ ଯୋଜନାରେ ବିନିଯୋଗ କରନ୍ତୁ ନାହିଁ ।ବୃଷ- ଏକାଦଶ ଚନ୍ଦ୍ର ଥିବାରୁ ଦିନଟିରେ ଅଧିକ ପରିଶ୍ରମର ଯୋଗ ରହିଛି । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ । ଭାବନାକୁ ନିଜ ନିୟନ୍ତ୍ରଣରେ ରଖନ୍ତୁ। ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ ।ମିଥୁନ- ପରିବାରରେ ଓ ଚାକିରି କ୍ଷେତ୍ରରେ ଆଦର ସମ୍ମାନ ମିଳିବ ଦିନଟି ଖୁସିରେ କଟିବ । ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଚାକିରିରେ ଚାପ ବୃଦ୍ଧି ପାଇବ। ଲାଗିଥିବା ସମସ୍ୟାର ସମାଧାନ ହେବ । ବ୍ୟବସାୟରେ ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି ।କର୍କଟ- ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ । ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି । ମାନ ସମ୍ମାନ ମିଳିବ । ଭାବିଚିନ୍ତି ନିଷ୍ପତି ନିଅନ୍ତୁ ।ସିଂହ- ମାନସିକ ଅଶାନ୍ତି ଓ ଶାରୀରିକ ପୀଡ଼ା ହେବାର ସମ୍ଭାବନା ରହିଛି । ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ପୈତୃକ ସମ୍ପତିକୁ ନେଇ ବିବାଦ ଲାଗିପାରେ । ବନ୍ଧୁ ମିଳନର ଯୋଗ ରହ
ମେଷ- ଶୁକ୍ଳ ପକ୍ଷ ଦ୍ଵାଦଶ ଚନ୍ଦ୍ର ହେତୁ ଆପଣ ନିରୁତ୍ସାହିତ ହେବେ । ରୋଗରେ ଖର୍ଚ୍ଚ ବୃଦ୍ଧି ପାଇବ, ସଞ୍ଚୟ ମଧ୍ୟ ଶେଷ ହେବ । ନୂତନ ଚାକିରି ପାଇଁ ଆବେଦନ କରିପାରିବେ । ମାନସିକ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ । କୌଣସି ନୂତନ ଯୋଜନାରେ ବିନିଯୋଗ କରନ୍ତୁ ନାହିଁ ।
ବୃଷ- ଏକାଦଶ ଚନ୍ଦ୍ର ଥିବାରୁ ଦିନଟିରେ ଅଧିକ ପରିଶ୍ରମର ଯୋଗ ରହିଛି । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ । ଭାବନାକୁ ନିଜ ନିୟନ୍ତ୍ରଣରେ ରଖନ୍ତୁ। ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ ।
ମିଥୁନ- ପରିବାରରେ ଓ ଚାକିରି କ୍ଷେତ୍ରରେ ଆଦର ସମ୍ମାନ ମିଳିବ ଦିନଟି ଖୁସିରେ କଟିବ । ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଚାକିରିରେ ଚାପ ବୃଦ୍ଧି ପାଇବ। ଲାଗିଥିବା ସମସ୍ୟାର ସମାଧାନ ହେବ । ବ୍ୟବସାୟରେ ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି ।
କର୍କଟ- ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ । ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି । ମାନ ସମ୍ମାନ ମିଳିବ । ଭାବିଚିନ୍ତି ନିଷ୍ପତି ନିଅନ୍ତୁ ।
ସିଂହ- ମାନସିକ ଅଶାନ୍ତି ଓ ଶାରୀରିକ ପୀଡ଼ା ହେବାର ସମ୍ଭାବନା ରହିଛି । ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ପୈତୃକ ସମ୍ପତିକୁ ନେଇ ବିବାଦ ଲାଗିପାରେ । ବନ୍ଧୁ ମିଳନର ଯୋଗ ରହିଛି ।
କନ୍ୟା- କୌଣସି ସ୍ଥାନରୁ ସମ୍ମାନର ଅଧିକାରୀ ହେବେ । ମନ ଖୁସି ହେବ । ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବ । ବ୍ୟବସାୟ ପାଇଁ ଭ୍ରମଣ ସଫଳ ହେବ । ବ୍ୟବସାୟରେ ବୃଦ୍ଧି ଘଟିବ । ଲାଭ ପାଇଁ ମଧ୍ୟ ସୁଯୋଗ ରହିବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବିଦ୍ୟାର୍ଥୀମାନେ ଲାଭବାନ ହେବେ ।
ତୁଳା- ମନରେ ଥିବା ଅହଂ ଭାବକୁ ସଂପୂର୍ଣ୍ଣ ଦୂରୀଭୂତ କରନ୍ତୁ। ଉନ୍ନତିର ଯୋଗ ରହିଛି ହେଲେ ମଧ୍ୟ ଦିନଟି ମଧ୍ୟମ ଫଳ ଦେବ। ମନ ସର୍ବଦା ଚଞ୍ଚଳ ରହିବ । ମିଳିବାକୁ ଥିବା ଦ୍ରବ୍ୟର ପ୍ରାପ୍ତି ବିଳମ୍ବରେ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଆସିବ ।
ବିଛା- କିଛି ମୂଲ୍ୟବାନ ବସ୍ତୁ କିମ୍ବା ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । ଦିନଟିରେ ଆପଣ ଚିନ୍ତାରେ ପଡ଼ିବେ । ଜୀବନ ସାଥିଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନ୍ନତି ଦେଖା ଦେବ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ । ବିଦ୍ୟାର୍ଥୀମାନେ ଅସଫଳ ହେବେ ।
ଧନୁ- ସୁଖ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି ବିରୋଧୀମାନେ ହଇରାଣ କରିବାକୁ ପ୍ରୟାସ କରିବେ । କର୍ମ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ । ଆର୍ଥିକ ଅନଟନ ଦେଖାଦେଇପାରେ । ବିଦ୍ୟାର୍ଥୀ ମାନେ ଅବହେଳିତ ହେବେ ।
ମକର- ସୁଖ ପ୍ରାପ୍ତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବିରୋଧୀମାନେ ହଇରାଣ କରିବାକୁ ପ୍ରୟାସ କରି ବିଫଳ ହେବେ । କର୍ମ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ । ଆର୍ଥିକ ସ୍ଥିତି ରେ ସ୍ଵଚ୍ଛଳତ ଆସିବ । ବିଦ୍ୟାର୍ଥୀମାନେ ଉଚ୍ଚାଭିଲାସୀ ହେବେ ।
କୁମ୍ଭ- ଆପଣଙ୍କ କାର୍ଯ୍ୟରେ କୌଣସି ବ୍ୟକ୍ତି ବାଧା ସୃଷ୍ଟି କରିପାରନ୍ତି । ଚାକିରିରେ ମଧ୍ୟମ ଫଳ ପ୍ରାପ୍ତି ହେବ। ବ୍ୟବସାୟରେ ଧାର ଦିଅନ୍ତୁ ନାହିଁ । ଆର୍ଥିକ ସ୍ଥିତିରେ ବୃଦ୍ଧି ସହିତ ମାନସିକ ଶାନ୍ତି ବଜାୟ ରହିବ । ଭ୍ରମଣର ଯୋଗ ରହିଛି । ବିଦ୍ୟାର୍ଥୀମାନେ ସଫଳ ହେବେ ।
ମୀନ- ରାଶିକୁ ଶ୍ରୀ ଚନ୍ଦ୍ର ରହିଥିବାରୁ ଦିନଟିରେ ଉତ୍ତମ ଫଳ ପ୍ରାପ୍ତ କରିବେ । ବ୍ୟବସାୟୀ ମାନଙ୍କର ନୂତନ ଚୁକ୍ତି ଯୋଗୁଁ ଲାଭବାନ ହେବାର ସମ୍ଭାବନା ରହିଛି । ମାତା ପିତାଙ୍କ ଆଶୀର୍ବାଦ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ସଫଳତା ଅର୍ଜନ କରିବେ ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର, ଯୋଗାଯୋଗ - 8249826682