ମାଲକାନଗିରି ଖଇରପୁଟରେ ଅଘଟଣ : ନଦୀ ପାର ହେବା ବେଳେ ଭାସିଗଲେ ଦୁଇ ଜଣ

ମାଲକାନଗିରି ୧।୭: ମାଲକାନଗିରି ଜିଲ୍ଲା ଖଇରପୁଟରେ ଅଘଟଣ । ନଦୀ ପାରି ହେବା ସମୟରେ ପାଣିରେ ଭାସିଗଲେ ଦୁଇ ଜଣ ।ଅଗ୍ନିଶମ ବାହିନୀ ଦ୍ବାରା ଦୁଇ ମୃତଦେହ ଉଦ୍ଧାର କରାଯାଇଛି । ଦୁଇ ମୃତକ ନାଲିଗୁଡା ଗ୍ରାମର ଲବ ଦୋରା ଏବଂ ଶୁକ୍ରି ଫଟକା । ସୂଚନା ଅନୁସାରେ ଦୁହେଁ ନିଜ ନିଜର ଚାଷ ଜମିକୁ ଯାଉଥିବା ବେଳେ ନଦୀରେ ଭାସିଯାଇଥିଲେ । ସ୍ରୋତ ପ୍ରଖର ଥିବାରୁ ତାଙ୍କୁ ଖୋଜିବା ସମ୍ଭବପର ହୋଇନଥିଲା । ପରେ ସ୍ଥାନୀୟ ବାସିନ୍ଦା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଖୋଜାଖୋଜି କରି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ । You Can Read:ଗୀତ ଗାଇ ଗାଇ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ପାଇଁ ଅନୁରୋଧ କଲେ ପ୍ରଫୁଲ୍ଲ, ଠିକ୍ ସମୟରେ ଡାକ୍ତର ଆସିଲେ ହେବେ ଉପକୃତ  

ମାଲକାନଗିରି ଖଇରପୁଟରେ ଅଘଟଣ : ନଦୀ ପାର ହେବା ବେଳେ ଭାସିଗଲେ ଦୁଇ ଜଣ

ମାଲକାନଗିରି ୧।୭: ମାଲକାନଗିରି ଜିଲ୍ଲା ଖଇରପୁଟରେ ଅଘଟଣ । ନଦୀ ପାରି ହେବା ସମୟରେ ପାଣିରେ ଭାସିଗଲେ ଦୁଇ ଜଣ ।ଅଗ୍ନିଶମ ବାହିନୀ ଦ୍ବାରା ଦୁଇ ମୃତଦେହ ଉଦ୍ଧାର କରାଯାଇଛି । ଦୁଇ ମୃତକ ନାଲିଗୁଡା ଗ୍ରାମର ଲବ ଦୋରା ଏବଂ ଶୁକ୍ରି ଫଟକା । 

ସୂଚନା ଅନୁସାରେ ଦୁହେଁ ନିଜ ନିଜର ଚାଷ ଜମିକୁ ଯାଉଥିବା ବେଳେ ନଦୀରେ ଭାସିଯାଇଥିଲେ । ସ୍ରୋତ ପ୍ରଖର ଥିବାରୁ ତାଙ୍କୁ ଖୋଜିବା ସମ୍ଭବପର ହୋଇନଥିଲା । ପରେ ସ୍ଥାନୀୟ ବାସିନ୍ଦା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଖୋଜାଖୋଜି କରି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ । 

You Can Read:

ଗୀତ ଗାଇ ଗାଇ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ପାଇଁ ଅନୁରୋଧ କଲେ ପ୍ରଫୁଲ୍ଲ, ଠିକ୍ ସମୟରେ ଡାକ୍ତର ଆସିଲେ ହେବେ ଉପକୃତ