ମାଲଦ୍ୱୀପ ରାଷ୍ଟ୍ରପତିଙ୍କ ବଦଳିଲା ଆଭିମୁଖ୍ୟ, କହିଲେ ଭାରତ ଓ ଆମ ସମ୍ପର୍କ ଶତାବ୍ଦୀ ପୁରୁଣା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷ୍ମୀଦୀପର ଫଟୋକୁ ନେଇ ବିବାଦ ପରେ ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ସମ୍ପର୍କ ଏତେଟା ଭଲ... The post ମାଲଦ୍ୱୀପ ରାଷ୍ଟ୍ରପତିଙ୍କ ବଦଳିଲା ଆଭିମୁଖ୍ୟ, କହିଲେ ଭାରତ ଓ ଆମ ସମ୍ପର୍କ ଶତାବ୍ଦୀ ପୁରୁଣା… appeared first on .

ମାଲଦ୍ୱୀପ ରାଷ୍ଟ୍ରପତିଙ୍କ ବଦଳିଲା ଆଭିମୁଖ୍ୟ, କହିଲେ ଭାରତ ଓ ଆମ ସମ୍ପର୍କ ଶତାବ୍ଦୀ ପୁରୁଣା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷ୍ମୀଦୀପର ଫଟୋକୁ ନେଇ ବିବାଦ ପରେ ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ସମ୍ପର୍କ ଏତେଟା ଭଲ ନାହିଁ । ଏଭଳି ସମୟରେ ରାଷ୍ଟ୍ରପତି ମୋଇଜୁ ଗଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇବା ସହ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଶଂସା କରିଛନ୍ତି।

ମାଲଦ୍ୱୀପ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତି ଅନୁଯାୟୀ, ମୋଇଜୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗଣତନ୍ତ୍ର ଦିବସରେ ଅଭିନନ୍ଦନ ଜଣାଇଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏବଂ ପାରସ୍ପରିକ ସମ୍ମାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ଭାରତ ପାଇଁ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି କାମନା କରି ମାଲଦ୍ୱୀପବାସୀ ଓ ସରକାରଙ୍କ ତରଫରୁ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମାଲଦ୍ୱୀପ ଏବଂ ଭାରତ ମଧ୍ୟରେ ବନ୍ଧୁତା ହେଉଛି ଶତାବ୍ଦୀ ପୁରୁଣା।

ତେବେ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଲାକ୍ଷାଦ୍ୱୀପ ଗସ୍ତରେ ଯାଇ ସେଠାକାର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିଥିଲେ। ଯାହାକୁ ନେଇ ମାଲଦ୍ୱୀପ ସରକାରଙ୍କ ୩ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ୱୀପ ଗସ୍ତର କିଛି ଫଟୋ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ସେବେଠାରୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ବିବାଦ ଘନେଇଥିଲା। ଏହି ବିବାଦ ଅତ୍ୟଧିକ ଘନେଇବା ପରେ ମାଲଦ୍ୱୀପର ୩ ମନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଥିଲା।

The post ମାଲଦ୍ୱୀପ ରାଷ୍ଟ୍ରପତିଙ୍କ ବଦଳିଲା ଆଭିମୁଖ୍ୟ, କହିଲେ ଭାରତ ଓ ଆମ ସମ୍ପର୍କ ଶତାବ୍ଦୀ ପୁରୁଣା… appeared first on .