ମାଲାମାଲ ହେଲା ବାଂଲାଦେଶ, ଆମେରିକା ପରେ ଏବେ…

ଢାକା,୧୮।୯: ଚଳିତ ଆର୍ଥିକ ବର୍ଷରେ ବାଂଲାଦେଶକୁ ଅତିରିକ୍ତ ୨ ବିଲିୟନ ଆମେରିକୀୟ ଡଲାର ପ୍ରଦାନ କରିବ ବୋଲି ବଶ୍ୱବ୍ୟାଙ୍କ ମଙ୍ଗଳବାର ଘୋଷଣା କରିଛି। ଗୁରୁତ୍ୱପୂର୍ଣ୍ଣ ସୁଧାର, ବନ୍ୟା ପରିସ୍ଥିତିର ମୁକାବିଲା, ଉନ୍ନତ ବାୟୁ ଗୁଣବତ୍ତା ପାଇଁ ବାଂଲାଦେଶକୁ ଏହି ୨ ବିଲିୟନ ଆମେରିକୀୟ ଡଲାର ପ୍ରଦାନ କରାଯିବ। ଦୃଢ ବିକାଶ, ସ୍ବାସ୍ଥ୍ୟସେବା ଏବଂ ଭିତ୍ତିଭୂମି ପାଇଁ ମଧ୍ୟ ଏହି ରାଶି ଉପଯୋଗୀ ହେବ। ମଙ୍ଗଳବାର ଢାକାରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ସହ ସାକ୍ଷାତ […] The post ମାଲାମାଲ ହେଲା ବାଂଲାଦେଶ, ଆମେରିକା ପରେ ଏବେ… appeared first on Dharitri Odia News.

ମାଲାମାଲ ହେଲା ବାଂଲାଦେଶ, ଆମେରିକା ପରେ ଏବେ…

ଢାକା,୧୮।୯: ଚଳିତ ଆର୍ଥିକ ବର୍ଷରେ ବାଂଲାଦେଶକୁ ଅତିରିକ୍ତ ୨ ବିଲିୟନ ଆମେରିକୀୟ ଡଲାର ପ୍ରଦାନ କରିବ ବୋଲି ବଶ୍ୱବ୍ୟାଙ୍କ ମଙ୍ଗଳବାର ଘୋଷଣା କରିଛି। ଗୁରୁତ୍ୱପୂର୍ଣ୍ଣ ସୁଧାର, ବନ୍ୟା ପରିସ୍ଥିତିର ମୁକାବିଲା, ଉନ୍ନତ ବାୟୁ ଗୁଣବତ୍ତା ପାଇଁ ବାଂଲାଦେଶକୁ ଏହି ୨ ବିଲିୟନ ଆମେରିକୀୟ ଡଲାର ପ୍ରଦାନ କରାଯିବ। ଦୃଢ ବିକାଶ, ସ୍ବାସ୍ଥ୍ୟସେବା ଏବଂ ଭିତ୍ତିଭୂମି ପାଇଁ ମଧ୍ୟ ଏହି ରାଶି ଉପଯୋଗୀ ହେବ।

ମଙ୍ଗଳବାର ଢାକାରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ସହ ସାକ୍ଷାତ ସମୟରେ ବିଶ୍ୱ ବ୍ୟାଙ୍କ ଆଞ୍ଚଳିକ ନିର୍ଦ୍ଦେଶକ ଅବଦୁଲା ସେକ ନୂତନ ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଅବଦୁଲା ସେକ କହିଛନ୍ତି ଯେ ମଧ୍ୟବର୍ତ୍ତୀ ସରକାରଙ୍କ ସଂସ୍କାର ଏଜେଣ୍ଡାକୁ ସମର୍ଥନ କରିବା ପାଇଁ ଚଳିତ ଆର୍ଥିକ ବର୍ଷରେ ବାଂଲାଦେଶକୁ ଋଣ ପ୍ରଦାନ ବୃଦ୍ଧି କରିବାକୁ ବିଶ୍ୱ ବ୍ୟାଙ୍କ ପ୍ରତିବଦ୍ଧ।
ମୁଖ୍ୟ ପରାମର୍ଶଦାତା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଛନ୍ତି। ୟୁନୁସ ଟୁଇଟରରେ ଲେଖିଛନ୍ତି ଯେ SEC ଅନୁଯାୟୀ ବିଶ୍ୱବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୨ବିଲିୟନ ଡଲାରର ଅତିରିକ୍ତ ସହାୟତା ପ୍ରଦାନ କରିବ।

ଏହାପୂର୍ବରୁ ଆମେରିକା ବାଂଲାଦେଶକୁ ୨୦୦ ମିଲିୟନ ଡଲାର ସହାୟତା ମଧ୍ୟ ଦେଇଥିଲା। ବାଂଲାଦେଶୀ ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଅର୍ଥ ଯୁବକମାନଙ୍କ କଲ୍ୟାଣ, ସ୍ବାସ୍ଥ୍ୟ ସେବାରେ ଉନ୍ନତି ତଥା ବ୍ୟବସାୟିକ ସୁଯୋଗ ବୃଦ୍ଧି ପାଇଁ ବ୍ୟବହାର କରିବ।
ବାଂଲାଦେଶରେ ହୋଇଥିବା ବ୍ୟାପକ ବିରୋଧ ମଧ୍ୟରେ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଦେଶ ଛାଡି ପଳାଇବାକୁ ପଡିଲା, ଏହା ପରେ ବାଂଲାଦେଶର ରାଜନୈତିକ ଅବସ୍ଥା ସମ୍ପୂର୍ଣ୍ଣ ଖରାପ ହୋଇଗଲା।
ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଏବଂ ସଂସଦ ସମେତ ଅନେକ ସ୍ଥାନକୁ ଭଙ୍ଗାରୁଜା କରିଥିଲେ। ପରିସ୍ଥିତି ବିଗିଡିବା ସହିତ ହିନ୍ଦୁ ସମ୍ପ୍ରଦାୟରେ ଅତ୍ୟାଚାର ଆରମ୍ଭ ହୋଇଥିଲା। ଦେଶର ଅନେକ ପ୍ରମୁଖ ହିନ୍ଦୁ ମନ୍ଦିରକୁ ଭାଙ୍ଗି ନିଆଁ ଲଗାଇ ଦିଆଯାଇଥିଲା।
ରାଜନୈତିକ ଅସ୍ଥିରତା ପରେ ବାଂଲାଦେଶରେ ଏକ ନୂତନ ସରକାର ଗଠନ କରାଯାଇଥିଲା। ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ବାଂଲାଦେଶର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି।

The post ମାଲାମାଲ ହେଲା ବାଂଲାଦେଶ, ଆମେରିକା ପରେ ଏବେ… appeared first on Dharitri Odia News.