ମାଲାୟାଲମ୍‌ ଫିଲ୍ମର ବରିଷ୍ଠ ଅଭିନେତ୍ରୀ କବିୟୁର ପୋନ୍ନାମ୍ମାଙ୍କ ୭୯ ବର୍ଷ ବୟସରେ ପରଲୋକ

କୋଚି: ଛଅ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନ ମୋହିଥିବା କିମ୍ବଦନ୍ତୀ ଅଭିନେତ୍ରୀ କବିୟୁର ପୋନ୍ନାମ୍ମାଙ୍କର ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରି ଗଭୀର ଶୋକ ପ୍ରକାଶ କରିଛି। ପୋନ୍ନାମା ଅନେକ ସପ୍ତାହ ଧରି କୋଚିର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟା ସହ ଲଢ଼ୁଥିଲେ। ଶେଷରେ ତାଙ୍କ ଅବସ୍ଥାରେ କ୍ରମାଗତ ଅବନତି ଆସିଥିଲା। ୧୯୫୦ ଦଶକର ଶେଷ ଭାଗରେ ଡେବ୍ୟୁ କରିଥିବା ପୋନ୍ନାମା […]

ମାଲାୟାଲମ୍‌ ଫିଲ୍ମର ବରିଷ୍ଠ ଅଭିନେତ୍ରୀ କବିୟୁର ପୋନ୍ନାମ୍ମାଙ୍କ ୭୯ ବର୍ଷ ବୟସରେ ପରଲୋକ

କୋଚି: ଛଅ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନ ମୋହିଥିବା କିମ୍ବଦନ୍ତୀ ଅଭିନେତ୍ରୀ କବିୟୁର ପୋନ୍ନାମ୍ମାଙ୍କର ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରି ଗଭୀର ଶୋକ ପ୍ରକାଶ କରିଛି। ପୋନ୍ନାମା ଅନେକ ସପ୍ତାହ ଧରି କୋଚିର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟା ସହ ଲଢ଼ୁଥିଲେ। ଶେଷରେ ତାଙ୍କ ଅବସ୍ଥାରେ କ୍ରମାଗତ ଅବନତି ଆସିଥିଲା। ୧୯୫୦ ଦଶକର ଶେଷ ଭାଗରେ ଡେବ୍ୟୁ କରିଥିବା ପୋନ୍ନାମା ୭୦୦ରୁ ଅଧିକ ଚଳଚ୍ଚିତ୍ରରେ ପରଦାକୁ ଆସିଥିଲେ ଏବଂ ଜଣେ ମା’ ଓ ଜେଜେମା’ ଭୂମିକା ପାଇଁ ଜଣାଶୁଣା ଥିଲେ। ଫିଲ୍ମକୁ ଆସିବା ପୂର୍ବରୁ କବିୟୁର ପୋନ୍ନାମ୍ମାଙ୍କ ଅଭିନୟ ଯାତ୍ରା ମଞ୍ଚରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ତାଙ୍କର ଅସୀମ ପ୍ରତିଭାର ବିକାଶ ହୋଇଥିଲା। ସେ ମାଲାୟାଲମ୍ ସିନେମାର କିଛି ପ୍ରସିଦ୍ଧ ଅଭିନେତାଙ୍କ ମା’ ଭୂମିକାରେ ଅଭିନୟ କରିଥିଲେ। ୨୦୨୨ରେ ଶେଷଥର ପାଇଁ ପରଦାରେ ଅଭିନୟ କରିବା ପରେ ଏହି ଅଭିନେତ୍ରୀ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ସାର୍ବଜନୀନ ଜୀବନରୁ ଦୂରେଇ ଯାଇଥିଲେ। ୨୦୧୧ରେ ସ୍ୱାମୀଙ୍କ ଦେହାନ୍ତ ଭଳି ବ୍ୟକ୍ତିଗତ ଦୁଃଖର ସମ୍ମୁଖୀନ ହୋଇଥିଲେ ମଧ୍ୟ ସେ ଚଳଚ୍ଚିତ୍ର ଜଗତରେ ଜଣେ ସମ୍ମାନାସ୍ପଦ ଓ ପ୍ରଶଂସିତ ବ୍ୟକ୍ତିତ୍ୱ ହୋଇ ରହିଥିଲେ। ତାଙ୍କ ବିୟୋଗ ଖବର ଇଣ୍ଡଷ୍ଟ୍ରି ଓ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ଅନେକେ ତାଙ୍କ ନିଷ୍ଠା, ପ୍ରତିଭା ଓ ଅବିସ୍ମରଣୀୟ ଭୂମିକାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।