ମାଲେସିଆକୁ ଏୟାର ଏସିଆର ଡାଇରେକ୍ଟ ଫ୍ଲାଇଟ୍‌

ଭୁବନେଶ୍ୱର, ୩୧।୫: ଏୟାର ଏସିଆର ବହୁ ପ୍ରତୀକ୍ଷିତ ବିମାନ ସେବା ‘ଭୁବନେଶ୍ୱରରୁ ମାଲେସିଆ’କୁ ଡାଇରେକ୍ଟ ଫ୍ଲାଇଟ ସେବାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସେବା ପାଇଁ ପର୍ଯ୍ୟଟନ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛି। ଏହି ରଣନୀତିକ ପ୍ରୟାସ ସହ ଭାରତ ଓ ମାଲେସିଆ ମଧ୍ୟରେ ବିମାନ ସେବାକୁ ମଜଭୁୁତ କରିବା ପାଇଁ ଏୟାର ଏସିଆ ଲକ୍ଷ୍ୟ ରଖିଛି। ଏହାଦ୍ୱାରା ୨ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ରକ୍ଷା ହୋଇପାରିବ। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରୁ କୁଆଲାଲମପୁର ପ୍ରତି ମଙ୍ଗଳବାର, ଗୁରୁବାର […] The post ମାଲେସିଆକୁ ଏୟାର ଏସିଆର ଡାଇରେକ୍ଟ ଫ୍ଲାଇଟ୍‌ appeared first on Dharitri Odia News.

ମାଲେସିଆକୁ ଏୟାର ଏସିଆର ଡାଇରେକ୍ଟ ଫ୍ଲାଇଟ୍‌

ଭୁବନେଶ୍ୱର, ୩୧।୫: ଏୟାର ଏସିଆର ବହୁ ପ୍ରତୀକ୍ଷିତ ବିମାନ ସେବା ‘ଭୁବନେଶ୍ୱରରୁ ମାଲେସିଆ’କୁ ଡାଇରେକ୍ଟ ଫ୍ଲାଇଟ ସେବାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସେବା ପାଇଁ ପର୍ଯ୍ୟଟନ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛି। ଏହି ରଣନୀତିକ ପ୍ରୟାସ ସହ ଭାରତ ଓ ମାଲେସିଆ ମଧ୍ୟରେ ବିମାନ ସେବାକୁ ମଜଭୁୁତ କରିବା ପାଇଁ ଏୟାର ଏସିଆ ଲକ୍ଷ୍ୟ ରଖିଛି। ଏହାଦ୍ୱାରା ୨ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ରକ୍ଷା ହୋଇପାରିବ। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରୁ କୁଆଲାଲମପୁର ପ୍ରତି ମଙ୍ଗଳବାର, ଗୁରୁବାର ଓ ଶନିବାର ୨୩.୫୦ରୁ ୬.୧୦ଘଟିକା ମଧ୍ୟରେ ଆରମ୍ଭ ହେବ ଏବଂ ଏହାର ଟିକେଟ ମୂଲ୍ୟ ୫୫୯୯ ଟଙ୍କାରୁ ଆରମ୍ଭ ହେଉଛି।

ଏ ସମ୍ପର୍କରେ ଏୟାର ଏସିଆର ବରିଷ୍ଠ ସେଲ୍‌ସ ମ୍ୟାନେଜର ଜଗଜିତ ସିଂ ଓବରେଇ କହିଛନ୍ତି, ଏହି ନୂଆ ରୁଟ୍‌ ଆମର ଯାତ୍ରୀମାନଙ୍କୁ ସୁଲଭ ମୂଲ୍ୟରେ ଯାତ୍ରା ଅନୁଭୂତି ପାଇଁ ଦେଇଥିବା ଆମ ପ୍ରତିଶ୍ରୁତିର ପ୍ରମାଣ। ଆମେ ଆମର ଯାତ୍ରୀମାନଙ୍କ ସୁଖ ଓ ସନ୍ତୋଷ କାମନା କରୁଛୁ। ସେହିଭଳି ପର୍ଯ୍ୟଟନ ମାଲେସିଆ ମୁମ୍ବାଇର ନିର୍ଦ୍ଦେଶକ ନୋରିୟା ଜାଫର କହିଛନ୍ତି, ଭୁବନେଶ୍ୱରର ଯାତ୍ରୀମାନଙ୍କ ଲାଗି ମାଲେସିଆର ଉପଲବ୍ଧତା ଆମେ ଏୟାର ଏସିଆର ସହଭାଗିତା ପାଇଁ ବହୁତ ଖୁସି ଆଣି ଦେଇଛି। ଏପରିକି ଆମେ ନିଶ୍ଚିତ ଯେ ଦୁଇ ଦେଶ ମଧ୍ୟରେ ଭ୍ରମଣ ଓ ପର୍ଯ୍ୟଟନର ଆଦର ବୃଦ୍ଧି ହୋଇପାରିବ। ସେହିପରି ଭୁବନେଶ୍ୱରର ଯାତ୍ରୀମାନେ ବର୍ତ୍ତମାନ ବିମାନ ବା ସ୍ଥାନାନ୍ତର ପରିବର୍ତ୍ତନ ନ କରି ସିଧାସଳଖ କୁଆଲାଲମପୁରର ଭିସା ମାଗଣାରେ ପାଇପାରିବେ। ଏହା ସହ ଯାତ୍ରୀମାନେ ସେଠାକାର ବିଭିନ୍ନ ପ୍ରାକୃତିକ ସ୍ଥାନର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ବିକାଶ ବୃଦ୍ଧି ପାଇବ।

The post ମାଲେସିଆକୁ ଏୟାର ଏସିଆର ଡାଇରେକ୍ଟ ଫ୍ଲାଇଟ୍‌ appeared first on Dharitri Odia News.