ମାଲ୍ ବୋଝେଇ ଟ୍ରକ ଓ କାର୍ ମୁହାଁମୁହିଁ ଧକ୍କା, ଚାଲିଗଲା ଡ୍ରାଇଭର ଜୀବନ
କୋରାପୁଟ ୦୨।୦୩ : କୋରାପୁଟ ୨୬ ନମ୍ବର ଜାତୀୟ ରାଜପଥ ଲାଣ୍ଡିଗୁଡ଼ା ନିକଟରେ ଦୁର୍ଘଟଣା । ମାଲ୍ ବୋଝେଇ ଟ୍ରକ ଏବଂ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଯେଉଁଥିରେ କାର୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଖବର ଅନୁଯାୟୀ, ଛତିଶଗଡ଼ ଠାରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ୍ । ଏହି ସମୟରେ କୋରାପୁଟ ଲାଣ୍ଡିଗୁଡ଼ା ନିକଟରେ ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ନନ୍ଦପୁରରୁ କାର୍ ଯୋଗେ ଯାଉଥିବା ପରିବାରର ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରି କୋରାପୁଟ ମେଡିକାଲ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ କୋରାପୁଟ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କୋରାପୁଟ ୦୨।୦୩ : କୋରାପୁଟ ୨୬ ନମ୍ବର ଜାତୀୟ ରାଜପଥ ଲାଣ୍ଡିଗୁଡ଼ା ନିକଟରେ ଦୁର୍ଘଟଣା । ମାଲ୍ ବୋଝେଇ ଟ୍ରକ ଏବଂ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଯେଉଁଥିରେ କାର୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି ।

ଖବର ଅନୁଯାୟୀ, ଛତିଶଗଡ଼ ଠାରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ୍ । ଏହି ସମୟରେ କୋରାପୁଟ ଲାଣ୍ଡିଗୁଡ଼ା ନିକଟରେ ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ନନ୍ଦପୁରରୁ କାର୍ ଯୋଗେ ଯାଉଥିବା ପରିବାରର ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରି କୋରାପୁଟ ମେଡିକାଲ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ କୋରାପୁଟ ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।