ମାଳଦ୍ଵୀପରେ ଫସିଛନ୍ତି ୪୦ରୁ ଅଧିକ ଓଡ଼ିଆ ଯୁବକ: ଭିଡିଓ ମେସେଜ୍ କରି ତୁରନ୍ତ ଉଦ୍ଧାର ପାଇଁ କଲେ ନିବେଦନ
କନକ ବ୍ୟୁରୋ: ମାଳଦ୍ଵୀପରେ ଫସିଛନ୍ତି ୪୦ରୁ ଅଧିକ ଓଡ଼ିଆ ଯୁବକ । ଭିଡିଓ ମେସେଜ ଜାରି କରି ତୁରନ୍ତ ଉଦ୍ଧାର କରିବାକୁ ଓଡ଼ିଆ ଯୁବକମାନେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଦରମା ଦେଉ ନାହାନ୍ତି । ଟଙ୍କା ମାଗିଲେ ରହୁଥିବା ରୁମର ବିଜୁଳି କାଟି ଦେଉଥିବା ଭିଡିଓ ବାର୍ତ୍ତାରେ ଅଭିଯୋଗ ଆଣିଛନ୍ତି । ଛଅ ମାସ ତଳେ ରୋଜଗାର ଆଶାରେ ଖଲ୍ଲିକୋଟର ୧୫ଜଣ ଯୁବକ ସମେତ ଓଡ଼ିଶାର ୪୦ ଜଣ ଯୁବକ ମାଳଦ୍ୱିପ ଯାଇଥିଲେ। ମାଳଦ୍ୱୀପରେ ଚାଲିଥିବା ଏୟାରପୋର୍ଟ କାମ ନେଇଥିବା ଗାନ ଇଗ୍ନେସ ନାମକ କମ୍ପାନୀରେ କାମ କରିଥିଲେ । ସେଠାରେ ଏକ ମାସ କାମ କଲା ପରେ କମ୍ପାନୀ ଠିକରେ ଦରମା ଦେଇଥିଲା । କିନ୍ତୁ ପରବର୍ତ୍ତୀ ମାସରୁ ଠିକରେ ଦରମା ଦେଉନଥିବା ଓଡ଼ିଆ ଯୁବକମାନେ ଅଭିଯୋଗ କରିଛନ୍ତି । ହାତରେ ଟଙ୍କା ନଥିବାରୁ ଖାଇବା ପିଇବା ସମସ୍ୟା ହେଉଛି । କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ନିର୍ୟାତନା ଦେଉଥିବାରୁ ତାଙ୍କୁ ତୁରନ୍ତ ଭାରତ ଫେରାଇ ନେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।