ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ (ମଜଲିସ୍‌) ପାଇଁ ମତଦାନ ହୋଇଥିବାବେଳେ ମାଳଦ୍ୱୀପ ନିର୍ବାଚନ କମିଶନଙ୍କ ପକ୍ଷରୁ ୮୬ ଆସନର ଫଳାଫଳ ଘୋଷଣା କରାଯାଇଛି। ସେଥିରୁ ପିଏନ୍‌ସି ୬୬ ଆସନ ଦଖଲ କରି ସ୍ପଷ୍ଟ ବହୁମତ ହାସଲ କରିଛି। ଚାଇନା ସପକ୍ଷବାଦୀ ତଥା ଭାରତ ବିରୋଧୀ ମୁଇଜୁଙ୍କ ଆଭିମୁଖ୍ୟକୁ ମାଳଦ୍ୱୀପବାସୀ ଦୃଢ଼ ସମର୍ଥନ ଜଣାଇଥିବା ଏହି ବିପୁଳ […] The post ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା appeared first on Dharitri Odia News.

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ (ମଜଲିସ୍‌) ପାଇଁ ମତଦାନ ହୋଇଥିବାବେଳେ ମାଳଦ୍ୱୀପ ନିର୍ବାଚନ କମିଶନଙ୍କ ପକ୍ଷରୁ ୮୬ ଆସନର ଫଳାଫଳ ଘୋଷଣା କରାଯାଇଛି। ସେଥିରୁ ପିଏନ୍‌ସି ୬୬ ଆସନ ଦଖଲ କରି ସ୍ପଷ୍ଟ ବହୁମତ ହାସଲ କରିଛି। ଚାଇନା ସପକ୍ଷବାଦୀ ତଥା ଭାରତ ବିରୋଧୀ ମୁଇଜୁଙ୍କ ଆଭିମୁଖ୍ୟକୁ ମାଳଦ୍ୱୀପବାସୀ ଦୃଢ଼ ସମର୍ଥନ ଜଣାଇଥିବା ଏହି ବିପୁଳ ବିଜୟରୁ ସ୍ପଷ୍ଟ ହୋଇଛି। ମୁଖ୍ୟ ବିରୋଧୀ ଦଳ ମାଲଡିଭିଆନ୍‌ ଡେମୋକ୍ରାଟିକ୍‌ ପାର୍ଟି (ଏମ୍‌ଡିପି) ୧୨ ଆସନରେ ସୀମିତ ରହି ଶୋଚନୀୟ ପରାଜୟ ବରଣ କରିଛି।
ଭାରତଠାରୁ ଦୂରେଇ ଯାଇ ଚାଇନା ପ୍ରତି ଢଳିଥିବା ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପାଇଁ ଏହି ନିର୍ବାଚନ ଏକ ଅଗ୍ନିପରୀକ୍ଷା ଥିଲା। ଗତ ସେପ୍ଟେମ୍ବରରେ ୪୫ ବର୍ଷୀୟ ମୁଇଜୁ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ଏହା ପରଠାରୁ ସେ ଭାରତ ବିରୋଧୀ ଆଭିମୁଖ୍ୟ ରଖିଆସିବା ସହ ଚାଇନା ସହ ସମ୍ପର୍କ ବଢ଼ାଇଚାଲିଛନ୍ତି। ନିକଟରେ ମାଳଦ୍ୱୀପର ଏକ ହାଇପ୍ରୋଫାଇଲ୍‌ ଭିତ୍ତିଭୂମିର ଠିକା କାର୍ଯ୍ୟ ସେ ଚାଇନାର ସରକାରୀ କମ୍ପାନୀକୁ ପ୍ରଦାନ କରିଛନ୍ତି। ଏହି ଦ୍ୱୀପଦେଶକୁ ସହାୟତା ପାଇଁ ସେଠାରେ ଅବସ୍ଥାପିତ ଥିବା ଭାରତୀୟ ସୈନ୍ୟମାନଙ୍କୁ ସେ ଫେରାଇ ଦେଇଛନ୍ତି। ବର୍ତ୍ତମାନ ଯାଏ ପାର୍ଲାମେଣ୍ଟରେ ଭାରତ ସପକ୍ଷବାଦୀ ଏମ୍‌ଡିପି ସଂଖ୍ୟାଗରିଷ୍ଠ ରହିଥିଲା। ଏବେ ପିଏନ୍‌ସି ବିଜୟୀ ହୋଇଥିବାରୁ ଭାରତ ବିରୋଧୀ ନୀତି ଆପଣାଇବାକୁ ମୁଇଜୁଙ୍କୁ ଅଧିକ କ୍ଷମତା ମିଳିବ, ଯାହାକି ନୂଆଦିଲ୍ଲୀ ପାଇଁ ଚିନ୍ତାର କାରଣ ହୋଇପାରେ ବୋଲି କୁହାଯାଉଛି।

The post ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା appeared first on Dharitri Odia News.