ମାସ ମାସ ଧରି ଅସହାୟ ଯୁବତୀଙ୍କୁ ଗଣଦୁଷ୍କର୍ମ, ବନ୍ଧାହେଲେ ୪, ଅନ୍ୟ ଅଭିଯୁକ୍ତ ଫେରାର୍

ଢେଙ୍କାନାଳ ୧୦/୦୯: ଢେଙ୍କାନାଳ ଭାପୁରରେ ଲଜ୍ଜା । ଅସହାୟ ଯୁବତୀଙ୍କୁ ଗଣଦୁଷ୍କର୍ମ । ପ୍ରତିଦିନ ରାତିରେ ଦୁଷ୍କର୍ମ କରୁଥିଲେ ୬-୭ ଯୌନପିଶାଚ । ମାସ ମାସ ଧରି ଗଣଦୁଷ୍କର୍ମ । ପୀଡିତା ଏବେ ୭ମାସର ଗର୍ଭବତୀ । ଗଣମାଧ୍ୟମରେ ଖବର ପ୍ରସାରିତ ପରେ ପୋଲିସର ତନାଘନା । ୪ ଅଭିଯୁକ୍ତ ଗିରଫ, ଏବେବି ଫେରାର୍ ଅନେକ । ଘଟଣାକୁ ନେଇ ଉଦବେଗ ପ୍ରକାଶ କରିବା ସହ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ପୋଲିସକୁ ଦେଇଛନ୍ତି ତ୍ୱରିତ ଆକ୍ସନ ନିର୍ଦ୍ଦେଶ । କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ନେଇ ସାରା ଦେଶରେ ଥମିନି ଆନ୍ଦୋଳନ ।  ଢେଙ୍କାନାଳରେ ସବୁ ସୀମା ଟପିଯାଇଛି ସୀମା ଗଣଦୁଷ୍କର୍ମ ଘଟଣା । କୋଲକାତା ଘଟଣାକୁ ନେଇ ଦୋହଲିଯାଇଥିଲା ପଲ୍ଲୀରୁ ଦିଲ୍ଲୀ । ହେଲେ ଭାପୁରର ଏହି ଗଣଦୁଷ୍କର୍ମ ମାମଲା କରିଛି ଆଶ୍ଚର୍ଯ୍ୟଚକିତ । କାରଣ ଜଣେ ନୀରିହ ଯୁବତୀଙ୍କ ଅସହାୟତାର ଫାଇଦା ଉଠାଇଛନ୍ତି ଯୌନ ପିଶାଚ । ରାତି ହେଲେ କାମନା ଲାଳସାରେ ଚାଲିଆସୁଥିଲେ ୬ ରୁ ୭ ଜଣ ଯୁବକ । ସାରା ରାତି ପୀଡିତାଙ୍କୁ ଗଣଦୁଷ୍କର୍ମ ପରେ ଭୋର ହେଲେ ଚାଲିଯାଉଥିଲେ । ଜଣେ ୨୨ ବର୍ଷୀୟା ପୀଡିତାଙ୍କୁ ଘରୁ ଛାତ ଉପରକୁ ଟେକି ନେଇ ଜଣକ ପରେ ଜଣେ ଗଣଦୁଷ୍କର୍ମ କରି ଘଟାଉଥିଲେ ଅମାନୁଷିକ କାଣ୍ଡ ।  ଏମିତିକି ପୀଡିତା ଜଣଙ୍କ ଅନ୍ତଃସତ୍ତ୍ଵା ପରେ ବି ଛାଡିନଥିଲେ କାମୁକ ରାକ୍ଷସ ।ପ୍ରତିଦିନ ଯୌନ କ୍ଷୁଧା ମେଣ୍ଟାଇବା ଥିଲା ସେମାନଙ୍କ ଏକମାତ୍ର କାମନା । ଆହୁରି ଦୁଃଖ ଓ ଯନ୍ତ

ମାସ ମାସ ଧରି ଅସହାୟ ଯୁବତୀଙ୍କୁ ଗଣଦୁଷ୍କର୍ମ, ବନ୍ଧାହେଲେ ୪, ଅନ୍ୟ ଅଭିଯୁକ୍ତ ଫେରାର୍

ଢେଙ୍କାନାଳ ୧୦/୦୯: ଢେଙ୍କାନାଳ ଭାପୁରରେ ଲଜ୍ଜା  ଅସହାୟ ଯୁବତୀଙ୍କୁ ଗଣଦୁଷ୍କର୍ମ  ପ୍ରତିଦିନ ରାତିରେ ଦୁଷ୍କର୍ମ କରୁଥିଲେ ୬-୭ ଯୌନପିଶାଚ  ମାସ ମାସ ଧରି ଗଣଦୁଷ୍କର୍ମ  ପୀଡିତା ଏବେ ୭ମାସର ଗର୍ଭବତୀ  ଗଣମାଧ୍ୟମରେ ଖବର ପ୍ରସାରିତ ପରେ ପୋଲିସର ତନାଘନା  ୪ ଅଭିଯୁକ୍ତ ଗିରଫ, ଏବେବି ଫେରାର୍ ଅନେକ  ଘଟଣାକୁ ନେଇ ଉଦବେଗ ପ୍ରକାଶ କରିବା ସହ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ପୋଲିସକୁ ଦେଇଛନ୍ତି ତ୍ୱରିତ ଆକ୍ସନ ନିର୍ଦ୍ଦେଶ  

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ନେଇ ସାରା ଦେଶରେ ଥମିନି ଆନ୍ଦୋଳନ   ଢେଙ୍କାନାଳରେ ସବୁ ସୀମା ଟପିଯାଇଛି ସୀମା ଗଣଦୁଷ୍କର୍ମ ଘଟଣା  କୋଲକାତା ଘଟଣାକୁ ନେଇ ଦୋହଲିଯାଇଥିଲା ପଲ୍ଲୀରୁ ଦିଲ୍ଲୀ  ହେଲେ ଭାପୁରର ଏହି ଗଣଦୁଷ୍କର୍ମ ମାମଲା କରିଛି ଆଶ୍ଚର୍ଯ୍ୟଚକିତ  କାରଣ ଜଣେ ନୀରିହ ଯୁବତୀଙ୍କ ଅସହାୟତାର ଫାଇଦା ଉଠାଇଛନ୍ତି ଯୌନ ପିଶାଚ  

ରାତି ହେଲେ କାମନା ଲାଳସାରେ ଚାଲିଆସୁଥିଲେ ୬ ରୁ ୭ ଜଣ ଯୁବକ  ସାରା ରାତି ପୀଡିତାଙ୍କୁ ଗଣଦୁଷ୍କର୍ମ ପରେ ଭୋର ହେଲେ ଚାଲିଯାଉଥିଲେ  ଜଣେ ୨୨ ବର୍ଷୀୟା ପୀଡିତାଙ୍କୁ ଘରୁ ଛାତ ଉପରକୁ ଟେକି ନେଇ ଜଣକ ପରେ ଜଣେ ଗଣଦୁଷ୍କର୍ମ କରି ଘଟାଉଥିଲେ ଅମାନୁଷିକ କାଣ୍ଡ   ଏମିତିକି ପୀଡିତା ଜଣଙ୍କ ଅନ୍ତଃସତ୍ତ୍ଵା ପରେ ବି ଛାଡିନଥିଲେ କାମୁକ ରାକ୍ଷସ ପ୍ରତିଦିନ ଯୌନ କ୍ଷୁଧା ମେଣ୍ଟାଇବା ଥିଲା ସେମାନଙ୍କ ଏକମାତ୍ର କାମନା  


ଆହୁରି ଦୁଃଖ ଓ ଯନ୍ତ୍ରଣାଦାୟକ ଥିଲା ପୀଡିତାଙ୍କୁ ପାଗେଳି ଆଖ୍ୟା  ନରପିଶାଚ ମାନଙ୍କ ଅତ୍ୟାଚାର ସଂପର୍କରେ ପୀଡିତା ଜଣଙ୍କ ବାରମ୍ୱାର କିଛି ଗାଁ ଲୋକଙ୍କୁ ଅଭିଯୋଗ କରିଥିଲେ  କିନ୍ତୁ ସେମାନେ ପୀଡିତାଙ୍କୁ ପାଗଳି କହି ଏଡାଇଯାଇଥିଲେ ଏପରିକି ସଂପୃକ୍ତ ଦୁଷ୍କର୍ମକାରୀ ଯୁବକଙ୍କ ପରିବାର  ଲୋକେ ପୀଡିତାଙ୍କ କଥା ନଶୁଣି ଓଲଟା ଦୂର୍ ଦୂର୍ ମାର୍ ମାର୍ କରିଥିଲେ ଅସହାୟ ଯୁବତୀ ବାରମ୍ୱାର ହେଉଥିଲେ ବଳପୂର୍ବକ ଦୁଷ୍କର୍ମର ଶୀକାର  

କୌଣସି ମତେ ପୀଡ଼ିତାଙ୍କୁ ଉଦ୍ଧାର କରି ସଖୀ କେନ୍ଦ୍ରରେ ରଖିଛି ପ୍ରଶାସନ । ନିୟମ ଅନୁଯାୟୀ ପୀଡିତାଙ୍କ କାଉନସେଲିଂ ଚାଲିଛି  ବହୁ ବର୍ଷ ତଳେ ପୀଡିତାଙ୍କ ମା’ଙ୍କ ହୋଇଥିଲା ପରଲୋକ  ପରେ ସମ୍ପର୍କୀୟଙ୍କ ସହ ଜମିବାଡି ବିବାଦକୁ ନେଇ ବାପା ହୋଇଯାଇଥିଲେ ମାନସିକ ରୋଗୀ  ଯାହାର ସୁଯୋଗ ନେଇଥିଲେ ଦୁର୍ବୃତ୍ତମାନେ । ଘଟଣା ପ୍ରଘଟ ହେବା ପରେ ସଦର ଥାନା ପୋଲିସ କିଛି ଯୁବକଙ୍କୁ ଗିରଫ କରି ପଚରାଉଚରା କରୁଛି  

ହେଲେ ଏବେବି ଅନ୍ୟ ଅଭିଯୁକ୍ତଙ୍କ ମିଳିନି ପତ୍ତା  ଏପଟେ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ଏସ୍‌ପିଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ତେବେ ଲଜ୍ଜା ଓ ଚିନ୍ତାଜନକ ହେଲା ଜଣେ ଅସହାୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ମାନେ କଠୋର ତମ ଶାସ୍ତି ପାଇବା ଉଚିତ  ଠିକ୍ ସେହିଭଳି ଘଟଣା ଜାଣି ନୀରବ ଥିବା ଲୋକେ ଓ ଅଭିଯୁକ୍ତଙ୍କ  ପରିବାର ବି ନୁହଁନ୍ତି ଦୋଷମୁକ୍ତ  ଶିକ୍ଷିତ ସମାଜ ଏମାନଙ୍କୁ କେବେ ବି କ୍ଷମା କରିବ ନାହିଁ