ମିଆଁମାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୧୬୦୦କୁ ବୃଦ୍ଧି: ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ମିଆଁମାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ହୋଇଥିବା ୭.୭ ତୀବ୍ରତାର ଭୂମିକମ୍ପ ହୋଇ ମିଆଁମାର ସମେତ ଥାଇଲାଣ୍ଡକୁ ବି ଦୋହଲାଇ ଦେଇଥିଲା। ଏଥିରେ ଶତାଧିକ ଲୋକଙ୍କର ଜୀବନ ଯାଇଛି। କେବଳ ମିଆଁମାରରେ ଭୂମିକମ୍ପ ଯୋଗୁ ମୃତ୍ୟୁ ସଂଖ୍ୟା ୧୬୦୦ ପାର କରିଛି। ଏନେଇ ମିଆଁମାର ସାମରିକ ସରକାର ମୁଖ୍ୟ ସୂଚନା ଦେଇଛନ୍ତି। ତେବେ ଆମେରିକା ଏଜେନ୍ସି କହିଛି ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ। ଏହା ୧୦ ହଜାର ପର୍ଯ୍ୟନ୍ତ ଯାଇପାରେ।   ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ କେନ୍ଦ୍ର ସ୍ଥଳ ଠାରୁ ୯୦୦ କିମି ଦୂର ବ୍ୟାଙ୍ଗକକ୍‌ ବି ଥରାଇ ଦେଇଥିଲା। ଫଳରେ ବଡ଼ ବଡ଼ ବିଲ୍ଡିଂ ଓ ବ୍ରିଜ୍‌ ଗୋଟିଏ ଝଟ୍‌କାରେ ଭାଙ୍ଗି ପଡ଼ିଥିଲା। ଭୂମିକମ୍ପର ଝଟ୍‌କା ଭାରତର କିଛି ଅଂଶ ଯଥା ମେଘାଳୟ ଏବଂ ମଣିପୁର ସମେତ ବାଂଲାଦେଶର ବିଶେଷକରି ଢାକା ଏବଂ ଚଟ୍ଟୋଗ୍ରାମ ଏବଂ ଚୀନରେ  ଅନୁଭୂତ ହୋଇଥିଲା। ପଢନ୍ତୁ- ମିଆଁମାର ଭୂମିକମ୍ପ: ପ୍ରଧାନମନ୍ତ୍ରୀ କହିଲେ- ବନ୍ଧୁ ଓ ପଡୋଶୀ ରୂପେ ସାଙ୍ଗରେ ଛିଡା ହୋଇଛି ଭାରତମିଆଁମାରର ସାମରିକ ସରକାର ଶନିବାର ମୃତ୍ୟୁ ସଂଖ୍ୟା ସମ୍ପର୍କରରେ ସୂଚନା ଦେଇ କହିଛନ୍ତି ଯେ ଗତକାଲିର ଭୂମିକମ୍ପ ପରେ ମୃତ୍ୟୁ ସଂଖ୍ୟା ୧,୬୪୪ ରେ ପହଞ୍ଚିଛି। ଅତି କମରେ ୨,୪୦୦  ଲୋକ ଆହତ ହୋଇଛନ୍ତି। ଅନେକ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି, କିନ୍ତୁ କ୍ଷତିଗ୍ରସ୍ତ ରାସ୍ତା ଏବଂ ପୋଲ ଯୋଗୁଁ ଅନେକ ସ୍ଥାନ ଅପହଞ୍

ମିଆଁମାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୧୬୦୦କୁ ବୃଦ୍ଧି: ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ମିଆଁମାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ହୋଇଥିବା ୭.୭ ତୀବ୍ରତାର ଭୂମିକମ୍ପ ହୋଇ ମିଆଁମାର ସମେତ ଥାଇଲାଣ୍ଡକୁ ବି ଦୋହଲାଇ ଦେଇଥିଲା। ଏଥିରେ ଶତାଧିକ ଲୋକଙ୍କର ଜୀବନ ଯାଇଛି। କେବଳ ମିଆଁମାରରେ ଭୂମିକମ୍ପ ଯୋଗୁ ମୃତ୍ୟୁ ସଂଖ୍ୟା ୧୬୦୦ ପାର କରିଛି। ଏନେଇ ମିଆଁମାର ସାମରିକ ସରକାର ମୁଖ୍ୟ ସୂଚନା ଦେଇଛନ୍ତି। ତେବେ ଆମେରିକା ଏଜେନ୍ସି କହିଛି ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ। ଏହା ୧୦ ହଜାର ପର୍ଯ୍ୟନ୍ତ ଯାଇପାରେ।   

ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ କେନ୍ଦ୍ର ସ୍ଥଳ ଠାରୁ ୯୦୦ କିମି ଦୂର ବ୍ୟାଙ୍ଗକକ୍‌ ବି ଥରାଇ ଦେଇଥିଲା। ଫଳରେ ବଡ଼ ବଡ଼ ବିଲ୍ଡିଂ ଓ ବ୍ରିଜ୍‌ ଗୋଟିଏ ଝଟ୍‌କାରେ ଭାଙ୍ଗି ପଡ଼ିଥିଲା। ଭୂମିକମ୍ପର ଝଟ୍‌କା ଭାରତର କିଛି ଅଂଶ ଯଥା ମେଘାଳୟ ଏବଂ ମଣିପୁର ସମେତ ବାଂଲାଦେଶର ବିଶେଷକରି ଢାକା ଏବଂ ଚଟ୍ଟୋଗ୍ରାମ ଏବଂ ଚୀନରେ  ଅନୁଭୂତ ହୋଇଥିଲା। 

ପଢନ୍ତୁ- ମିଆଁମାର ଭୂମିକମ୍ପ: ପ୍ରଧାନମନ୍ତ୍ରୀ କହିଲେ- ବନ୍ଧୁ ଓ ପଡୋଶୀ ରୂପେ ସାଙ୍ଗରେ ଛିଡା ହୋଇଛି ଭାରତ

ମିଆଁମାରର ସାମରିକ ସରକାର ଶନିବାର ମୃତ୍ୟୁ ସଂଖ୍ୟା ସମ୍ପର୍କରରେ ସୂଚନା ଦେଇ କହିଛନ୍ତି ଯେ ଗତକାଲିର ଭୂମିକମ୍ପ ପରେ ମୃତ୍ୟୁ ସଂଖ୍ୟା ୧,୬୪୪ ରେ ପହଞ୍ଚିଛି। ଅତି କମରେ ୨,୪୦୦  ଲୋକ ଆହତ ହୋଇଛନ୍ତି। ଅନେକ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି, କିନ୍ତୁ କ୍ଷତିଗ୍ରସ୍ତ ରାସ୍ତା ଏବଂ ପୋଲ ଯୋଗୁଁ ଅନେକ ସ୍ଥାନ ଅପହଞ୍ଚ ରହିଛି। ଏହି ସବୁ ସ୍ଥାନଗୁଡ଼ିକରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। 

ମିଆଁମାର ଏଭଳି ସମୟରେ ସହାୟତାରେ ହାତ ବଢ଼ାଇଛି ପଡ଼ୋଶୀ ଭାରତ। ରିଲିଫ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ଭାରତ ଅପରେସନ ‘ବ୍ରାହ୍ମା’ ଆରମ୍ଭ କରି ନୌସେନା ଜାହାଜ ପଠାଇଛି। ଏହା ସହ ଏକ ଫିଲ୍ଡ ହସ୍ପିଟାଲ ମଧ୍ୟ ଶନିବାର ଏୟାରଲିଫ୍ଟ କରାଯାଇଛି। ବୈଦେଶିକ ମନ୍ତ୍ରାଳୟ (ଏମଇଏ) ଏହି ସୂଚନା ଦେଇଛନ୍ତି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ଏହି ମାନବୀୟ ସହାୟତା ଅଭିଯାନରେ ଆଉ ୨ଟି ନୌସେନା ଜାହାଜ ଖୁବ୍ ଶୀଘ୍ର ମିଆଁମାର ଯାତ୍ରା କରିବେ। 

୧୧୮ ସଦସୀୟ ଚିକିତ୍ସକ ଦଳଙ୍କ ସହିତ ଏକ ଫିଲ୍ଡ ହସ୍ପିଟାଲକୁ ମଧ୍ୟ ଶନିବାର ଏୟାରଲିଫ୍ଟ କରାଯାଇଛି। ଏହି ଦଳ ଆଗ୍ରାରୁ ପ୍ରସ୍ଥାନ କରିଛନ୍ତି। ଅପରେସନ ବ୍ରହ୍ମାରେ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ଦଳ (ଏନଡିଆରଏଫ)ଟିମ ମିଆଁମାରରେ ମୁତୟନ ହୋଇଛି। ଏନଡିଆରଏଫ ଟିମ୍ ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଊଦ୍ଧାର ପରିଚାଳନା ନିମନ୍ତେ ଅତ୍ୟାଧୁନିର ଉପକରଣରେ ସଜ୍ଜିତ, ଯେଉଁଥିରେ ମଜଭୁତ କଙ୍କ୍ରିଟ କଟର ସହିତ ଡ୍ରିଲ ମେସିନ, ହାତୁଡି ଓ ପ୍ଲାଜମା କଟିଂ ମେସିନ ଆଦି ରହିଛି। 

ପଢନ୍ତୁ- ମିଆଁମାରରେ ପୁଣି ଭୂମିକମ୍ପ; ୫.୧ ତୀବ୍ରତାରେ ଥରିଲା ରାଜଧାନୀ, ଭାରତ ପଠାଇଲା ରିଲିଫ୍ ସାମଗ୍ରୀ