ମିଆମି ଓପନ୍ ପୁରୁଷ ଡବଲ୍ସ ଜିତିଲେ ବୋପାନ୍ନା-ଏବାଦେନ୍
ନୂଆଦିଲ୍ଲୀ: ଭାରତୀୟ ଟେନିସ୍ କିଂଦବନ୍ତି ରୋହନ ବୋପାନ୍ନା ଶନିବାର ରାତିରେ ମିଆମି ଓପନ୍ ପୁରୁଷ ଡବଲ୍ସ ଟ୍ରଫି ଜିତିବା ସହ ଐତିହାସିକ ସଫଳତା ପାଇଛନ୍ତି। ଏହି ବିଜୟ ପରେ ବୋପାନ୍ନା ପୁଣି ଥରେ ଏଟିପି ମାନ୍ୟତା ଶୀର୍ଷକୁ ଉଠିଛନ୍ତି। ଶନିବାର ରାତିରେ ଖେଳାଯାଇଥିବା ଫାଇନାଲ୍ରେ ବୋପାନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଦେନ୍ ପ୍ରଥମ ସେଟ୍ (୬-୭) ହାରିଯିବା ସତ୍ତ୍ବେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୬-୩, ୧୦-୬ରେ କ୍ରୋଏସିଆର ଇଭାନ ଡୋଡିଗ୍ ଓ ଆମେରିକାର ଅଷ୍ଟିନ୍ […]

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ କିଂଦବନ୍ତି ରୋହନ ବୋପାନ୍ନା ଶନିବାର ରାତିରେ ମିଆମି ଓପନ୍ ପୁରୁଷ ଡବଲ୍ସ ଟ୍ରଫି ଜିତିବା ସହ ଐତିହାସିକ ସଫଳତା ପାଇଛନ୍ତି। ଏହି ବିଜୟ ପରେ ବୋପାନ୍ନା ପୁଣି ଥରେ ଏଟିପି ମାନ୍ୟତା ଶୀର୍ଷକୁ ଉଠିଛନ୍ତି। ଶନିବାର ରାତିରେ ଖେଳାଯାଇଥିବା ଫାଇନାଲ୍ରେ ବୋପାନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବଦେନ୍ ପ୍ରଥମ ସେଟ୍ (୬-୭) ହାରିଯିବା ସତ୍ତ୍ବେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୬-୩, ୧୦-୬ରେ କ୍ରୋଏସିଆର ଇଭାନ ଡୋଡିଗ୍ ଓ ଆମେରିକାର ଅଷ୍ଟିନ୍ କ୍ରାଇସେକ୍ଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହ ବୋପାନ୍ନା ପ୍ରଥମ ଥର ମିଆମି ଓପନ୍ ମାଷ୍ଟର୍ସ ୧୦୦୦ ଟ୍ରଫି ଜିତିଛନ୍ତି। ବିଶ୍ବର ଏକ ନମ୍ବର ହେବା ସହ ୪୪ ବର୍ଷୀୟ ବୋପାନ୍ନା ବୟୋଜ୍ୟେଷ୍ଠ ଖେଳାଳି ଭାବେ ନିଜ ନାମରେ ଥିବା ମାଷ୍ଟର୍ସ ରେକର୍ଡକୁ ମଧ୍ୟ ଅତିକ୍ରମ କରିଛନ୍ତି। ଗତବର୍ଷ ସେ ୪୩ ବର୍ଷ ବୟସରେ ଇଣ୍ଡିଆନ୍ସ ୱେଲ୍ସ ଟ୍ରଫି ଜିତିବା ରେକର୍ଡ କରିଥିଲେ। ଶନିବାର ଏହା ବୋପାନ୍ନାଙ୍କର ୧୪ତମ ଏଟିପି ମାଷ୍ଟର୍ସ ୧୦୦୦ର ଫାଇନାଲ୍ ଥିଲା। ମୋଟ ଉପରେ କିନ୍ତୁ ସେ ୬୩ ଫାଇନାଲ୍ ଖେଳି ୨୬ତମ ଟ୍ରଫି ଜିତି ସାରିଛନ୍ତି।