ମିଳିଲାନି ମୃତ ଯୁବକଙ୍କ ପରିଚୟ: ସ୍ବେଚ୍ଛାସେବୀ କଲେ ଶବଦାହ
ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଜୁନାନୀ ଜଙ୍ଗଳରୁ ଗତ ୧୦ତାରିଖ ଜଣେ ଅଜଣା ଯୁବକଙ୍କ ମୃତଦେହ ମିଳିଥିଲା। ଅତାବିରା ଥାନା ପୋଲିସ ମୃତଦେହ ଜବତ କରି ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ଶବ ସଂରକ୍ଷଣ ଗୃହରେ ରଖିଥିଲା। ତେବେ ସୋମବାର ପୂର୍ବାହ୍ନ ସୁଦ୍ଧା ମୃତକଙ୍କ ପରିଚୟ ମିଳି ପାରି ନ ଥିଲା କିମ୍ବା ମୃତଦେହ ନେବା ପାଇଁ କେହି ଦାବିଦାର ଆସି ନ ଥିଲେ। ଫଳରେ ଶବ ସଂସ୍କାର ପାଇଁ ଅତାବିରା […] The post ମିଳିଲାନି ମୃତ ଯୁବକଙ୍କ ପରିଚୟ: ସ୍ବେଚ୍ଛାସେବୀ କଲେ ଶବଦାହ appeared first on Dharitri Odia News.
ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଜୁନାନୀ ଜଙ୍ଗଳରୁ ଗତ ୧୦ତାରିଖ ଜଣେ ଅଜଣା ଯୁବକଙ୍କ ମୃତଦେହ ମିଳିଥିଲା। ଅତାବିରା ଥାନା ପୋଲିସ ମୃତଦେହ ଜବତ କରି ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ଶବ ସଂରକ୍ଷଣ ଗୃହରେ ରଖିଥିଲା। ତେବେ ସୋମବାର ପୂର୍ବାହ୍ନ ସୁଦ୍ଧା ମୃତକଙ୍କ ପରିଚୟ ମିଳି ପାରି ନ ଥିଲା କିମ୍ବା ମୃତଦେହ ନେବା ପାଇଁ କେହି ଦାବିଦାର ଆସି ନ ଥିଲେ। ଫଳରେ ଶବ ସଂସ୍କାର ପାଇଁ ଅତାବିରା ପୋଲିସ ବରଗଡ଼ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରକୁ ଅନୁରୋଧ କରିଥିଲା। ଏହାପରେ ସଂକଳ୍ପ ପରିବାରର ସମ୍ପାଦକ ଜି.ରମେଶ, ଅନନ୍ତ ଚରଣ ସାହୁ, ଚିନ୍ମୟ ପାଣ୍ଡେ, ଶେଷଦେବ ପଧାନ, ନୀଲେଶ ପଧାନ ପ୍ରମୁଖ ଅତାବିରା ପୋଲିସ ଉପସ୍ଥିତିରେ ସ୍ଥାନୀୟ ପିପଲମୁଣ୍ଡା ସ୍ବର୍ଗଦ୍ୱାରରେ ସସମ୍ମାନେ ଶବ ସତ୍କାର କରିଥିଲେ।
ସୂଚନା ଅନୁଯାୟୀ, ଗତ ୧୭ତାରିଖ ବନବିଭାଗ କର୍ମଚାରୀମାନେ ହୀରାକୁଦ ବନ୍ୟପ୍ରାଣୀ ବିଭାଗ ଅଞ୍ଚଳରେ ରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜୁନାନୀ ଜଙ୍ଗଲ ମଧ୍ୟରେ ଯୁବକର ମୃତଦେହ ପଡିରହିଥିବା ଦେଖିବାକୁ ପାଇଥିଲେ। ମୃତ ଯୁବକର ବୟସ ଆନୁମାନିକ ୩୦ରୁ ୪୦ବର୍ଷ ହେବ। ବନ ବିଭାଗଠାରୁ ଖବର ପାଇ ଅତାବିରା ଥାନା କର୍ମଚାରୀ ଘଟଣା ସ୍ଥଳକୁ ପହଁଞ୍ଚି ମୃତ ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା (ନଂ-୩/୨୫) ରୁଜୁ କରିଛି ।
The post ମିଳିଲାନି ମୃତ ଯୁବକଙ୍କ ପରିଚୟ: ସ୍ବେଚ୍ଛାସେବୀ କଲେ ଶବଦାହ appeared first on Dharitri Odia News.