ବନ୍ଧାପଡ଼ିଛନ୍ତି ନାବାଳିକା, ଉଦ୍ଧାର କରିବାକୁ ମା’ବାପାଙ୍କ ନିବେଦନ

କଲମପୁର, ୧୭।୨(ଗଣେଶରାମ ବାଗ): କଳାହାଣ୍ଡି ଜିଲା କଲମପୁର ଥାନା ଅଞ୍ଚଳର ଜଣେ ନାବାଳିକା ଦାଦନ ସର୍ଦ୍ଦାର ନିକଟରେ ବନ୍ଧା ପଡ଼ିଛନ୍ତି। ତାଙ୍କୁ ଉଦ୍ଧାର ପାଇଁ ମା’ବାପା ନିବେଦନ କରି ରବିବାର କଲମପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମିନଗୁର ମଣ୍ଡିପଡ଼ାରେ ବଟକୃଷ୍ଣ ଗୋପାଳ, ସ୍ତ୍ରୀ, ୫ ଝିଅ, ଏକମାତ୍ର ପୁଅଙ୍କ ସହ ୮୫ ବର୍ଷିୟା ବୃଦ୍ଧା ମା’ ରୁହନ୍ତି। ପରିବାରର ୬ ସନ୍ତାନଙ୍କ ମଧ୍ୟରୁ ୨ ଜଣ କଥା କହିପାରୁଥିବାବେଳେ ଅନ୍ୟ ସମସ୍ତେ ମୂକ। ଝାଟିମାଟି କୁଡ଼ିଆ ଘରେ […] The post ବନ୍ଧାପଡ଼ିଛନ୍ତି ନାବାଳିକା, ଉଦ୍ଧାର କରିବାକୁ ମା’ବାପାଙ୍କ ନିବେଦନ appeared first on Dharitri Odia News.

ବନ୍ଧାପଡ଼ିଛନ୍ତି ନାବାଳିକା, ଉଦ୍ଧାର କରିବାକୁ ମା’ବାପାଙ୍କ ନିବେଦନ

କଲମପୁର, ୧୭।୨(ଗଣେଶରାମ ବାଗ): କଳାହାଣ୍ଡି ଜିଲା କଲମପୁର ଥାନା ଅଞ୍ଚଳର ଜଣେ ନାବାଳିକା ଦାଦନ ସର୍ଦ୍ଦାର ନିକଟରେ ବନ୍ଧା ପଡ଼ିଛନ୍ତି। ତାଙ୍କୁ ଉଦ୍ଧାର ପାଇଁ ମା’ବାପା ନିବେଦନ କରି ରବିବାର କଲମପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମିନଗୁର ମଣ୍ଡିପଡ଼ାରେ ବଟକୃଷ୍ଣ ଗୋପାଳ, ସ୍ତ୍ରୀ, ୫ ଝିଅ, ଏକମାତ୍ର ପୁଅଙ୍କ ସହ ୮୫ ବର୍ଷିୟା ବୃଦ୍ଧା ମା’ ରୁହନ୍ତି। ପରିବାରର ୬ ସନ୍ତାନଙ୍କ ମଧ୍ୟରୁ ୨ ଜଣ କଥା କହିପାରୁଥିବାବେଳେ ଅନ୍ୟ ସମସ୍ତେ ମୂକ। ଝାଟିମାଟି କୁଡ଼ିଆ ଘରେ ୯ ପ୍ରାଣୀ କୁଟୁମ୍ବ ରହିଆସୁଛନ୍ତି। ସରକାର ମଞ୍ଜୁର କରିଥିବା ଏକ ଘର ନିର୍ମାଣ ପାଇଁ ପରିବାରର ସମସ୍ତେ ଲାଗିପଡ଼ିଲେ। ଇତିମଧ୍ୟରେ ବଟକୃଷ୍ଣ ଘର ନିର୍ମାଣରେ ନିୟୋଜିତ ହେବାରୁ ଖାଦ୍ୟପେୟର ଅଭାବ ଦେଖାଦେଇଥିଲା। ଘର ଅଧପନ୍ତରିଆ ରହିଥିବାବେଳେ ଜଣେ ସର୍ଦ୍ଦାରଙ୍କ ସହିତ ଯୋଗାଯୋଗ କରି ସ୍ତ୍ରୀ ଓ ୨ଝିଅଙ୍କୁ ନେଇ ବଟକୃଷ୍ଣ ଦାଦନ ଖଟିବାକୁ ଯାଇଥିଲେ। ଦାଦନ ସର୍ଦ୍ଦାର ଆନ୍ଧ୍ର ପ୍ରଦେଶର ରାମଗୁଣ୍ଡାକୁ ନେଇ ଅନ୍ୟ ଜଣେ ସମ୍ପର୍କୀୟ ଲୋକଙ୍କୁ ଏମାନଙ୍କୁ ଜିମା ଦେଇଥିଲେ। ସେହି ସମ୍ପର୍କୀୟ ଏମାନଙ୍କୁ ଭଡ଼ାଘର ଯୋଗାଇବା ସହିତ ଘରକାମରେ ନିୟୋଜିତ କରିଥିଲେ। କିଛି ଦିନ ପରେ ଅଭାବ ଦେଖାଦେବାରୁ ଦାଦନ ସର୍ଦ୍ଦାରଙ୍କୁ କହିଲେ। ସେ ଟଙ୍କା ପଇସା କି ଖାଦ୍ୟ ବ୍ୟବସ୍ଥା ନ କରି ଓଲଟା ଗାଲିଗୁଲଜ ଓ ମାରଧର କରିବାରେ ଲାଗିଲେ। ନିର୍ଯାତନା ଅସହ୍ୟ ହେବାରୁ ବଟକୃଷ୍ଣ ଘରକୁ ଆସିବାକୁ ସଜବାଜ ହେଉଥିବା ଦାଦନ ସର୍ଦ୍ଦାରଙ୍କ ସମ୍ପର୍କୀୟ ପହଞ୍ଚି ବିଳାସିନୀକୁ ଧକ୍କା ଦେଇ ନାବାଳିକା ଝିଅଙ୍କୁ ନେଇଯାଇଥିଲେ। ବଟକୃଷ୍ଣଙ୍କ ପରିବାର ସ୍ତାନୀୟ ରାମଗୁଣ୍ଡା ପୋଲିସରେ ଅଭିଯୋଗ କରିଥିଲେ। ହେଲେ ପୋଲିସ କିଛି ପଦକ୍ଷେପ ନେଲା ନାହିଁ କି ଝିଅ ଫେରିଲେ ନାହିଁ। ଶେଷରେ ଭାଙ୍ଗିପଡ଼ି ଏହି ଦାଦନ ପରିବାର ଗାଁକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏ ବିଷୟରେ ଝିଅର ମା’ବାପ କଲମପୁର ଥାନାରେ ଅଭିଯୋଗ କରିଛନ୍ତି।

The post ବନ୍ଧାପଡ଼ିଛନ୍ତି ନାବାଳିକା, ଉଦ୍ଧାର କରିବାକୁ ମା’ବାପାଙ୍କ ନିବେଦନ appeared first on Dharitri Odia News.