ମିଳୁନି ପିଇବା ପାଣି
ଗଞ୍ଜାମ,୧୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ଦୀର୍ଘ ପନ୍ଦର ଦିନରୁ ଊର୍ଦ୍ଧ୍ୱ ହେବ ପିଇବା ପାଣି ସମସ୍ୟା ଦେଖାଦେଇଛି। ଏନେଇ ଖବର ପ୍ରସାରଣ ପରେ ବ୍ଲକ ପ୍ରଶାସନ ଏବଂ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଜଣାପଡ଼ିଛି। ଏନେଇ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀଙ୍କ ପ୍ରକୋଷ୍ଠରେ ସରପଞ୍ଚ ସଂଯୁକ୍ତା ପ୍ରଧାନ, ପୂର୍ବତନ ସରପଞ୍ଚ ଦିଲ୍ଲୀପ ଛୋଟରାୟ, ଭଦ୍ରବ୍ୟକ୍ତି ବିଦ୍ୟାଧର ପ୍ରଧାନ ଏବଂ ଗ୍ରାମ୍ୟ ଜଳ ଯୋଗାଣ ବିଭାଗୀୟ ଅଧିକାରୀଙ୍କ […] The post ମିଳୁନି ପିଇବା ପାଣି appeared first on Dharitri Odia News.
ଗଞ୍ଜାମ,୧୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ଦୀର୍ଘ ପନ୍ଦର ଦିନରୁ ଊର୍ଦ୍ଧ୍ୱ ହେବ ପିଇବା ପାଣି ସମସ୍ୟା ଦେଖାଦେଇଛି। ଏନେଇ ଖବର ପ୍ରସାରଣ ପରେ ବ୍ଲକ ପ୍ରଶାସନ ଏବଂ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଜଣାପଡ଼ିଛି। ଏନେଇ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀଙ୍କ ପ୍ରକୋଷ୍ଠରେ ସରପଞ୍ଚ ସଂଯୁକ୍ତା ପ୍ରଧାନ, ପୂର୍ବତନ ସରପଞ୍ଚ ଦିଲ୍ଲୀପ ଛୋଟରାୟ, ଭଦ୍ରବ୍ୟକ୍ତି ବିଦ୍ୟାଧର ପ୍ରଧାନ ଏବଂ ଗ୍ରାମ୍ୟ ଜଳ ଯୋଗାଣ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ବିକଳ୍ପ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା।
ଏଥିସହ ବିଡ଼ିଓ ଯାନୀଙ୍କ ପରାମର୍ଶ କ୍ରମେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଶନିବାର ଉକ୍ତ ଗ୍ରାମକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ କରାଯାଇଥିବା ପୂର୍ବତନ ସରପଞ୍ଚ ଛୋଟରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ପୂର୍ବରୁ ଗ୍ରାମ ବିକାଶ ଯୋଜନାରେ ଗ୍ରାମକୁ ଥିବା ପାନୀୟ ଜଳ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ନେଇ ଆଲୋଚନା ହୋଇଥିଲା। ପ୍ରକାଶ ଯୋଗ୍ୟ ଗାଁକୁ ପାଣି ନ ଆସିବାରୁ ଲୋକେ ସାଇକେଲ ଯୋଗେ ପାଞ୍ଚ କିମି ବଟେଶ୍ୱର ପୀଠ ନଳକୂପ, କିମ୍ବା ଚୁଆ ପାଣି ଆଣି ବ୍ୟବହାର କରୁଥିଲେ। ଅନ୍ୟପଟେ ପୂର୍ବ ସରକାର ସମୟରେ ବସୁଧା ଯୋଜନାରେ ଏହି ଗ୍ରାମକୁ ପାଣି ଯୋଗାଇ ଦିଆଯାଇଥିଲା। କିନ୍ତୁ ଖାରିଆ ପାଣି ଆସିବା ଫଳରେ ତାହା ବ୍ୟବହାର ଯୋଗ୍ୟ ହୋଇ ନ ଥିଲା।
The post ମିଳୁନି ପିଇବା ପାଣି appeared first on Dharitri Odia News.