ମିଶନ ବାତ୍ସଲ୍ୟ ଯୋଜନାରେ ପିଲାଙ୍କୁ ସହାୟତା ପ୍ରଦାନ

ସମ୍ବଲପୁର: ମିଶନ ବାତ୍ସଲ୍ୟ ଯୋଜନା ଅନ୍ତର୍ଭୁକ୍ତ ପିଲାମାନଙ୍କ ପାଇଁ ସହାୟତା କାର୍ଯ୍ୟକ୍ରମ ସମ୍ବଲପୁରର ତପସ୍ବିନୀ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ବିଧାୟକ ନାଉରୀ ନାଏକ, ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଜାଧବ, ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ଜିଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ, ମହାନଗର ନିଗମ ଆୟୁକ୍ତ ବେଦ ଭୂଷଣ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବଲପୁର ଜିଲାରେ ଆଜିଠୁ […]

ମିଶନ ବାତ୍ସଲ୍ୟ ଯୋଜନାରେ ପିଲାଙ୍କୁ ସହାୟତା ପ୍ରଦାନ

ସମ୍ବଲପୁର: ମିଶନ ବାତ୍ସଲ୍ୟ ଯୋଜନା ଅନ୍ତର୍ଭୁକ୍ତ ପିଲାମାନଙ୍କ ପାଇଁ ସହାୟତା କାର୍ଯ୍ୟକ୍ରମ ସମ୍ବଲପୁରର ତପସ୍ବିନୀ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ବିଧାୟକ ନାଉରୀ ନାଏକ, ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଜାଧବ, ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ଜିଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ, ମହାନଗର ନିଗମ ଆୟୁକ୍ତ ବେଦ ଭୂଷଣ ପ୍ରମୁଖ ମଞ୍ଚାସୀନ ଥିଲେ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବଲପୁର ଜିଲାରେ ଆଜିଠୁ ପ୍ରାୟ ୧୬୩ ଜଣ ପିଲାଙ୍କୁ ସହାୟତା ରାଶି ପ୍ରଦାନର କାର୍ଯ୍ୟକ୍ରମ ଆରମ୍ଭ ହେଲା ବୋଲି ସୂଚନା ଦେଇଥିଲେ। ପୂର୍ବରୁ ସମ୍ବଲପୁର ଜିଲାରେ ୧୦୩ ପିଲାଙ୍କୁ ମିଶନ ବାତ୍ସଲ୍ୟ ଯୋଜନାରେ ସହାୟତା ରାଶି ପ୍ରଦାନ କରାଯାଇଛି ବୋଲି ଶ୍ରୀ ବୋନ୍ଦର ପ୍ରକାଶ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ କହିଛନ୍ତି ଯେ, କରୋନାରେ ଅନେକ ପିଲା ନିଜ ପିତାମାତାଙ୍କୁ ହରାଇଥିଲେ। ସେଥିପାଇଁ ସେମାନେ କିପରି ଗୋଟେ ସାଧାରଣ ଜୀବନ ଯାପନ କରିବେ ତାର ଦାୟିତ୍ବ କେନ୍ଦ୍ର ସରକାର ଗ୍ରହଣ କରି ମିଶନ ବାତ୍ସଲ୍ୟ ଯୋଜନା ଉନ୍ମୋଚନ କରିଥିଲେ।

ସୂଚନା ଅନୁଯାୟୀ ସମ୍ବଲପୁର ଜିଲାରେ ଧନକଉଡା (୩୩), ରେଢାଖୋଲ (୨୦), ନାକଟିଦେଉଳ (୨୧), ରେଙ୍ଗାଲି (୨୪), ବାମରା (୧୫), ଯୁଯୁମୁରା (୨୬), ମାନେଶ୍ବର (୩୭), କୁଚିଣ୍ଡା (୧୧) ଓ ଜମନକିରା (୩୪) ବ୍ଲକ, ଏସଏମସି (୩୧) ସମେତ ମୋଟ ୨୫୨ ଜଣ ପିଲାଙ୍କୁ ମିଶନ ବାତ୍ସଲ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।