ମିଶନ ଶକ୍ତି ଏବଂ ବିଏସକେୱାଇ ବନ୍ଦ କରିବାକୁ ଚେଷ୍ଟା କରୁଛି ବିଜେପି – ପାଣ୍ଡିଆନ

ଭୁବନେଶ୍ୱର : ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛି ବିଜେପି I ଶ୍ରୀମନ୍ଦିରକୁ ନେଇ ଅଯଥା ରାଜନୀତିକୁ ପସନ୍ଦ କରୁ ନାହାନ୍ତି ଓଡ଼ିଶାବାସୀ I ବାହାରୁ ନେତା ମନ୍ତ୍ରୀ ଆସି ଆମ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷା ପ୍ରୟୋଗ କରୁଛନ୍ତି ଏବଂ ଓଡ଼ିଆ ଅସ୍ମିତା କଥା କହୁଛନ୍ତି I ଠାକୁରଙ୍କୁ ନେଇ ଯିଏ ରାଜନୀତି କରୁଛି ତାକୁ ଉଚିତ ଜବାବ ଦେବେ ରାଜ୍ୟବାସୀ I ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ବାଲେଶ୍ୱରରେ ପ୍ରଚାର କରିବା ସମୟରେ ବିଜେଡି […]

ମିଶନ ଶକ୍ତି ଏବଂ ବିଏସକେୱାଇ ବନ୍ଦ କରିବାକୁ ଚେଷ୍ଟା କରୁଛି ବିଜେପି – ପାଣ୍ଡିଆନ
ମିଶନ ଶକ୍ତି ଏବଂ ବିଏସକେୱାଇ ବନ୍ଦ କରିବାକୁ ଚେଷ୍ଟା କରୁଛି ବିଜେପି - ପାଣ୍ଡିଆନ

ଭୁବନେଶ୍ୱର : ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛି ବିଜେପି I ଶ୍ରୀମନ୍ଦିରକୁ ନେଇ ଅଯଥା ରାଜନୀତିକୁ ପସନ୍ଦ କରୁ ନାହାନ୍ତି ଓଡ଼ିଶାବାସୀ I ବାହାରୁ ନେତା ମନ୍ତ୍ରୀ ଆସି ଆମ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷା ପ୍ରୟୋଗ କରୁଛନ୍ତି ଏବଂ ଓଡ଼ିଆ ଅସ୍ମିତା କଥା କହୁଛନ୍ତି I ଠାକୁରଙ୍କୁ ନେଇ ଯିଏ ରାଜନୀତି କରୁଛି ତାକୁ ଉଚିତ ଜବାବ ଦେବେ ରାଜ୍ୟବାସୀ I ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ବାଲେଶ୍ୱରରେ ପ୍ରଚାର କରିବା ସମୟରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏହା କହିଛନ୍ତି ।

ଏହା ସହିତ ମିଶନଶକ୍ତିକୁ ବନ୍ଦ କରିବାକୁ ବିଜେପି ଇସ୍ତାହାର ଘୋଷଣା କରିଛି। ବିଜେପି ସରକାରକୁ ଆସିଲେ ମିଶନଶକ୍ତି ବନ୍ଦ କରିବେ। ନିର୍ବାଚନ ଇସ୍ତାହାରରେ ମିଶନଶକ୍ତିକୁ ବନ୍ଦ କରିବାକୁ ବିଜେପି କହିଛି। ଏହା ଆପଣମାନେ ହେବାକୁ ଦେବେ ନାହିଁ। ଯଦି ବିଜେପି ଏଠାରେ ସରକାର ଗଠନ କରିବ ତେବେ ମିଶନ ଶକ୍ତି, ବିଏସକେୱାଇ ଯୋଜନା ବନ୍ଦ କରିବ। ତେବେ ମିଶନ ଶକ୍ତିକୁ ଯିଏ ବନ୍ଦ କରିବାକୁ ଷଡଯନ୍ତ୍ର କରି ମା ମାନେ ତାକୁ ଉଚିତ ଜବାବ ଦେବେ ବୋଲି ପାଣ୍ଡିଆନ କହିଛନ୍ତି। ବାଲେଶ୍ୱରର ବିଭିନ୍ନ ସ୍ଥାନ ଯଥା ଜଳେଶ୍ୱର, ଭୋଗରାଇ,ବେତନଟୀରେ ନିର୍ବାଚନ ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍‌‌।

ସେହିପରି ବିଏସକେୱାଇ ବନ୍ଦ କରି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ବିଜେପି ଇସ୍ତାହାର ଘୋଷଣା କରିଛି। ଆୟୁଷ୍ମାନ ଭାରତ କେବଳ ବିପିଏଲ ପରିବାର ପାଇଁ । କିନ୍ତୁବିଏସକେୱାଇ ଯୋଜନା ସମସ୍ତଙ୍କ ପାଇଁ। ରାଜ୍ୟର ୯୦ ପ୍ରତିଶତ ଲୋକ ଏଥିରୁ ସୁବିଧା ପାଉଛନ୍ତି। ଆଗକୁ ବିଏସକେୱାଇ ନବୀନ କାର୍ଡରେ ସମସ୍ତଙ୍କୁ ସାମିଲ କରାଯିବ।

ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ପ୍ରଥମ ଦସ୍ତଖତ ବିଜୁଳି ବିଲ୍‌‌ ଛାଡ କରିବେ, ଦ୍ୱିତୀୟ ଦସ୍ତଖତ ବିଏସକେୱାଇ କାର୍ଡ ସମସ୍ତେ ପାଇବେ ଏବଂ ତୃତୀୟ ଦସ୍ତଖତ ମିଶନଶକ୍ତି ମାମାନେ ୬୦ବର୍ଷ ପରେ ପେନସନ ପାଇବା ଭଳି ବ୍ୟବସ୍ଥା କରିବେ।