ମିଶନ ୪୦୦ ପାର୍ ଉପରେ ପିଏମ୍ ମୋଦୀ ଦେବେ ମନ୍ତ୍ର, ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ସହ ହେବେ କଥା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ବିଜେପି ଜୋରଦାର ଅଭିଯାନ ଚଲାଇଛି । ମିଶନ ୪୦୦ ପାରର ଟାର୍ଗେଟ୍ ପୂରା କରିବା ପାଇଁ ବିଜେପି ନିଜର ପୂରା ଶକ୍ତି ଲଗାଇଛି । ବିହାରର ସମସ୍ତ ୪୦ ଲୋକସଭା ଆସନରେ ଏନଡିଏ ପ୍ରାର୍ଥୀଙ୍କ ବିଜୟ ପାଇଁ ମିଶନ ମୋଡରେ କାମ କରୁଛି । ଏପ୍ରିଲ ୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ଜମୁଇରୁ ନିର୍ବାଚନୀ ଅଭିଯାନ ଆରମ୍ଭ କରିବେ । ଏହା ପୂର୍ବରୁ ମଙ୍ଗଳବାର ପାର୍ଟିର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ସହ ସିଧା ଆଲୋଚନା କରିବେ ।ବିଜେପି ପ୍ରଦେଶ ଅଧ୍ୟକ୍ଷ ଏବଂ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭା ନିର୍ବାଚନ ପାଇଁ ମଙ୍ଗଳବାର ବିହାର ସମସ୍ତ ବୁଥ୍ କମିଟି ଅଧ୍ୟକ୍ଷ ଏବଂ ବୁଥ୍ ପ୍ରମୁଖଙ୍କ ସହ ସିଧା ଆଲୋଚନା କରିବେ । ଏହି ସମୟରେ ପାର୍ଟିର ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା ମୋଦୀ ଜୀଙ୍କ ସହ କଥା ହୋଇ ନିଜ ମତ ରଖିବେ । ପ୍ରଦେଶ ଅଧ୍ୟକ୍ଷ କହିଛନ୍ତି ଯେ ଏହାର ମୁଖ୍ୟ ଉଦ୍ଦେଶ୍ୟ ଲୋକସଭା ନିର୍ବାଚନ ପ୍ରସ୍ତୁତିକୁ ଜାଣି ତାକୁ ଗତି ଦେବା ।ସମ୍ରାଟ ଚୌଧୁରୀ କହିଛନ୍ତି ଯେ ବିଜେପି ଏହି ନିର୍ବାଚନରେ ରାଜ୍ୟର ସମସ୍ତ ୪୦ ଆସନରେ ଏନଡିଏ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆଗକୁ ବଢୁଛି । ପ୍ରଧାନମନ୍ତ୍ରୀ ସିଧା ଆଲୋଚନା କରି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ୱୋଧିତ କରିବେ । ସେ କହିଛନ୍ତି ଯେ ପ୍ରଧାନମନ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ବିଜେପି ଜୋରଦାର ଅଭିଯାନ ଚଲାଇଛି । ମିଶନ ୪୦୦ ପାରର ଟାର୍ଗେଟ୍ ପୂରା କରିବା ପାଇଁ ବିଜେପି ନିଜର ପୂରା ଶକ୍ତି ଲଗାଇଛି । ବିହାରର ସମସ୍ତ ୪୦ ଲୋକସଭା ଆସନରେ ଏନଡିଏ ପ୍ରାର୍ଥୀଙ୍କ ବିଜୟ ପାଇଁ ମିଶନ ମୋଡରେ କାମ କରୁଛି । ଏପ୍ରିଲ ୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ଜମୁଇରୁ ନିର୍ବାଚନୀ ଅଭିଯାନ ଆରମ୍ଭ କରିବେ । ଏହା ପୂର୍ବରୁ ମଙ୍ଗଳବାର ପାର୍ଟିର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ସହ ସିଧା ଆଲୋଚନା କରିବେ ।
ବିଜେପି ପ୍ରଦେଶ ଅଧ୍ୟକ୍ଷ ଏବଂ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭା ନିର୍ବାଚନ ପାଇଁ ମଙ୍ଗଳବାର ବିହାର ସମସ୍ତ ବୁଥ୍ କମିଟି ଅଧ୍ୟକ୍ଷ ଏବଂ ବୁଥ୍ ପ୍ରମୁଖଙ୍କ ସହ ସିଧା ଆଲୋଚନା କରିବେ । ଏହି ସମୟରେ ପାର୍ଟିର ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା ମୋଦୀ ଜୀଙ୍କ ସହ କଥା ହୋଇ ନିଜ ମତ ରଖିବେ । ପ୍ରଦେଶ ଅଧ୍ୟକ୍ଷ କହିଛନ୍ତି ଯେ ଏହାର ମୁଖ୍ୟ ଉଦ୍ଦେଶ୍ୟ ଲୋକସଭା ନିର୍ବାଚନ ପ୍ରସ୍ତୁତିକୁ ଜାଣି ତାକୁ ଗତି ଦେବା ।
ସମ୍ରାଟ ଚୌଧୁରୀ କହିଛନ୍ତି ଯେ ବିଜେପି ଏହି ନିର୍ବାଚନରେ ରାଜ୍ୟର ସମସ୍ତ ୪୦ ଆସନରେ ଏନଡିଏ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆଗକୁ ବଢୁଛି । ପ୍ରଧାନମନ୍ତ୍ରୀ ସିଧା ଆଲୋଚନା କରି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ୱୋଧିତ କରିବେ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତାରେ ନମୋ ଆପ, ନମୋ ଟିଭି ତଥା ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ୍ ୟୁଟ୍ୟୁବ ଚ୍ୟାନେଲ ନରେନ୍ଦ୍ର ମୋଦୀ ସହ ଲକ୍ଷାଧିକ ଲୋକ ଯୋଡ଼ି ହେବେ ।