‘ମିଷ୍ଟର୍ ପ୍ରାଇମ୍ ମିନିଷ୍ଟର୍ ୟୁ ଆର୍ ଗ୍ରେଟ୍’… ଆଲିଙ୍ଗନ କରି ମୋଦିଙ୍କୁ ଚେୟାର ଅଫର କଲେ ଟ୍ରମ୍ପ
ଦୀର୍ଘ ୫ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦି ହ୍ବାଇଟ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ସାକ୍ଷାତ କରିଛନ୍ତି । ଟ୍ରମ୍ପ ଦ୍ବିତୀୟ ଥର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ମୋଦିଙ୍କ ପ୍ରଥମ ସାକ୍ଷାତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପ୍ଙ୍କୁ ଭେଟିଥିବା ବେଳେ ଟ୍ରମ୍ପ୍ ତାଙ୍କୁ ଏକ ପୁସ୍ତକ ଉପହାର ଦେଇଛନ୍ତି। ପୁସ୍ତକରେ ମୋଦି ଓ ଟ୍ରମ୍ପ୍ଙ୍କର ଅନେକ ଫଟୋ ରହିଛି । ପୁସ୍ତକରେ ଟ୍ରମ୍ପ୍ ଦସ୍ତଖତ କରିବା ସହ ‘ମିଷ୍ଟର୍ ପ୍ରାଇମ୍ ମିନିଷ୍ଟର୍ […] The post ‘ମିଷ୍ଟର୍ ପ୍ରାଇମ୍ ମିନିଷ୍ଟର୍ ୟୁ ଆର୍ ଗ୍ରେଟ୍’… ଆଲିଙ୍ଗନ କରି ମୋଦିଙ୍କୁ ଚେୟାର ଅଫର କଲେ ଟ୍ରମ୍ପ appeared first on KNews Odisha.

ଦୀର୍ଘ ୫ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦି ହ୍ବାଇଟ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ସାକ୍ଷାତ କରିଛନ୍ତି । ଟ୍ରମ୍ପ ଦ୍ବିତୀୟ ଥର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ମୋଦିଙ୍କ ପ୍ରଥମ ସାକ୍ଷାତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପ୍ଙ୍କୁ ଭେଟିଥିବା ବେଳେ ଟ୍ରମ୍ପ୍ ତାଙ୍କୁ ଏକ ପୁସ୍ତକ ଉପହାର ଦେଇଛନ୍ତି। ପୁସ୍ତକରେ ମୋଦି ଓ ଟ୍ରମ୍ପ୍ଙ୍କର ଅନେକ ଫଟୋ ରହିଛି । ପୁସ୍ତକରେ ଟ୍ରମ୍ପ୍ ଦସ୍ତଖତ କରିବା ସହ ‘ମିଷ୍ଟର୍ ପ୍ରାଇମ୍ ମିନିଷ୍ଟର୍ ୟୁ ଆର୍ ଗ୍ରେଟ୍’ ବୋଲି ଲେଖିଛନ୍ତି । ପୁସ୍ତକର ନାମ ହେଉଛି ‘ଆୱାର୍ ଜର୍ଣ୍ଣି ଟୁଗେଦର୍’।
ହ୍ବାଇଟ ହାଉସରେ ସାକ୍ଷାତ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ରମ୍ପ ଆଲିଙ୍ଗନ କରି ସ୍ବାଗତ କରିଥିଲେ । ଟ୍ରମ୍ପ କହିଥିଲେ, ମୁଁ ଆପଣଙ୍କୁ ବହୁତ ମିସ୍ କରିଛି । ଏହାପରେ ମୋଦି ଆଲିଙ୍ଗନ କରି କହିଥିଲେ, ଆପଣଙ୍କ ସହିତ ପୁଣିଥରେ ସାକ୍ଷାତ କରି ବହୁତ ଭଲ ଲାଗୁଛି ।
ଟ୍ରମ୍ପ ମୋଦିଙ୍କୁ ବସିବା ପାଇଁ ନିଜେ ଚେୟାର ଘୁଞ୍ଚାଇ ବସାଇଥିଲେ । ଏହାପରେ ମୋଦି ଭିଜିଟର୍ସ ଡାଏରୀରେ ଏଣ୍ଟ୍ରି କରିଥିଲେ । ୨୦୨୦ରେ ଉଭୟେ ପରସ୍ପରକୁ ସାକ୍ଷାତ କରିଥିଲେ । ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ସମୟରେ ଟ୍ରମ୍ପ ବ୍ୟକ୍ତିଗତ ଭାବରେ ଭାରତୀୟ ନେତାଙ୍କ ପାଇଁ ପୁସ୍ତକରେ ସ୍ୱାକ୍ଷର କରିଥିଲେ, ଯେଉଁଥିରେ ଲେଖାଥିଲା, ‘ମିଷ୍ଟର୍ ପ୍ରାଇମ୍ ମିନିଷ୍ଟର୍ ୟୁ ଆର୍ ଗ୍ରେଟ୍’ ।
President Trump often talks about MAGA.
In India, we are working towards a Viksit Bharat, which in American context translates into MIGA.
And together, the India-USA have a MEGA partnership for prosperity!@POTUS @realDonaldTrump pic.twitter.com/i7WzVrxKtv
— Narendra Modi (@narendramodi) February 14, 2025
ଦୁଇ ନେତା ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ କଥାବାର୍ତ୍ତା ହୋଇଛନ୍ତି । ଯୁଦ୍ଧ ସମାପ୍ତ ପାଇଁ ଟ୍ରମ୍ପଙ୍କ ଉଦ୍ୟମକୁ ମୋଦି ସମର୍ଥନ କରି କହିଛନ୍ତି ଭାରତ ନିରପେକ୍ଷ ନୁହେଁ । ଭାରତ ଶାନ୍ତିର ସପକ୍ଷରେ । ଏହା ଯୁଦ୍ଧର ସମୟ ନୁହେଁ । ଯୁଦ୍ଧ କ୍ଷେତ୍ରରୁ କୌଣସି ସମାଧାନ ବାହାରି ପାରିବ ନାହିଁ । ମୋଦିଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖି ଟ୍ରମ୍ପ କହିଥିଲେ ଆମେ ଖୁବ ଶୀଘ୍ର ଯୁଦ୍ଧ ଶେଷ କରିବାକୁ ଚାହୁଁଛୁ ।
ସେହିପରି ଇଣ୍ଡୋ-ପାସିଫିକ ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଭାରତ ଓ ଆମେରିକା ଏକାଠି କାମ କରିବେ ବୋଲି ମୋଦି କହିଥିଲେ । ଅନ୍ୟପକ୍ଷରେ ଭାରତ ସହ ଅନେକ ଚମତ୍କାର ଟ୍ରେଡ୍ ଡିଲ୍ ହେବାକୁ ଥିବା କହିଛନ୍ତି ଟ୍ରମ୍ପ ।
Also Read : ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ଉପରେ ଆତଙ୍କୀ ଆକ୍ରମଣ ଧମକ, ଜଣକ ଗିରଫ କଲା ପୋଲିସ
The post ‘ମିଷ୍ଟର୍ ପ୍ରାଇମ୍ ମିନିଷ୍ଟର୍ ୟୁ ଆର୍ ଗ୍ରେଟ୍’… ଆଲିଙ୍ଗନ କରି ମୋଦିଙ୍କୁ ଚେୟାର ଅଫର କଲେ ଟ୍ରମ୍ପ appeared first on KNews Odisha.